ETV Bharat / state

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

ଯୌତୁକ ନେଲା ନବବଧୂର ଜୀବନ । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲାରୁ । ମୃତ ମହିଳା ହେଲେ ପୂଜା ପ୍ରଧାନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 16, 2019, 7:09 PM IST

ଖୋର୍ଦ୍ଧା: ପୁଣି ଯୌତୁକ ଜୁଇରେ ନବବଧୂ । ଅଧିକ ଯୌତୁକ ପାଇଁ ଜଣେ ନବବଧୂଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ଆସିଛି । ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲାରୁ । ମୃତ ମହିଳା ହେଲେ ପୂଜା ପ୍ରଧାନ । ମହିଳାଙ୍କ ପରିବାର ଲୋକେ ଶାଶୁଘର ବିରୋଧରେ ଅଭିଯୋଗ ଆଣିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଗତ 6 ମାସ ତଳେ ଖୋର୍ଦ୍ଧାଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ବଡ଼ ସିରେଇପୁର ଗ୍ରାମର ମିଥୁନ ପ୍ରଧାନ ପୁରୀ ଜିଲ୍ଲା ଲକ୍ଷ୍ମୀନାରାୟଣପୁର ଗ୍ରାମର ପୂଜା ପ୍ରଧାନଙ୍କୁ ବୈଦିକରୀତିରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଯୌତୁକ ପାଇଁ ଶାଶୁଘର ଲୋକେ ପୂଜାଙ୍କୁ ଧମକ ଦେଉଥିଲେ ।

ଏପରିକି 5ଲକ୍ଷ ଟଙ୍କା ସହ ଏକ ମୋଟର ସାଇକେଲ ଆଣିବାକୁ କହିଥିଲେ ଶାଶୂଘର ଲୋକେ । ଟଙ୍କା ନ ଆଣିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଥିଲେ । ହେଲେ ଆଜି ତାଙ୍କୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦେବାକୁ ଶାଶୁଘର ଲୋକେ ଚେଷ୍ଟା କରିଥିବା ପୂଜାଙ୍କା ବାପା ଘର ଲୋକେ ଅଭିଯୋଗ କରିଛନ୍ତି । ଖବର ପାଇ ବାଣପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

EY

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.