ନିଆଳି: ବିଚ ରାସ୍ତାରେ ଭଉଣୀକୁ ପିଟିଲା ଭାଇ । ଅତି ନିଷ୍ଠୁର ଭାବେ ଉଭଣୀକୁ ପିଟି ଚାଲିଥିଲା ଭାଇ । ସ୍ଥାନୀୟ ଲୋକ ଭାଇକୁ କାବୁ କରି ପୋଲିସ ଜିମା ହେଇଛନ୍ତି । ଭାଇ ଭାଉଜଙ୍କ ପାରିବାରିକ କଳିରେ ପସିବାକୁ ଭଉଣୀକୁ ବିଚ ରାସ୍ତାରେ ପିଟିଛି ଭାଇ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଲୋକ ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
ପୋଲିସ ଠାରୁ ମିଳିଥିବା ସୂଚନା ଅନୁସାରେ ଭାଇ ଭାଉଜଙ୍କ ପାରିବାରିକ କଳିରେ ହସ୍ତକ୍ଷେପ କରିବାରୁ ଭଉଣୀକୁ ବିଚ ରାସ୍ତାରେ ଭାଇ ପିଟିଛି ଭାଇ । ସ୍ଥାନୀୟ ଲୋକ ଭଉଣୀକୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ ଭାଇକୁ ଥାନାରେ ଜିମା ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅନ୍ତର୍ଗତ ବନମାଳିପୁର ସ୍ଥିତ ନରଣପୁର ଗ୍ରାମର କାଳନ୍ଦୀ ପରିଡାଙ୍କ ପୁଅ ରଘୁ ପରିଡା (୩୦) କେନ୍ଦ୍ରାପଡ଼ା ଜିଲ୍ଲାର ହଳଦିଡିହ ଗ୍ରାମର ସୁଭଦ୍ରା ପରିଡା (୨୫)ଙ୍କୁ ଛଅ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ରଘୁଙ୍କ ୫ ବର୍ଷ ବୟସର ଗୋଟେ ଝିଅ ମଧ୍ୟ ଅଛି । ରଘୁ ଏବଂ ସୁଭଦ୍ରାଙ୍କର ୬ ମାସ ତଳେ କୌଣସି କାରଣରୁ ମନୋମାଳିନ୍ୟ ଘଟିବାରୁ ରଘୁ ତାଙ୍କ ସ୍ତ୍ରୀକୁ ନେଇ ବାପ ଘରେ ଛାଡ଼ି ଚାଲି ଆସିଥିଲେ ।
ଏହା ବି ପଢନ୍ତୁ...Double Murder: ଦୁର୍ବୃତ୍ତଙ୍କ ନୃଶଂସ କାଣ୍ଡ, ହାତ ପାଦ କାଟି ବୃଦ୍ଧ ଦମ୍ପତିଙ୍କ ଠାରୁ ଲୁଟ
ଆଜି ରଘୁକୁ ନପଚାରି ରଘୁର ଭଉଣୀ ମଧୁସ୍ମିତା ଜେନା (୩୫) ଯିଏକି ରଘୁଙ୍କ ଶ୍ବଶୁର ଘର ପାଖରେ ବାହା ହୋଇଛନ୍ତି ସେ ନିଜ ଶଶୁର ବାବାଜି ଜେନା(୬୬) ଏବଂ ରଘୁର ସ୍ତ୍ରୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ନିଜ ଗାଁ ବନମାଳିପୁରକୁ ଆସିଥିଲେ । ଭଉଣୀ କାହିଁକି ସୁଭଦ୍ରାକୁ ଘରକୁ ଆଣିଲା । ରଘୁ ପରିଡ଼ାଙ୍କ ମୁଣ୍ଡକୁ ରାଗ ଚଢି ଯାଇଥିଲା । ଭଉଣୀକୁ ବନମାଳିପୁର ବଟସ୍ଥିତ ବଜାରରେ ନିସ୍ତୁକ ମାଡ଼ ମାରି ଗୁରୁତର କରିଦେଇଥିଲା ଭାଇ ରଘୁ । ବଜାରରେ ଥିବା ଲୋକମାନେ ମଧୁସ୍ମିତାକୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥାନାକୁ ଖବର ଦେଇଥିଲେ । ବନମାଳିପୁର ଫାଣ୍ଡି ଅଧିକାରୀ ରଘୁ ଏବଂ ବାବାଜି ଜେନାକୁ ଆଣି ବାଲିପାଟଣା ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।
ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, '' ଅଚାନକ ଜଣେ ଯୁବକ ମହିଳାଙ୍କୁ ପିଟି ଚାଲିଥିଲେ । ଆମେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରୁଛୁ । ତାଙ୍କୁ ଅବସ୍ଥା ଗୁରୁତର ରହିଛି । ପୋଲିସ ଉକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ।''
ଇଟିଭି ଭାରତ, ନିଆଳି