ETV Bharat / state

ମାଟ୍ରିକ ପରୀକ୍ଷା ପୂର୍ବରୁ ବଦଳିଲେ ବୋର୍ଡ ସଭାପତି, ଶ୍ରୀକାନ୍ତ ତରାଇ ନୂଆ ସଭାପତି - ଶ୍ରୀକାନ୍ତ ତରାଇ

Matric Board president changed: ବଦଳିଲେ ମାଟ୍ରିକ ବୋର୍ଡର ସଭାପତି । ନୂଆ ସଭାପତି ଭାବେ ଦାୟିତ୍ୱ ନେଲେ ଓଏଏସ୍ ଅଧିକାରୀ ଶ୍ରୀକାନ୍ତ ତରାଇ । ଆସନ୍ତା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଅଧିକ ପଢନ୍ତୁ

ମାଟ୍ରିକ ପରୀକ୍ଷା ପୂର୍ବରୁ ବଦଳିଲେ ବୋର୍ଡ ସଭାପତି , ଦାୟିତ୍ୱ ନେଲେ ଶ୍ରୀକାନ୍ତ ତରାଇ

author img

By ETV Bharat Odisha Team

Published : Dec 17, 2023, 4:22 PM IST

Updated : Dec 17, 2023, 4:31 PM IST

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପୂର୍ବରୁ ବଦଳିଲେ ବୋର୍ଡ ସଭାପତି । ନୂଆ ସଭାପତି ଶ୍ରୀକାନ୍ତ ତରାଇଙ୍କୁ ଦାୟିତ୍ୱ । ପୂର୍ବରୁ ସମ୍ପାଦକ ତୁଲାଇ ସାରିଛନ୍ତି ଶ୍ରୀକାନ୍ତ । ଆସନ୍ତା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ବୋର୍ଡ ପରୀକ୍ଷା । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଏଏସ୍ ଅଧିକାରୀ ଶ୍ରୀକାନ୍ତ ତରେଇ ପୂର୍ବରୁ ରାଜସ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ଥିଲେ । ବର୍ତ୍ତମାନ ସେ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଭାବେ କାର୍ଯ୍ୟ କରିବେ ।

ସୂଚନାଯୋଗ୍ୟ ଆସନ୍ତା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ବୋର୍ଡ ପରୀକ୍ଷା । ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ କାର୍ଯ୍ୟସୂଚୀ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଫେବୃଆରୀ ୨୦ ତାରିଖରେ ଦଶମ ଶ୍ରେଣୀ ପିଲାମାନଙ୍କର ଓଡ଼ିଆ ପରୀକ୍ଷା ହେବାକୁ ଥିବା ବେଳେ ୨୩ ତାରିଖରେ ଇଂରାଜୀ, ୨୬ରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ । ଏହାପରେ ୨୮ ତାରିଖରେ ହିନ୍ଦୀ ଏବଂ ସଂସ୍କୃତ ପରୀକ୍ଷା, ମାର୍ଚ୍ଚ ୨ରେ ବିଜ୍ଞାନ ଏବଂ ୪ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ଦେବେ ମାଟ୍ରିକ ଛାତ୍ରଛାତ୍ରୀ ।

ଏହା ମଧ୍ୟ ପଢନ୍ତୁ....ଫେବୃଆରୀ ୨୦ରୁ ମାଟ୍ରିକ ପରୀକ୍ଷା, ଜାଣନ୍ତୁ କେଉଁ ଦିନ ରହିଛି କେଉଁ ପରୀକ୍ଷା

ତେବେ ଚଳିତବର୍ଷ ୨୯୯୧ କେନ୍ଦ୍ରରେ ମୋଟ ୫ ଲକ୍ଷ ୫୧ ହଜାର ୬୧୧ ଜଣ ପିଲା ମାଟ୍ରିକ ପରୀକ୍ଷା ଦେବେ ।ନୂଆ ସଭାପତି ଶ୍ରୀକାନ୍ତ ତରାଇଙ୍କୁ ଦାୟିତ୍ୱ ଦେଇଛି ଶିକ୍ଷା ବିଭାଗ । ପରୀକ୍ଷାରେ କିଭଳି ସ୍ୱଚ୍ଛତା ଅଣାଯାଇପାରିବ ସେନେଇ ବେଶ ତତ୍ପର ରହିଛି । ସୂଚନା ଅନୁଯାୟୀ, ପ୍ରଥମ ଥର ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପରିଚାଳନାରେ ପ୍ରୟୋଗ ହେବ Artificial Intelligence (AI) ତଥା କୃତ୍ରିମ ବୁଦ୍ଧିମତା । AI ମାଧ୍ୟମରେ ହେବ ମାଟ୍ରିକ ପରୀକ୍ଷାର ୱେବକାଷ୍ଟିଂ । ଏଥିପାଇଁ ଷ୍ଟ୍ରଙ୍ଗରୁମ ଠାରୁ ଆରମ୍ଭ କରି DEO ଅଫିସ ଓ ପରୀକ୍ଷା ହଲରେ ଲାଗିବ AI କ୍ୟାମେରା । ଏହି AI କ୍ୟାମେରାକୁ ଅପରେଟିଂ ପାଇଁ କମାଣ୍ଡ ରୁମରେ ରହିବେ ୭ ରୁ ୮ ଜଣ କର୍ମଚାରୀ ।

ପରୀକ୍ଷା ପରିଚାଳନାରେ ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୁଏ, ତା’ହେଲେ କମାଣ୍ଡ ରୁମକୁ ସିଧାସଳଖ ଭାବରେ ଜଣାଇବ AI କ୍ୟାମେରା । ତେବେ ଚଳିତ ବର୍ଷ ୨ ହଜାର ୯ ଶହ ୯୧ କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବେ । ଅନ୍ୟପଟେ ମାର୍ଚ୍ଚ ୬ ରୁ ୧୫ ମାର୍ଚ୍ଚ ଯାଏଁ ହେବ ନବମ ଶ୍ରେଣୀର ବାର୍ଷିକ ପରୀକ୍ଷା । କପି ରୋକିବାକୁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବ ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Dec 17, 2023, 4:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.