ETV Bharat / state

ଶ୍ବଶୁର ଘରେ ଲାଗିଲାନି‌ ବୋହୂର ମନ, ଗହଣା ଧରି ବୟଫ୍ରେଣ୍ଡ ସହ ଫେରାର

ସ୍ବାମୀକୁ ଛାଡି ସୁନା ଗହଣ ଧରି ଚମ୍ପଟ ମାରିଲା ବୋହୂ । ବୟଫ୍ରେଣ୍ଡ ସହ ଫେରାର ହୋଇଥିବା ଥାନାରେ ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Dec 15, 2022, 11:44 AM IST

ଶଶୁର ଘରେ ଲାଗିଲାନି‌ ବୋହୂର ମନ
ଶଶୁର ଘରେ ଲାଗିଲାନି‌ ବୋହୂର ମନ

ଭୁବନେଶ୍ବର: ବିବାହ ବେଦୀରେ ସାତ ଜନ୍ମର ସାଥି ହେବେ ବୋଲି କଥା ଦେଇଥିଲେ । ଶାଶୁଘରେ ଗୁରୁଜନଙ୍କୁ ଭଲ ବ୍ୟବହାର ଦେଖାଇ ଭଲ ବୋହୂ ମଧ୍ୟ ହୋଇଥିଲେ । କିନ୍ତୁ ବିବାହକୁ ଏକ ବର୍ଷ ନପୂରୁଣୁ ଶ୍ବଶୁର ଘରେ ରହିବାକୁ ବୋହୂର ମନ ଲାଗିଲାନି । ମନେ ପଡିଲା ବୟଫ୍ରେଣ୍ଡ କଥା । ଶେଷରେ ସ୍ବାମୀକୁ ଧୋକା ଦେଇ ସୁନା ଗହଣା ଧରି ବୟଫ୍ରେଣ୍ଡ ସହ ଚମ୍ପଟ ମାରିଲା ନବବଧୂ(bride escape her boyfriend with carry gold jewellery) । ଏଭଳି ଘଟଣା ଘଟିଛି ଏୟାରପୋର୍ଟ ଥାନା ଗଙ୍ଗନଗର ଅଞ୍ଚଳରେ । ଏଭଳି ଘଟଣା ଘଟିବା ପରେ ଥାନାରେ ଏତଲା ଦେଇଛନ୍ତି ସ୍ବାମୀ ।

ଏହା ମଧ୍ୟ ପଢନ୍ତୁ-ଫୁଟବଲ୍‌ ମ୍ୟାଚ ଦେଖି ଫେରୁଥିବା ବେଳେ ଧକ୍କା ଦେଲା ବସ୍‌, 3 ଯୁବକ ମୃତ

ଗତ ଫେବୃୟାରୀରେ ଭୁବନେଶ୍ବରର ସନ୍ଦୀପ କର ନୟାଗଡର ନମିତା ନାୟକଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ଶ୍ବଶୁର ଘରେ ମଧ୍ୟ ବୋହୂର ଚାଲିଚଳନ ସାଙ୍ଗକୁ ବ୍ୟବହାର ମଧ୍ୟ ଖୁବ ଭଲଥିଲା । କିନ୍ତୁ ହଠାତ୍‌ ଶ୍ବଶୁର ଘରେ ଆଉ ବୋହୂର ମନ ଲାଗିଲାନି । ଶେଷରେ ସୁନା ଗହଣା ଧରି ଫେରାର ହୋଇଯାଇଥିଲେ । ଘରୁ ୨ଟି ସୁନା ଚେନ,ମଙ୍ଗଳ ସୁତ୍ର,ଦୁଇଟି ମୁଦି,କାନଫୁଲ ଓ ଆଉ କିଛି ଗହଣା ନେଇ ସେ ଫେରାର ହୋଇଯାଇଥିବା ବେଳେ ତାଙ୍କ ଫୋନ ଲାଗୁନଥିବା ଅଭିଯୋଗ କରିଛନ୍ତି ସ୍ବାମୀ ।

ପୂର୍ବରୁ ରାଜୁ ନାମକ ଜଣେ ଯୁବକଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି । ତାଙ୍କ ସହ ମିଶି ନମିତା ଏପରି କରିଥାଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି ସନ୍ଦୀପ । ଅଭିଯୋଗ ପରେ ପୋଲିସ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ କାହା ସହ ସନ୍ଦୀପଙ୍କ ସ୍ତ୍ରୀ ନମିତା ପଳାଇଛନ୍ତି ସେନେଇ ତଦନ୍ତ କରୁଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.