ETV Bharat / state

ରାଜଧାନୀରେ ଗାଈଗୋରୁଙ୍କ ବିଚରଣ ଉପରେ ଲାଗିଲା କଟକଣା - ଭୁବନେଶ୍ବର ମେୟର ସୁଲୋଚନା ଦାସ

ଏଣିକି ଭୁବନେଶ୍ବର ରାଜରାସ୍ତାରେ ଗାଈଗୋରୁଙ୍କ ବିଚରଣ ଉପରେ କଟକଣା ଲଗାଇଲା ବିଏମସି । ଖୁବଶୀଘ୍ର ପୋଷା କୁକୁରଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ଭୁବନେଶ୍ବର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

bmc guideline for cow and dog
ଭୁବନେଶ୍ବରରେ ଗାଈଗୋରୁଙ୍କ ବିଚରଣ ଉପରେ କଟକଣା, ବିଏମସି ପକ୍ଷରୁ ବିଜ୍ଞପ୍ତି ଜାରି
author img

By

Published : Nov 26, 2022, 1:57 PM IST

ଭୁବନେଶ୍ୱର: ରାଜରାସ୍ତାରେ ଗୋରୁଗାଈଙ୍କ ବିଚରଣକୁ ନିଷିଦ୍ଧ ଘୋଷଣା କଲା ବିଏମସି । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତିରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ପାଇଁ ବନ୍ଧ୍ୟାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି । ଏହାସହ ଖୁବଶୀଘ୍ର ପୋଷା କୁକୁରଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ଭୁବନେଶ୍ବର ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରେ ଗାଈଗୋରୁଙ୍କ ବିଚରଣ ଉପରେ କଟକଣା

ବୁଲା ଗୋରୁଗାଈ ଓ ଷଣ୍ଢଙ୍କ ରାସ୍ତାରେ ବିଚରଣ ଯୋଗୁଁ ସଡକ ଦୁର୍ଘଟଣା ଅଧିକ ଘଟୁଛି । ଏହାକୁ ରୋକିବା ପାଇଁ ବିଏମସି ପକ୍ଷରୁ ପଦକ୍ଷେପ ହାତକୁ ନିଆଯାଇଛି । ଏଣିକି ରାସ୍ତାରେ ବୁଲୁଥିବା ଗୋରୁଗାଈ ଓ ଷଣ୍ଢଙ୍କୁ ଉଠାଇ ନେଇ ଜାମୁକୋଳି, ଖୋର୍ଦ୍ଧା ଓ ପୁରୀ ଠାରେ ଥିବା ଗୋଶାଳାରେ ରଖାଯିବ ଓ ସେମାନଙ୍କର ଯତ୍ନ ନିଆଯିବ । ଏଥିପାଇଁ ଦୁଇଟି ସଂସ୍ଥାକୁ ନିୟୋଜିତ କରାଯାଇଥିବା କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ ।

ସେପଟେ ଜାନୁଆରୀରେ ଓଡିଶାରେ ଆୟୋଜନ ହେବ ବିଶ୍ବକପ୍ ହକି । ଦେଶ ବିଦେଶରୁ ଆସିବେ ଖେଳାଳୀ ଓ ପର୍ଯ୍ୟଟକ । ଏଥିପାଇଁ ସଜେଇ ହେଉଛି ଭୁବନେଶ୍ବର । ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ରାସ୍ତାରୁ ବୁଲା କୁକୁର, ଷଣ୍ଢ ଓ ଗାଈଙ୍କୁ ହଟାଇବାକୁ ବିଏମସି ଆରମ୍ଭ ହୋଇଛି ଅଭିଯାନ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ବ୍ୟାପକ ହୋଇଛି ରାସ୍ତା ଉପରୁ ବୁଲା ଷଣ୍ଢ ଓ ଗାଈଙ୍କୁ ଧରିବା ଅଭିଯାନ ।

ଅନ୍ୟପଟେ ରାଜଧାନୀର ରାଜରାସ୍ତାରେ କେବଳ ନୁହେଁ ବରଂ ସାହି ଓ ଗଳିକନ୍ଦିରେ ମଧ୍ୟ ବୁଲା କୁକୁର ଓ ଗୋରୁଗାଇଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି । ଯେଉଁଥି ପାଇଁ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ପୂର୍ବରୁ ଯଦିଓ କୁକୁର ଓ ଗୋରୁଗାଈଙ୍କୁ ଧରାଯାଉଥିଲା । ବର୍ତ୍ତମାନ ପୁଣି ଏହି ଅଭିଯାନକୁ ବିଏମସି ବ୍ୟାପକ କରିଥିବାରୁ ଏଭଳି ପଦକ୍ଷେପ ସ୍ବାଗତ କରିଛନ୍ତି ରାଜଧାନୀବାସୀ । ତେବେ ଏହି ଅଭିଯାନକୁ ଲୋକଦେଖାଣିଆ ନକରି ନିୟମିତ କରିବା ଜରୁରୀ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.