ETV Bharat / state

ଦାବି ମାନିଲା BMC, ରାଜଧାନୀରୁ ଉଠିବ ଅଳିଆ

author img

By

Published : Aug 25, 2022, 11:26 AM IST

ଗତ ତିନି ଦିନ ହେଲା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ବିଏମସିରେ ପଡି ରହିଥିଲା ଅଳିଆ । ଯାହାକୁ ନେଇ ଭୁବନେଶ୍ବର ବାସୀ କ୍ଷୋଭ ପ୍ରକାଶ କରିଥିଲେ । ଏନେଇ ମେୟର କହିଛନ୍ତି ଏ ବାବଦରେ ସମସ୍ତଙ୍କ ସହିତ ଆଲୋଚନା କରାଯାଇଛି । ଅଧିକ ପଢନ୍ତୁ

ତିନି ଦିନ ପରେ ଉଠିଲା ବିଏମସି ଅଳିଆ, ସଫେଇ କର୍ମଚାରୀଙ୍କ ଦାବି ରଖିଲେ ମେୟର

ଭୁବନେଶ୍ବର: ବିଏମସିର ବିଭିନ୍ନ ୱାର୍ଡରେ ପଡିରହିଥିଲା କୁଢ କୁଢ ଅଳିଆ । ଅଳିଆ ପଡି ରହିବା କାରଣରୁ ବିଏମସିବାସୀ କ୍ଷୋଭ ପ୍ରକାଶ କରିଥିଲେ । ଏହି ସମସ୍ୟା ବାବଦରେ ମେୟର ସୁଲୋଚନା ଦାସ କହିଛନ୍ତି କି, ‘ସଫେଇ କାର୍ଯ୍ୟରେ ନିୟୋଜିତ ସଂସ୍ଥାର କାର୍ଯ୍ୟକାଳ ଶେଷ ହେଉଥିବାରୁ ସହରରେ ଏଭଳି ସମସ୍ୟା ଉପୁଜିଥିଲା । ଏ ବାବଦରେ ସମସ୍ତଙ୍କ ସହିତ ଆଲୋଚନା କରାଯାଇଛି । ଏବେ ସ୍ଥିତି ସ୍ବାଭାବିକ ହେବା ସହିତ ବିଭିନ୍ନ ୱାର୍ଡର ସଫେଇ କାର୍ଯ୍ୟ ଜାରି ରହିଛି ।’

ଗତ ତିନି ଦିନ ହେଲା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଜାରି ରହିଥିଲା । ଯାହା ଫଳରେ ବିଏମସିରେ ସଫେଇ କାର୍ଯ୍ୟରେ କୌଣସି କର୍ମୀ ନିୟୋଜିତ ରହି ନଥିଲେ । ବିଏମସିର ବିଭିନ୍ନ ୱାର୍ଡରେ କୁଢ କୁଢ ଅଳିଆ ପଡିରହିଥିଲା କୁଢ କୁଢ ଅଳିଆ ଆବର୍ଜନା । ସଫେଇ କର୍ମଚାରୀଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଭୁବନେଶ୍ବର ମହାନଗରରେ ସମ୍ପୂର୍ଣ୍ଣ ସଫେଇ କାମ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ ବିଏମସି ସଫେଇ କର୍ମଚାରୀ ମାନେ । ସେପଟେ ଅଳିଆ ସଫେଇ ନହେବାରୁ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ ଭୁବନେଶ୍ବର ବାସୀ ।

ଏନେଇ ଭୁବନେଶ୍ବର ମହାନଗର ମେୟର ସୁଲୋଚନା ଦାସ ଏ ବାବଦରେ କହିଛନ୍ତି କି, ‘ସଫେଇ କାର୍ଯ୍ୟରେ ନିୟୋଜିତ ସଂସ୍ଥାର କାର୍ଯ୍ୟକାଳ ଶେଷ ହେଉଥିବାରୁ ସହରରେ ଏଭଳି ସମସ୍ୟା ଉପୁଜିଥିଲା । ତେବେ ଏବାବଦରେ ମଙ୍ଗଳବାର ଆମେ ସମସ୍ତଙ୍କୁ ରାତିରେ ଡାକି ଆଲୋଚନା କରିଥିଲୁ । ଏବେ ଅଳିଆ ସମସ୍ୟାର ସମାଧାନ ହୋଇଛି । ଅଳିଆ ପଡି ରହିଥିବା ସମସ୍ୟା ଦୂର ହୋଇଛି । ସବୁକିଛି ସକାଳୁ ସ୍ବାଭାବିକ ହୋଇଛି । ଅଳିଆ ଉଠିବା ସହ ସଫେଇ ବି ହୋଇଛି ।

ସଫେଇ କମଚାରୀ ସହରର ସ୍ବଚ୍ଛତା ପାଇଁ ଅନେକ ସହଯୋଗ ଓ ତ୍ୟାଗ କରୁଛନ୍ତି ତେଣୁ ଆଗାମୀ ଦିନରେ ସେମାନଙ୍କୁ ନେଇ ଯାହା ବି ସମସ୍ୟା ଉପୁଜିବ ତାର ସମାଧାନ କରାଯିବ । ବିଶେଷ ଭାବେ ସଫେଇରେ ନିୟୋଜିତ ତିନି ସଂସ୍ଥା ରାମକୀ ଜାଗୃତି ଓ ଆଇଏମ ପିଆର ମଧୁର ରାମକୀ କାର୍ଯ୍ୟକାଳ କେବଳ ଏକମାସ ପାଇଁ ବଢିଥିବା ବେଳେ ଦରମା କିଭଳି ଦିଆଯିବ ସେମାନେ ଆଗକୁ କିଭଳି କାର୍ଯ୍ୟ କରିବେ ଏହି ଭଳି କିଛି ସମସ୍ୟାକୁ ନେଇ ସେମାନେ ଆନ୍ଦୋଳନ କରିଥିଲେ ।

ଯାହାର ଫଳ ସ୍ବରୂପ ସହରରେ ଅଳିଆ ପଡିରହିଥିଲା ବୋଲି କହିଛନ୍ତି ମେୟର । ଏବେ ସେମାନଙ୍କ ସମସ୍ୟାର ସମାଧାନ କରାଯାଇଛି । ଗତ ୨୨ ତାରିଖ ଦିନ ନୂଆପଲ୍ଲୀ କସ୍ତୁରବା ସ୍କୁଲ ପଡିଆରେ ସଫେଇ କର୍ମୀଙ୍କ ଆନ୍ଦୋଳନ ୮ ଦଫା ଦାବି ନେଇ ଆନ୍ଦୋଳନ କରିଥିଲେ । ଫଳରେ ୮ ଟି ୱାର୍ଡରେ ସଫେଇ କାମ ବନ୍ଦ ରହିଥିଲା । ଦାବି ପୂରଣ ନ ହେଲେ ଭୁବନେଶ୍ବର ମହାନଗରରେ ସମ୍ପୂର୍ଣ୍ଣ ସଫେଇ କାମ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.