ଖୋର୍ଦ୍ଧା: ସ୍କୁଲ ନିକଟରୁ ମିଳିଲା ବୋମା । ଖୋର୍ଦ୍ଧା ଟାଉନଥାନା ଅଧିନ ଏସଡିଏ ସ୍କୁଲ ନିକଟ ସୁନ୍ଦରା ସାହିରୁ 5ଟି ବୋମା ଜବତ କରିଛି ସ୍ପେଶାଲ ସ୍କ୍ବାର୍ଡ। ଏହି ଘଟଣାରେ ଜଣେ ଅଟକ ଥିବା ସୂଚନା ରହିଛି।
ସୁନ୍ଦରା ସାହିରୁ ଏତେ ପରିମାଣର ବୋମା ମିଳିବା ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା କାର୍ତ୍ତିକ ଜେନା ନାମକ ଜଣେ ବ୍ୟକ୍ତିଙ୍କୁ ଖୋର୍ଦ୍ଧାରେ ଅଟକ ରଖି ତଦନ୍ତ ଜାରି ରଖିଛି ଟାଉନ ଥାନା ପୋଲିସ। ପୌର ନିର୍ବାଚନ ଥିବାବେଳେ ସ୍କୁଲ ପରିସର ନିକଟରେ କାହିଁକି ବୋମା ରଖାଯାଇଛି ସେନେଇ ତଦନ୍ତ କରୁଛି ପୋଲିସ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ