ETV Bharat / state

ପୋଷା କୁକୁରଙ୍କ ପାଇଁ ଆସିବ ନୂଆ ନିୟମ: ରାସ୍ତାକଡରେ ମଳତ୍ୟାଗ କରାଇବା ମନା, ଦେବାକୁ ପଡିବ ୧୦ ହଜାର

ରାଜଧାନୀରେ କୁକୁର ପୋଷିଲେ ମାନିବାକୁ ପଡିବ ବିଏମସି ନିୟମ । ବିନା ଟ୍ୟାଗରେ କୁକୁରଙ୍କୁ ବାହାରକୁ ଆଣିପାରିବେ ନାହିଁ ମାଲିକ । ଅଧିକ ପଢନ୍ତୁ

ପୋଷା କୁକୁରଙ୍କ ପାଇଁ ଆସିବ ନୂଆ ନିୟମ
ପୋଷା କୁକୁରଙ୍କ ପାଇଁ ଆସିବ ନୂଆ ନିୟମ
author img

By

Published : Mar 22, 2023, 12:37 PM IST

Updated : Mar 22, 2023, 1:18 PM IST

ଭୁବନେଶ୍ବର: କୁକୁରଙ୍କ ପାଇଁ ନୂଆ ନିୟମ ଆଣିବ ବିଏମସି । କୁକୁର ପୋଷିଲେ ରାଜଧାନୀରେ ମାନିବାକୁ ପଡିବ ଅନେକ ନିୟମ । କୁକୁରମାନଙ୍କ ପଞ୍ଜିକରଣ ଏବଂ ଉପଯୁକ୍ତ ନିୟନ୍ତ୍ରଣ ବାବଦରେ ଲିଖିତ ନିର୍ଦ୍ଦେଶାବଳୀକୁ ପାଳନ କରିବେ ସହରବାସୀ । ବିନା ଟ୍ୟାଗରେ କୁକୁରଙ୍କୁ ବାହାରକୁ ଆଣିପାରିବେ ନାହିଁ । ରାସ୍ତାରେ ଝାଡା ଫେରାଇ ପାରିବେ ନାହିଁ । ନଚେତ୍ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୁକୁରଙ୍କ ପାଇଁ ଆସିବାକୁ ଥିବା ମାର୍ଗଦର୍ଶିକା ଉପରେ ଆଲୋଚନା ହୋଇଛି । ଏନେଇ ଚିଠା ପ୍ରସ୍ତାବ ଚୂଡ଼ାନ୍ତ ହୋଇଥିବାରୁ ଆସନ୍ତା କର୍ପୋରେସନ ବୈଠକରେ ଏହି ମାର୍ଗଦର୍ଶିକା ଗୃହୀତ ହେବ ବୋଲି ଜଣାପଡ଼ିଛି ।

ପୋଷା କୁକୁରଙ୍କ ପାଇଁ ଆସିବ ନୂଆ ନିୟମ
ପୋଷା କୁକୁରଙ୍କ ପାଇଁ ଆସିବ ନୂଆ ନିୟମ

ଭୁବନେଶ୍ୱରରେ ଦିନକୁ ଦିନ କୁକୁରମାନଙ୍କ ସଂଖ୍ୟା ବୃଦ୍ଧି ପାଇବାଲେ ଲାଗିଛି । ଏହାର ସମାଧାନ ପାଇଁ ମହାନଗର ନିଗମ କର୍ତ୍ତୃପକ୍ଷ ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ଏହାର ମାତ୍ରା ବଢ଼ାଇବା ଏବଂ କୁକୁରଙ୍କ ଲାଗି ଉପୁଜୁଥିବା ସମସ୍ୟାର ସମାଧାନ ନିମନ୍ତେ ପ୍ରଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ମେୟର । ବୈଠକରେ ୫୩ଟି ଆପତ୍ତି ଓ ପରାମର୍ଶ ଉପରେ ତର୍ଜମା କରାଯିବା ପରେ ଦୁଇଟି ନିୟମକୁ ବଦଳା ଯାଇଛି । କୁକୁରଙ୍କ ପାଇଁ ଇନସ୍ୟୁରାନ୍ସ ବ୍ୟବସ୍ଥା କରିବାକୁ ସ୍ଥିର ହୋଇଛି । ଏଥିସହ ଜଣେ ମାଲିକ ଚାହିଁଲେ ଦୁଇରୁ ଅଧିକ କୁକୁର ରଖିପାରିବେ ।

ବୈଠକରେ ଆଲୋଚନା ହୋଇଥିବା ଚୂଡାନ୍ତ ମାର୍ଗଦର୍ଶିକାରେ ରହିଛି ଯେ, କୁକରମାନଙ୍କର ପଞ୍ଜୀକରଣ ଏବଂ ଉପଯୁକ୍ତ ନିୟନ୍ତ୍ରଣ ବାବଦରେ ଲିଖିତ ନିର୍ଦ୍ଦେଶାବଳୀକୁ ସହରବାସୀ ଅନୁପାଳନ କରିବେ । ମ୍ୟୁନିସିପାଲ କର୍ପୋରେସନ ଆକ୍ଟର ଭାଗ ୪୦୯ ବି ଏବଂ ୫୪୩ ବି ଅନୁଯାୟୀ କୌଣସି ବ୍ୟକ୍ତି କୁକୁର ପାଳିଲେ ତାଙ୍କୁ ବିଭିନ୍ନ ନିୟମ ମାନିବାକୁ ହେବ । ଛୁଆଜନ୍ମ, ଟିକାକରଣ, ବନ୍ଧ୍ୟାକରଣ, ଲାଇସେନ୍ସ ଇତ୍ୟାଦି କରିବାକୁ ହେବ ।

ଏହି ନିୟମକୁ ଲାଗୁ କରିବା ପୂର୍ବରୁ କୁକୁର ପୋଷୁଥିବା ବ୍ୟକ୍ତିମାନେ କିପରି ପଞ୍ଜୀକରଣ କରିବେ, ସେମାନଙ୍କ ରହିବାର ସ୍ଥାନ, ବ୍ୟବସ୍ଥା, ସ୍ୱାସ୍ଥ୍ୟ ରକ୍ଷା, କୁକୁରଟିଏ ମରିଯିବା ପରେ ଏଣେତେଣେ ଫିଙ୍ଗି ନଦେଇ ତା'ର ଉପଯୁକ୍ତ ସତ୍କାର, କୁକୁରଟିଏ ରୋଗାଗ୍ରସ୍ତ ବା ବୁଢ଼ା ହୋଇଗଲେ ତାହାକୁ ମାଲିକ ବାହାରକୁ ନ ଛାଡିବା, କୌଣସି ପ୍ରକାରର ଅନୁସନ୍ଧାନ ବା ସମୀକ୍ଷା ନିମନ୍ତେ ବିଏମସି ନିର୍ଦ୍ଦିଷ୍ଟ ମାଲିକଙ୍କ ଘରକୁ ଯାଇ ପଚରାଉଚରା କରିପାରେ ।

ଏହି ଉପବିଧିରେ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଇଥିବାବେଳେ ପଞ୍ଜିକରଣ ଦେୟ ବାର୍ଷିକ ୫୦୦ ଟଙ୍କା ରଖାଯାଇଛି । ପଞ୍ଜିକରଣର ବିଭିନ୍ନ ନିୟମ ଯାହାକି ପୁନଃ ପଞ୍ଜିକରଣ, ପୋଷା କୁକୁର ବେକରେ ଫିତା, ଶିକୁଳି ଇତ୍ୟାଦି ରଖିବା, ବିନା ଟ୍ୟାଗରେ କୁକୁରକୁ ବାହାରକୁ ନ ଆଣିବା, ରାସ୍ତାରେ କୁକୁରକୁ ଝାଡା ନ ଫେରାଇବା ଇଦ୍ୟାଦି ବାବଦରେ ଆଲୋଚନା କରାଯାଇଛି । ଖେଳକୁଦ ଇତ୍ୟାଦିରେ କୁକୁରଙ୍କୁ ସାମିଲ କରିବା ଏବଂ ବ୍ୟବସାୟିକ ଉଦ୍ଦେଶ୍ୟରେ କୁକୁରମାନଙ୍କୁ ରଖିବାର ସ୍ୱତନ୍ତ୍ର ବିଧି ଏବଂ ଭୟଙ୍କର ତଥା ପାଗଳ କୁକୁରଙ୍କର ନିୟନ୍ତ୍ରଣ ବାବଦରେ ମାଲିକଙ୍କ କର୍ତ୍ତବ୍ୟ କଣ ରହିଛି, ତାହା ମଧ୍ୟ ଆଲୋଚନା ହୋଇଥିଲା । ନିୟମ ନମାନିଲେ, ମାଲିକଙ୍କୁ କେଉଁ ପ୍ରକାର ଆଇନର ସମ୍ମୁଖୀନ ହେବାକୁ ହେବ ତାହା ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା ।

ଆଲୋଚନାରେ ଉପସ୍ଥିତ କର୍ପୋରେଟରମାନେ ଉପବିଧିକୁ ନାଗରିକମାନଙ୍କ ହିତ ଉଦ୍ଦେଶ୍ୟରେ ଏବଂ କୁକୁର ପ୍ରେମୀମାନଙ୍କୁ ସମ୍ମାନ ଦେଇ ଲାଗୁ କରିବା ପାଇଁ କହିଥିବା ବେଳେ କୌଣସି ମାଲିକ ଯେପରି ନିଜ କୁକୁରକୁ ନେଇ ରାସ୍ତା ଅପରିଷ୍କାର ନକରିବେ ସେଥିପ୍ରତି ନଜର ଦେବାକୁ କହିଥିଲେ । ବୁଲା କୁକୁରମାନେ ରାସ୍ତା ଉପରେ ଝାଡା ଫେରିବା ସ୍ୱାଭାବିକ । ଅଳିଆ ସହ ଏହାକୁ ମଧ୍ୟ ନିୟମିତ ସଫା କରିବା ଦରକାର ବୋଲି କର୍ପୋରେଟର ମତ ଦେଇଥିଲେ । ଏହି ବୈଠକରେ କର୍ପୋରେଟରଙ୍କ ସମେତ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 22, 2023, 1:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.