ETV Bharat / state

ଚାକିରିରୁ ବିଦା ହେଲେ ବୈପାରୀଗୁଡ଼ା IIC

author img

By ETV Bharat Odisha Team

Published : Dec 2, 2023, 12:20 PM IST

Updated : Dec 2, 2023, 12:36 PM IST

Boipariguda IIC dismissed: ଭିଜିଲାନ୍ସ ଦ୍ବାରା ଗିରଫ ପରେ ଚାକିରିରୁ ବିଦା ହେଲେ ବୈପାରୀଗୁଡ଼ାର ପୂର୍ବତନ ଆଇଆଇସି । ଅଧିକ ପଢନ୍ତୁ

Boipariguda IIC   dismissed
Boipariguda IIC dismissed

ଭୁବନେଶ୍ବର: ଚାକିରିରୁ ବିଦା ହେଲେ ବୈପାରୀଗୁଡ଼ାର ଆଇଆଇସି ସୁଶାନ୍ତ ଶତପଥୀ । ସୁଶାନ୍ତଙ୍କୁ ଚାକିରିରୁ ବହିଷ୍କାର କଲେ ଡିଜିପି । କଛିଦିନ ପୂର୍ବେ ବେଆଇନ ଅର୍ଥ କାରବାର ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ସୁଶାନ୍ତ ଶତପଥୀ । ସୁଶାନ୍ତଙ୍କ ଘରୁ ଜବତ ହୋଇଥିଲା ଲକ୍ଷାଧିକ ଟଙ୍କା ।

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ବୈପାରୀଗୁଡା IIC, ମିଳୁଛି ବିଡା ବିଡା ୫୦୦ ଟଙ୍କିଆ ନୋଟ୍

ଗତ ସୋମବାର ସନ୍ଧ୍ୟାରେ ଏକ ଘରୋଇ ବସରେ କୋରାପୁଟରୁ କଟକ ସ୍ଥିତ ଘରକୁ ଯାଉଥିବା ବେଳେ ଜୟପୁର ଭିଜିଲାନ୍ସ ଟିମ ତାଙ୍କୁ ଧରିଥିଲା । ବସରେ ଲକ୍ଷାଧିକ ଟଙ୍କା ଧରି ଯାଉଥିବା ଖବର ପାଇଥିଲା ଭିଜିଲାନ୍ସ । ଏହାପରେ ଜୟପୁର ସହର ଟାଙ୍କୁଆ ଠାରେ ଭିଜିଲାନ୍ସ ଅତର୍କିତ ଚଢାଉ କରି ତାଙ୍କ ଠାରୁ 2ଲକ୍ଷ 70ହଜାର ଟଙ୍କା ଜବତ କରିଥିଲା । ଏହାପରେ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣି ତାଙ୍କୁ ପଚରାଉଚରା କରାଯାଇଥିଲା । ପରେ କଟକ ସ୍ଥିତ ସରକାରୀ କ୍ବାଟର, ଆଇଆଇସି ଚାମ୍ବରରୁ ମଧ୍ୟ ଲକ୍ଷାଧିକ ଟଙ୍କା ପାଇଥିଲା ଭିଜିଲାନ୍ସ । ସରକାରୀ କ୍ବାଟରରୁ ବିଡା ବିଡା 500 ଟଙ୍କିଆ ନୋଟ ଜବତ କରାଯାଇଥିଲା । ଅଫିସ ଓ ସରକାରୀ କ୍ବାଟରରେ ରେଡ କରାଯାଇ 37 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରାଯାଇଛି । ଆଇଆଇସି ସୁଶାନ୍ତ ଏତେ ଟଙ୍କା କେଉଁଠୁ ଆଣିଥିଲେ ସେନେଇ ଭିଜିଲାନ୍ସକୁ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିବାରୁ ତାଙ୍କୁ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଦୁର୍ନୀତି ପଡିଲା ମହଙ୍ଗା; ଚାକିରୀରୁ ବିଦା ହେଲେ ନବରଙ୍ଗପୁରର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ

ଏହା ମଧ୍ୟ ପଢନ୍ତୁ-ଆୟର 500% ଅଧିକ ସମ୍ପତ୍ତି ଠୁଳ କରିଥିଲେ ଅତିରିକ୍ତ ଉପଜିଲ୍ଲାପାଳ, ବେନାମୀ ଆକାଉଣ୍ଟ ନେଇ ତନାଘନା

  • In consonance with zero tolerance policy of the State Government towards corruption, @DGPOdisha has dismissed Sri Sushanta kumar Satpathy,Inspector of Police, @odisha_police, from the service under Article311(2)(b) of Indian Constitution following his arrest in a corruption case.

    — Odisha Police (@odisha_police) December 2, 2023 " class="align-text-top noRightClick twitterSection" data=" ">

ଆଇଆଇସି ସୁଶାନ୍ତ ଶତପଥୀ ଭିଜିଲାନ୍ସ ଦ୍ବାରା ଗିରଫ ହେବା ପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜୟପୁର ଭିଜିଲାନ୍ସ ଏସପି ପୋଲିସ ଡିଜିପିଙ୍କୁ ଚିଠି ଲେଖିଥିଲେ । ଏହାପରେ ଆଜି ତାଙ୍କୁ ଡିଜିପି ଚିକିରିକୁ ବହିଷ୍କାର କରିଥିବା ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ଓଡିଶା ପୋଲିସ ଟ୍ବିଟ କରି କହିଛି ଯେ, ଦୁର୍ନୀତି ପ୍ରତି ରାଜ୍ୟ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଅନୁଯାୟୀ ଇନ୍ସପେକ୍ଟର ସୁଶାନ୍ତ କୁମାର ଶତପଥୀଙ୍କୁ ଡିଜିପି ଓଡିଶା ପୋଲିସରୁ ବହିଷ୍କାର କରିଛନ୍ତି । ଦୁର୍ନୀତି ମାମଲାରେ ଗିରଫ ହେବା ପରେ ଭାରତୀୟ ସମ୍ବିଧାନର ଧାରା 311 (୨) (b) ଅନୁଯାୟୀ ତାଙ୍କୁ ଚିକିରିରୁ ନିଲମ୍ବନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 2, 2023, 12:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.