ଖୋର୍ଦ୍ଧା: ପ୍ରେମ, ନିବେଦନ, ନୃଂଶସ । ଯୁବକଙ୍କ ପ୍ରେମକୁ ଗ୍ରହଣ ନ କରିବାରୁ ଯୁବତୀଙ୍କ ଗୋଡ ହାଣିଲା ପାଗଳ ପ୍ରେମିକ । ପ୍ରେମ ପ୍ରତ୍ୟାଖ୍ୟାନ ସହିନପାରି ପ୍ରେମିକ ଘଟାଇଲେ ଏପରି ନୃଂଶସ କାଣ୍ଡ । ଏଭଳି ଏକ ଘଟଣା ଘଟିଛି ବାଘମାରି ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ।
ସେହି ଗ୍ରାମର ଜଣେ ଯୁବତୀଙ୍କୁ ଗ୍ରାମର ଦାଶରଥି ବେହେରା ଏକ ତରଫା ପ୍ରେମ କରୁଥିଲେ । ତେବେ ଗତ ମାସରେ ତାଙ୍କୁ ଅସଦାଚରଣ କରି ଗିରଫ ହୋଇ ଜେଲ ଯାଇଥିଲା ପ୍ରେମିକ ପ୍ରବର । ଜେଲରୁ ଆସିବା ପରେ ମଧ୍ୟ ପ୍ରେମର ନିଶା ଉତୁରିନଥିଲା ଦାଶରଥିଙ୍କର ।
ପୁର୍ନବାର ଯୁବତୀଙ୍କୁ ପ୍ରେମ ନିବେଦନ କରି ଏଥିରେ ବିଫଳ ହେବାରୁ ଶେଷରେ ଯୁବତୀଙ୍କ ଦୁଇଗୋଡକୁ ଭୁଜାଲିରେ ହାଣି ଦେଇଥିଲେ ପାଗଳ ପ୍ରେମିକ । ଏନେଇ ବାଘମାରି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି । ଅଭିଯୁକ୍ତ ଯୁବକ ଜଣକ ଫେରାର ଥିବାବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ