ETV Bharat / state

ବୁଲା କୁକୁରଙ୍କ ଉପରେ BMCର ନଜର, ସୁରକ୍ଷା ନେଇ ଜାରି ହେବ ମାର୍ଗଦର୍ଶିକା

author img

By

Published : Apr 4, 2023, 8:53 PM IST

ପୋଷା କୁକୁର ପରେ ଏବେ ବୁଲା କୁକୁରଙ୍କ ଉପରେ ବିଏମସିର ନଜର । ବୁଲା କୁକୁରଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଆଣିବାକୁ ବିଏମସି ଯୋଜନା କରୁଛି । ଅଧିକ ପଢ଼ନ୍ତୁ

bmc to impose special rule for street dogs
ବୁଲା କୁକୁରଙ୍କ ପାଇଁ ଜାରି ହେବ ମାର୍ଗଦର୍ଶିକା

ଭୁବନେଶ୍ବର: ଦିନକୁ ଦିନ କୁକୁରଙ୍କ ପ୍ରତି ଲୋକଙ୍କ ଅମାନୁଷିକ କ୍ରିୟାକଳାପର ମାତ୍ରା ବୃଦ୍ଧି ପାଉଥିବାବେଳେ କୁକୁରଙ୍କ ପ୍ରାଦୁର୍ଭାବ ସହରରେ ବଢିବାକୁ ଲାଗିଛି । ଯାହା ଉଭୟ ମଣିଷ ଆଉ କୁକୁରଙ୍କ ପାଇଁ ଘାତକ ସାଜୁଛି । କେଉଁଠି ମଣିଷର ଜୀବନ ଯାଉଛି ତ ଆଉ କେଉଁଠି କୁକୁର । ଆଉ ଏଭଳି ଦୁଇଟି ଘଟଣା ଏବେ ରାଜ୍ୟରେ ଖବରର ଶିରୋନାମା ପାଲଟିଛି । ତେଣୁ ପୋଷା କୁକୁରଙ୍କ ଭଳି ବୁଲା କୁକୁରଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଆଣିବାକୁ ବିଏମସି ଯୋଜନା କରୁଛି ।

ରାଜଧାନୀରେ ଦିନକୁ ଦିନ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱରରେ କୁକୁରମାନଙ୍କ ପାଇଁ ବିଏମସି ପକ୍ଷରୁ ଖାଦ୍ୟର ବ୍ୟବସ୍ଥା କରାଯାଉନାହିଁ । ରାଜଧାନୀରେ ଡଷ୍ଟବିନ୍‌ ମୁକ୍ତ କରିବା ଲାଗି ନିଆଯାଇଥିବା ପଦକ୍ଷେପ ପାଇଁ ବୁଲା କୁକୁରଙ୍କ ଖାଦ୍ୟର ଠିକଣା ହଜିଯାଇଛି । ଫଳରେ ଖାଦ୍ୟ ନପାଇ ଏଣେତେଣେ ବୁଲି ଯାହା ପାରୁଛନ୍ତି ଖାଉଛନ୍ତି ଏବଂ ହିଂସ୍ର ମଧ୍ୟ ହେଉଥିବା ପଶୁପ୍ରେମୀ କହିଛନ୍ତି । ସେହିଭଳି ବ୍ରହ୍ମପୁର ଘଟଣାରେ ମଧ୍ୟ ଏଭଳି କିଛି କାରଣକୁ ନେଇ କୁକୁରମାନେ ହିଂସ୍ର ଆଚରଣ କରୁଥିବା ଦେଖିବାକୁ ମିଳିଛି । ଯୁଗ ବଦଳିବା ସାଙ୍ଗରେ ସାମାଜିକ ପ୍ରାଣୀଙ୍କ କ୍ଷେତ୍ରରେ ବି ପରିବର୍ତ୍ତନ ପରିଲକ୍ଷିତ ହେଉଛି । କେଉଁଠି କୁକୁର ହିଂସ୍ର ପାଲଟି ମଣିଷ ଉପରେ ଆକ୍ରମଣ କରୁଛି ତ ଆଉ କେଉଁଠି ମଣିଷ ଖାଦ୍ୟରେ ବିଷ ଦେଇ କୁକୁରମାନଙ୍କୁ ହତ୍ଯା କରୁଛି । ପ୍ରଥମେ ରାଜଧାନୀ ଭୁବନେଶ୍ବରରେ କୁକୁରଙ୍କୁ ଖାଦ୍ୟରେ ବିଷ ଦେଇ ମାରି ଦିଆଯାଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ବ୍ରହ୍ମପୁରରେ କୁକୁର ଆକ୍ରମଣ ଯୋଗୁଁ ଗାଡ଼ି ଚାଳକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ଏହି ଦୁଇଟି ଭିନ୍ନ ଘଟଣା ମଣିଷ ଏବଂ ବିଶ୍ଵାସୀ ପ୍ରାଣୀ କୁକୁର ମଧ୍ୟରେ ଦୂରତାକୁ ଦର୍ଶାଉଥିବା ନେଇ ପଶୁପ୍ରେମୀ ଚିନ୍ତା ପ୍ରକଟ କରିଛନ୍ତି ।

ପଶୁପ୍ରେମୀ କହିଛନ୍ତି ଯେ, "ରାଜଧାନୀ ଭୁବନେଶ୍ବରରେ ଦିନକୁ ବୁଲା କୁକୁରଙ୍କ ବଂଶ ବୃଦ୍ଧି ଘଟୁଛି । ବାହାରେ ବୁଲୁଥିବା କୁକୁରଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ ମିଳୁନାହିଁ । ପୂର୍ବରୁ କୋରୋନା ସମୟରେ ବିଏମସି ପକ୍ଷରୁ କୁକୁରଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତ୍ତମାନ ତାହା ବନ୍ଦ କରି ଦିଆଯାଇଛି । ଖାଦ୍ୟ ନପାଇବା କାରଣରୁ କୁକୁରମାନେ ଆକ୍ରମଣାତ୍ମକ ହୋଇ ମଣିଷ ଉପରେ ଆକ୍ରମଣ କରୁଛନ୍ତି । ଏଥିପ୍ରତି ଧ୍ୟାନ ଦେଇ ପୁଣି ଥରେ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯାଉ ।" ସେ ଆହୁରି ମଧ୍ୟ କହିଛନ୍ତି, "ସେମାନଙ୍କ ପ୍ରଜନନ କ୍ଷମତା କିଭଳି କମିବ ସେନେଇ ବନ୍ଧ୍ୟାକରଣର ସୁବ୍ୟବସ୍ଥା କରାଯାଉ । ଏହି କାର୍ଯ୍ୟକ୍ରମ WHOର ଆନିମଲ ସୁରକ୍ଷା ମାର୍ଗଦର୍ଶିକା ମୁତାବକ କରାଯାଉ । ଯାହାଦ୍ୱାରା ବନ୍ଧ୍ୟାକରଣ ସଠିକ ଢଙ୍ଗରେ ହୋଇପାରିବ । ସେପଟେ ଖୁବଶୀଘ୍ର ଏନେଇ ପଦକ୍ଷେପ ନିଆଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।" ବନ୍ଧ୍ୟାକରଣ କାର୍ଯ୍ୟକୁ ଅଧିକରୁ ଅଧିକ ତ୍ଵରାନିତ୍ଵ କରିବା ସହ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି । ଏଥିପାଇଁ ପଶୁପ୍ରେମୀଙ୍କ ପରାମର୍ଶ ଓ ସହଯୋଗ ଲୋଡିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.