ETV Bharat / state

ଅଢ଼େଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ଦୁଇ ଗିରଫ - brown-sugar-seized-and-2-people-arrested

ବୁଧବାର ଖୋର୍ଦ୍ଧା ଆଦର୍ଶ ଥାନା ସାମନ୍ତରାପୁର ଅଞ୍ଚଳରେ ଥିବା ସ୍ୱପ୍ନେଶ୍ୱର ବସ୍ତିରେ ଚଢ଼ାଉ କରି 55 ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ବୋଲି ପୋଲିସ କହିଛି । ଅଧିକ ପଢନ୍ତୁ...

brown-sugar-seized-and-2-people-arrested-by-Khordha-police
ଅଢ଼େଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଦୁଇ ଗିରଫ
author img

By

Published : Jun 3, 2021, 6:17 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳରେ ବଢ଼ୁଛି ଧଳାଜହର କାରବାର । ଲକଡାଉନ ସଟ୍‌ଡାଉନର ସୁଯୋଗ ନେଇ ଯୁବପିଢ଼ି ଏବେ ବ୍ରାଉନସୁଗାର କାରବାରରେ ଲିପ୍ତ ଥିବାର ଦେଖିବାକୁ ମିଳିଛି । ବୁଧବାର ଖୋର୍ଦ୍ଧା ଆଦର୍ଶ ଥାନା ସାମନ୍ତରାପୁର ଅଞ୍ଚଳରେ ଥିବା ସ୍ୱପ୍ନେଶ୍ୱର ବସ୍ତିରେ ଚଢ଼ାଉ କରି 55 ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ଅଢ଼େଇ ଲକ୍ଷ ବୋଲି ପୋଲିସ କହିଛି ।

ଅଢ଼େଇ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ : ଦୁଇ ଗିରଫ

ସେହିପରି ଚଢ଼ାଉବେଳେ ଗୋଟିଏ 13 ଲକ୍ଷ ଟଙ୍କାର ଦାମୀ କାର, 20 ହଜାର 300 ନଗଦ ଟଙ୍କା ଓ ତିନୋଟି ଦାମୀ ମୋବାଇଲ ଫୋନ ଜବତ ହୋଇଛି । ଦୁଇ ଜଣ ଯୁବକ ଗିରଫ ହୋଇଛନ୍ତି । ସେମାନେ ହେଲେ ସ୍ୱପ୍ନେଶ୍ୱର ବସ୍ତିର ସରତ ବେହେରା ଓ ଭରତ ବେହେରା । ଏମାନେ ଦୀର୍ଘ ଦିନ ହେବ କାରବାର କରୁଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ତେବେ ଏମାନେ ବ୍ରାଉନସୁଗାର ବାଲେଶ୍ୱରର ଜଳେଶ୍ୱରରୁ ଆଣି ଖୋର୍ଦ୍ଧାରେ କାରବାର କରୁଥିବାର ପୋଲିସ ସୂଚନା ଦେଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.