ETV Bharat / state

ବିଏମସିର ‘କାମ ନାହିଁ ତ ଦରମା ନାହିଁ' ନୀତି, ବିଳମ୍ବରେ ଅଫିସ୍ ଆସିଲେ ଦରମା ବନ୍ଦ

author img

By ETV Bharat Odisha Team

Published : Dec 30, 2023, 7:26 PM IST

BMC guideline: ବିଏମସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ସଠିକ ସମୟରେ ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । ନଚେତ ଦରମା କଟାଯିବା ନେଇ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ଅଧିକ ପଢନ୍ତୁ

BMC guideline
BMC guideline

ଭୁବନେଶ୍ବର: ଏଥର ବିଳମ୍ବରେ ଅଫିସ ଆସିଲେ ଦରମା ବନ୍ଦ । ଏନେଇ ବିଏମସି ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି ହୋଇଛି । କର୍ମଚାରୀମାନଙ୍କ ବିଳମ୍ବରେ ଅଫିସ ଆସିବା ରୋକିବାକୁ ଏଭଳି ନିର୍ଦ୍ଦେଶମାନା ଜାରି କରିଛି ବିଏମସି । ଚିଠିରେ ଉଲ୍ଲେଖ ରହିଛି ଯେ, ବିଏମସି କର୍ମଚାରୀମାନଙ୍କ ବିଳମ୍ବରେ ଅଫିସ ଆସିବା ଆଉ ବରଦାସ୍ତ କରାଯିବ ନାହିଁ । ବିଏମସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ସକାଳ ୯ଟା ୪୫ରୁ ୧୦ଟା୧୫ ମଧ୍ୟରେ ଅଫିସରେ ପହଞ୍ଚିବେ ।

BMC guideline
BMC guideline

ଅଧିକରୁ ଅଧିକ ମାତ୍ର ୧୫ ମିନିଟ୍ ପର୍ଯ୍ୟନ୍ତ କୋହଳ ମନୋଭାବ ଦେଖାଯିବ ବୋଲି ବିଏମସି ସୂଚନା ଦେଇଛି । ଅର୍ଥାତ୍ ୧୦ଟା ୩୦ ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍, ଗାଡ଼ି ଖରାପ କିମ୍ବା ଅନ୍ୟାନ୍ୟ ଜରୁରୀକାଳିନ ସମସ୍ୟା କ୍ଷେତ୍ରରେ କୋହଳ କରାଯାଇପାରେ । ମାତ୍ର ପ୍ରତିଦିନ ନାନା ବାହାନା ଦେଖାଇ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ କୌଣସି ବାହାନା ଆଉ ଚଳିବ ନାହିଁ । କାରଣ ବର୍ତ୍ତମାନ ଆକ୍ସନ ମୋଡକୁ ଆସିଛି ବିଏମସି । ବିଳମ୍ବରେ ଆସୁଥିବା କର୍ମଚାରୀଙ୍କୁ ତତ୍‌କ୍ଷଣାତ୍ ଛୁଟିରେ ଅଛନ୍ତି ବୋଲି ଘେଷଣା କରାଯିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ତେଣୁ ସମ୍ପୃକ୍ତ ଦିନ ଛୁଟିରେ ଥିବା ନେଇ ଘୋଷଣା ପରେ ଦରମା ମଧ୍ୟ ବନ୍ଦ ହେବ ।

ଏହା ମଧ୍ୟ ପଢନ୍ତୁ...ଆଉ ଅପରିଷ୍କାର ଦିଶିବନି BMC ଓମଫେଡ, ଚକାଚକ୍‌ ଡିଜାଇନରେ ହେବ ନୂଆ ଷ୍ଟଲ

ଏହା ମଧ୍ୟ ପଢନ୍ତୁ...ପଦ୍ମପୁର ପାଇଁ ନୂଆ ADM ପଦବୀକୁ ମଞ୍ଜୁରୀ, ଚଭନ କୁନାଲ ମୋତିରାମ ADM ନିଯୁକ୍ତ

ଅର୍ଥାତ୍ ‘କାମ ନାହିଁ ତ ଦରମା ନାହିଁ' ନୀତି ଲାଗୁ କରାଯିବ। ଏନେଇ ବିଏମ୍‌ସି ପକ୍ଷରୁ ଶୁକ୍ରବାର ଏକ ସ୍ବତନ୍ତ୍ର ଅର୍ଡର ଜାରି କରାଯାଇ ବିଏମ୍‌ସି କାର୍ଯ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚରୀଙ୍କୁ ଠିକ୍ ସମୟରେ ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖାଲି ସେତିକି ନୁହେଁ, ପ୍ରତ୍ୟେକ ମହଲାରେ ତଦାରଖ କରିବେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ । ଯଦି କେହି କର୍ମଚାରୀ ଅଫିସରେ ଉପସ୍ଥିତ ନଥିବା ବା ସଠିକ ସମୟରେ ଆସି ପହଞ୍ଚି ନଥିବେ ତେବେ ସେଦିନ ତାଙ୍କର ଛୁଟି ଭାବେ ବିବେଚନା କରାଯିବା ସହ ଅନୁପସ୍ଥିତି ପାଇଁ ଦରମା ବନ୍ଦ ରହିବ । ତେବେ ପୂର୍ବରୁ ଅନେକ କର୍ମଚାରୀ ଡ୍ୟୁଟିରେ ଖିଲାପ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଫଳରେ ସରକାରୀ କାମ ଠିକ ସମୟରେ ହୋଇପାରୁନଥିଲା । ଏସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଏମସି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.