ETV Bharat / state

ପୁନରୁଦ୍ଧାର ହେବ ବିଏମସିର ୭ ନମ୍ବର ମୁଖ୍ୟ ନାଳ, କାର୍ଯ୍ୟ ସମୀକ୍ଷା କଲେ କମିଶନର - ପୁନରୁଦ୍ଧାର ହେବ ବିଏମସିର ୭ ନମ୍ବର ମୁଖ୍ୟ ନାଳ

ଡ୍ରେନ୍ ନମ୍ବର ୭ର କାର୍ଯ୍ୟ ସମିକ୍ଷା କଲେ ବିଏମସି କମିଶନର। ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ। ଅଧିକ ପଢନ୍ତୁ

review meeting on drain restore work
review meeting on drain restore work
author img

By

Published : May 28, 2023, 3:21 PM IST

ଭୁବନେଶ୍ବର: ରାଜଧାନୀର ୱାର୍ଡ ନମ୍ବର ୫୨ ଦେଇ ଯାଇଥିବା ଡ୍ରେନ୍ ନମ୍ବର ୭ର ହେବ ବିକାଶ । ଏନେଇ ଯୋଜନା କରିଛି ଭୁବନେଶ୍ବର ମହାନଗର ନିଗମ । ୭ ନମ୍ବର ମୁଖ୍ୟ ନାଳର ପୁନରୁଦ୍ଧାର ପାଇଁ ୧୯ ଏସଏଚଜି ମହିଳାଙ୍କୁ ୭ ଏକର ସ୍ଥାନର ଦାୟିତ୍ବ ଦିଆଯାଇଛି । ବିଏମସି କମିଶନର ଶନିବାର ଏହି ଅଞ୍ଚଳ ଗସ୍ତ କରି ନାଳ ସଫେଇ ଓ ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ । ପରେ କାର୍ଯ୍ୟରେ ନିୟୋଜିତ ଥିବା ଏସଏଚଜି ମହିଳାଙ୍କ ସହ ଆଲୋଚନା କରିଥିଲେ । ବାକି ଥିବା କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରି ମୌସୁମୀ ପୂର୍ବରୁ ମୁଖ୍ୟ ନାଳ ଓ ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି ।

review meeting on drain restore work
review meeting on drain restore work

ସୂଚନା ଅନୁସାରେ, ଗତ ଏପ୍ରିଲ୍ ମାସ ୨୨ ତାରିଖଠାରୁ ୭ ନମ୍ବର ମୁଖ୍ୟ ନାଳର ବିକାଶ ଆରମ୍ଭ ହୋଇଛି । ଏହି ମଧ୍ୟରେ ବିଏମ୍‌ସି କମିଶନର ଓ ମେୟର ସୁଲୋଚନା ଦାସ ଉଭୟ ଉକ୍ତ ଅଞ୍ଚଳ ଗସ୍ତ କରି ନିର୍ମାଣାଧୀନ କାମର ଯାଞ୍ଚ କରିବା ସହ ଏସଏଚଜିଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସାରିବାକୁ କହିଛନ୍ତି । ହେଲେ ନାଳ ବିକାଶରେ ମୁଖ୍ୟ ବାଧକ ସାଜିଛି ଜବରଦଖଲ । ନାଳ ଉପରେ ଓ କଡ଼ରେ ଥିବା ଜନସ୍ବାସ୍ଥ୍ୟ ଓ ବିଏମସିର ଜମି ଉପରେ କିଛି ଲୋକ ବେଆଇନ ଭାବେ ଘର ନିର୍ମାଣ କରିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଜନସ୍ବାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ହୋଇଥିବାବେଳେ ବାକି ଲୋକ ସରକାରୀ କର୍ମଚାରୀ ହୋଇଥିବା ସୂଚନା ରହିଛି । ତେବେ ଏମାନଙ୍କ ଘର ଉଚ୍ଛେଦ ନହେବାରୁ ନାଳ ବିକାଶ ପଛାଉଛି ।

review meeting on drain restore work
review meeting on drain restore work

ମୁଖ୍ୟ ନାଳ ଉପରେ ଏହି ଜବରଦଖଲ ରହିଛି । ପ୍ରାୟ ୭ ପରିବାର ଏଠାରେ ବସବାସ କରୁଛନ୍ତି । ସେମାନଙ୍କୁ ସେଠାରୁ ହଟାଇବା ଲାଗି ବିଏମସି ଡ୍ରେନଜ୍ ବିଭାଗ ନିକଟରେ ଚିଠି ଲେଖିଥିବା ବେଳେ ଆସନ୍ତା ସପ୍ତାହରେ ସେମାନଙ୍କୁ ସେଠାରୁ ଉଚ୍ଛେଦ କରାଯିବ ବୋଲି ବିଏମସି ସୂଚନା ଦେଇଛି । ଉଭୟ ଜନସ୍ବାସ୍ଥ୍ୟ ଓ ବିଏମସି ଜମିରେ ଜବରଦଖଲ ରହିଥିବା ବିଏମସି କହିଛି । ନା ସେ ଲୋକଙ୍କର ରାଜୀବ ଆବାସ ଯୋଜନାରେ ଘର ମିଳିବାର ଅଛି, ନା ଜାଗା ମିଶନରେ ପଟ୍ଟା । ତେଣୁ ବିନା କୌଣସି ସମସ୍ୟାରେ ସେମାନଙ୍କୁ ଉଚ୍ଛେଦ କରାଯାଇ ବିକାଶକୁ ଆଗକୁ ବଢ଼ାଯିବ ବୋଲି ବିଏମସି ବରିଷ୍ଠ ଅଧିକାରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଜଧାନୀ ଭୁବନେଶ୍ବରର ମୁଖ୍ୟ ନାଳଗୁଡ଼ିର ଉନ୍ନତି ଜାରି ରହିଛି । ବିଏମସି ପକ୍ଷରୁ ମୁକ୍ତା ଯୋଜନା ଅଧୀନରେ ଏହି ବିକାଶ କରାଯାଇଥିବା ବେଳେ ପ୍ରମୁଖ ମୁଖ୍ୟ ନାଳରେ ଲୋକ୍ ଜୋନ୍ ପ୍ରୋଜେକ୍ଟ ନାମରେ କିଛି ଅଂଶ ବିକାଶ କରାଯାଉଛି । ଯେଉଁଠି କି ପ୍ରାକୃତିକ ଉପାୟରେ କିପରି ଜଳ ବିଶୋଧନ କରାଯାଇ ନାଳର ଉନ୍ନତିକରଣ କରାଯିବ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି । ନାଳର ଉଭୟ ପାର୍ଶ୍ବରେ ପାଦ ଚଲା ରାସ୍ତା ସହ ମୁଖ୍ୟ ନାଳ ପାର୍ଶ୍ବରେ ଫୁଲ ଗଛ ଲଗାଇବା ସହ ଆବଶ୍ୟକ ସ୍ଥଳେ ଗଛ କାଟି ସୌନ୍ଦର୍ଯ୍ୟକରଣ କାମ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ପୂର୍ବରୁ ମୁଖ୍ୟ ନାଳ ନମ୍ବର ୧୦ର ନିକୋ ପାର୍କ ଅଞ୍ଚଳରେ ଲେକ୍ ଜୋନ୍ ପ୍ରକଳ୍ପ ଜାରି ରହିଛି ।

ଅନ୍ୟପଟେ ମୌସୁମୀ ପୂର୍ବରୁ ଡ୍ରେନ୍ ସଫେଇ ହେବା ନେଇ ବିଏମସି କମିଶନରଙ୍କ ସମୀକ୍ଷା ବୈଠକରେ ନିଷ୍ପତି ନିଆଯାଇଛି । ତେବେ ବର୍ଷା ହେଲେ ଭୁବନେଶ୍ବରବାସୀଙ୍କୁ ଜଳଯନ୍ତ୍ରଣା ଭୋଗିବାକୁ ପଡ଼ୁଛି । ଚଳିତବର୍ଷ ମଧ୍ୟ ଭୁବନେଶ୍ବରବାସୀ ଜଳଯନ୍ତ୍ରଣା ଭୋଗିବେ । କାରଣ ସବୁ ୱାର୍ଡରେ ଏବେ ଡ୍ରେନ୍ ପୁନରୁଦ୍ଧାର ଓ ନୂଆ ଡ୍ରେନ୍ ନିର୍ମାଣ ଚାଲିଥିବା ବେଳେ ମୁଖ୍ୟ ନାଳଗୁଡ଼ିକର ସମ୍ପ୍ରସାରଣ କରାଯାଉଛି ।ଏବେ ମଧ୍ୟ ୭ ମୁଖ୍ୟ ଡ୍ରେନ ସମ୍ପସାରଣ ଅଟକି ରହିଥିବା ବେଳେ ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ଏଥର ମଧ୍ୟ ବର୍ଷା ଜଳ ନିଷ୍କାସନରେ ଅଡ଼ୁଆ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ହେଲେ ଚଳିତବର୍ଷ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଜଳବନ୍ଦୀ ଯନ୍ତ୍ରଣାକୁ କମାଇବା ଲାଗି ବିଏମସି ଗୁରୁତ୍ବ ଦେଇଥିଲା । ଚଳିତ ମୌସୁମୀକୁ ଦୃଷ୍ଟିରେ ରଖି ନିୟମିତ ଡ୍ରେନ୍‌ ଏବଂ ସଫେଇ କାମର ସମୀକ୍ଷା କରାଯାଉଛି ।

ଏହି ପରିପ୍ରେକ୍ଷୀରେ ଶନିବାର ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଓ୍ବାର୍ଡରେ ଚାଲୁ ରହିଥିବା କାର୍ଯ୍ୟକୁ ତ୍ୱରାନ୍ବିତ କରି ଏହା କିପରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ ହେବ ଏବଂ ଏହାର କ୍ଷେତ୍ର ସମୀକ୍ଷା ରିପୋର୍ଟ ନିୟମିତ ପ୍ରଦାନ କରିବାକୁ ସଂପୃକ୍ତ ଅଧିକାରୀଙ୍କୁ କମିଶନର କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ୨୦୨୩-୨୪ରେ ଡ୍ରେନର ପଙ୍କୋଦ୍ଧାର ଏବଂ ଆନୁସଙ୍ଗିକ କାର୍ଯ୍ୟର ସମୀକ୍ଷା କରାଯାଇ ବିଏମସି ଦ୍ବାରା ଦିଆଯାଇଥିବା ସମୟ ମଧ୍ୟରେ ନିର୍ଦ୍ଧାରିତ ସଫେଇ ଓ ପଙ୍କ ଉଦ୍ଧାର କାମ ସାରିବାକୁ କମିଶନର ଘରୋଇ ସଫେଇ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୩-୨୪ ପାଇଁ ଡ୍ରେନ୍‌ ସଫେଇ, ପଙ୍କ ଉଦ୍ଧାର, କଲଭର୍ଟ ଜାଲି ଏବଂ ଡ୍ରେନ୍‌ ଉଭୟ କାନ୍ଥର ସଫେଇ କାମ ଦାୟିତ୍ୱ ନେଇଥିବା ସଂସ୍ଥାକୁ ସ୍ବଚ୍ଛତାର ସହ କାମ କରିବାକୁ ତାଗିଦ କରାଯାଇଛି ।

ସେହିପରି ଡ୍ରେନ୍‌ ସଫେଇ ହେବା ମାତ୍ରେ ଟ୍ରାକ୍ଟର ଯୋଗେ ବର୍ଜ୍ୟ ଏବଂ ପଙ୍କକୁ ଉଠାଇ ନେବାକୁ କୁହାଯାଇଛି । ଆବଶ୍ୟକସ୍ଥଳେ ସମସ୍ତ ମୁଖ୍ୟ ଡ୍ରେନ୍‌ ସଫେଇରେ ଡ୍ରୋନ୍‌ କ୍ୟାମେରା ଉପଯୋଗ କରାଯାଇ ଏହାର ସମୀକ୍ଷା କରାଯିବ । ଡ୍ରେନ୍‌ ସଫେଇ ପାଇଁ ଠିକା ନେଇଥିବା ସଂସ୍ଥା ବର୍ଷାଦିନ ପାଇଁ ଆସନ୍ତା ୭ ଦିନ ମଧ୍ୟରେ କାମ ସାରିବ । ଏହାପରେ ଅକ୍ଟୋବର ମାସ ପର୍ଯ୍ୟନ୍ତ ନିୟମିତ ଡ୍ରେନ୍‌ ସଫେଇ, ଜାଲିରୁ ଅଳିଆ କାଢ଼ିବା, ଡ୍ରେନ୍‌ର ଉଭୟ ପାର୍ଶ୍ୱ ସଫା ରଖିବା କାର୍ଯ୍ୟ କରିବ ।

ନଭେମ୍ବର ୨୦୨୩ରୁ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଏହି ସଂସ୍ଥାଗୁଡିକ ୪୦ଟି ସ୍ଥାନରେ ଲାଗିଥିବା ଜାଲି ବା ଟ୍ରାସ୍‌ ରାକ୍‌ରୁ ଅଳିଆ ବାହାର କରିବେ । ଡ୍ରେନ୍‌ ସଫେଇ ସମୟରେ ସଂପୃକ୍ତ ଶ୍ରମିକ ପିପିଇ କିଟ୍‌ର ଉପଯୋଗ ନିଶ୍ଚିତ ଭାବେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ମୁଖ୍ୟ ଡ୍ରେନ୍‌ରେ କାର୍ଯ୍ୟ କରିବା ପାଇଁ ଯେତେ ସମ୍ଭବ ଯାନ୍ତ୍ରିକ ଉପାୟ ଅବଲମ୍ବନ କରି ସଫେଇ କରିବାକୁ କୁହାଯାଇଛି । ସଫେଇର ପୂର୍ବାବସ୍ଥା ଓ ସଫେଇ ପରବର୍ତ୍ତୀ ଅବସ୍ଥାର ଫଟୋ ଚିତ୍ର ଉତ୍ତୋଳନ କରିବା, ବିପଦ ସଂକୁଳ ସ୍ଥାନରେ ବ୍ୟାରିକେଡ୍ ବ୍ୟବସ୍ଥା କରିବା ଆଦି ନିର୍ଦ୍ଦେଶ ଦିଆଯାଇଛି । ୧୦ଟି ମୁଖ୍ୟ ଡ୍ରେନ୍‌ର ସଫେଇ ସାଙ୍ଗକୁ ବିଏମ୍‌ସିର ସିଧାସଳଖ ତଦାରଖରେ ଥିବା ୱାର୍ଡ ନଂ-୪, ୫ ଏବଂ ୫୦ର ଡ୍ରେନ୍‌ କାର୍ଯ୍ୟକୁ ମିଶାଇ ସମୁଦାୟ ୨୨ଟି ପ୍ରକଳ୍ପ ପାଇଁ ୪ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ବିଏମ୍‌ସି କହିଛି । ସଫେଇ ପରେ ଯଦି କୌଣସି ସ୍ଥାନରେ ବର୍ଜ୍ୟବସ୍ତୁ ପଡିଥିବା ରାସ୍ତରେ ଦିଶିଲା ତେବେ କାର୍ଯ୍ୟଭାର ନେଇଥିବା ଏଜେନ୍ସି ତଣ୍ଡ ଗଣିବେ ବୋଲି କହିଛନ୍ତି ବିଏମସି କମିଶନର । ଏହି ବୈଠକରେ ବିଏମସି ବରିଷ୍ଠ ଅଧିକାରୀ ଓ ଘରୋଇ ସଫେଇ ସଂସ୍ଥା କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.