ETV Bharat / state

Budget Session: ଗୃହରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲେ ବିଜେଡି ବିଧାୟକ - ସ୍ବାଧିକାର ଭଙ୍ଗ ନୋଟିସ୍ ଆଣିଲେ ବିଜେଡି ବିଧାୟକ

ଦୁଇଟି ଗଣମାଧ୍ୟମ ବିରୁଦ୍ଧରେ ଗୃହରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲେ ବିଜେଡି ବିଧାୟକ ଅମର ଶତପଥି । ଅଧିକ ପଢନ୍ତୁ

ଗୃହରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିଲେ ବିଜେଡି ବିଧାୟକ

author img

By

Published : Feb 24, 2023, 12:59 PM IST

ଭୁବନେଶ୍ବର: ଗୃହରେ ଆସିଲା ସ୍ବାଧିକାର ଭଙ୍ଗ ନୋଟିସ୍‌ । ବିଜେଡି ବିଧାୟକ ଅମର ଶତପଥି ଦୁଇଟି ଛପା ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମ ବିରୁଦ୍ଧରେ ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି । ତେବେ ଏ ସମ୍ପର୍କରେ ତର୍ଜମା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି । ଯାହା ସୂଚନା ମିଳିଛି, ଗୃହରେ ଆଲୋଚନା ବେଳେ ନିର୍ଦ୍ଦିଷ୍ଟ ଆଲୋଚନାକୁ ବିବରଣୀରୁ ବାଦ୍ ଦେବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏ ସମ୍ପର୍କରେ ସେହି ଦୁଇଟି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ବିଜେଡି ବିଧାୟକ ଅଭିଯୋଗ କରି ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଛନ୍ତି ।

ସୂଚନା ଅନୁସାରେ, ଆଜି ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନରେ ଗୃହକାର୍ଯ୍ୟ ଆରମ୍ଭ ହେବ ମାତ୍ରେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇଥିଲା ବିରୋଧି । ପୋଡ଼ିୟମ ନିକଟକୁ ଆସି ହୋହଲ୍ଲା କରିଥିଲେ । ପରେ ବାଚସ୍ପତି ଗୃହକୁ ପୂର୍ବାହ୍ନ ୧୧ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଥିଲେ। ସାଢେ ୧୧ବେଳକୁ ପୁଣି ଥରେ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ଏହାପରେ ବିଜେଡି ବିଧାୟକ ଅମର ଶତପଥୀ ଦୁଇଟି ବୈଦ୍ୟୁତିକ ଗଣମାଧ୍ୟମ ଓ ଛପା ଗଣମାଧ୍ୟମ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗା ନୋଟିସ ଆଣିଥିଲେ । ତେବେ ଏ ସମ୍ପର୍କରେ ତର୍ଜମା କରାଯାଇ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ବାଚସ୍ପତି କହିଥିଲେ ।

ଏହାମଧ୍ୟ ପଢନ୍ତୁ: Budget session: ଚାଷୀ ପ୍ରସଙ୍ଗରେ ବିରୋଧିଙ୍କ ନାରାବାଜି, ଚାଲି ପାରିଲାନି ପ୍ରଶ୍ନକାଳ

ଅନ୍ୟପଟେ ଶୂନ୍ୟକାଳରେ ପଏଣ୍ଟ ଅଫ ଅର୍ଡ ଉଠାଇ ଜୟ ନାରାୟଣ ମିଶ୍ର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଟୋକନ ବ୍ୟବସ୍ଥାରେ ଅବବ୍ୟସ୍ଥା କାରଣରୁ ଚାଷୀ ହଇରାଣ ହେଉଛନ୍ତି । ସେହିପରି ଟାଟା କମ୍ପାନୀ ବକେୟା ବିଦ୍ୟୁତ୍ ଶୁଳ୍କ ଆଦାୟ କରିବା ଚୁକ୍ତିରେ ନାହିଁ ବୋଲି ଜୟ ଦର୍ଶାଇଥିଲେ । ଶୂନ୍ୟକାଳରେ ମୁଲତବୀ ପ୍ରସ୍ତାବରେ ଆବାସ ଯୋଜନା ଉପରେ ଆଲୋଚନା ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: Odisha Budget: ଆଜି ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ

ଗତ ମଙ୍ଗଳବାର ଠାରୁ ଓଡିଶା ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହୋଇଛି । ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ବିରୋଧିଙ୍କ ହୋ ହଲ୍ଲରେ ପ୍ରଥମ ଦୁଇ ଦିନ ଗୃହକାର୍ଯ୍ୟ ଚାଲିପାରିନଥିବା ବେଳେ ତୃତୀୟ ଦିନ ଗୃହ ସ୍ବାଭାବିକ ହୋଇଥିଲା । ଆଜି ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ବିରୋଧିଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ଚାଲି ପାରିନଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.