ETV Bharat / state

ଭୁଆଶୁଣି ଡମ୍ପିଂୟାର୍ଡ଼ରେ ସବୁଦିନ ପାଇଁ ଅଳିଆ ପକାଇବା ବନ୍ଦ କଲା BMC - ଭୁଆଶୁଣି ଡ଼ମ୍ପିଂୟାର୍ଡ

ବିଏମସି ଦାରୁଠେଙ୍ଗ ସ୍ଥିତ ଭୁଆଶୁଣି ଡ଼ମ୍ପିଂୟାର୍ଡରେ ଆଉ ଅଳିଆ ନପକାଇବାକୁ ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି ଦାରୁଠେଙ୍ଗ ସରପଞ୍ଚ । ଅଧିକ ପଢନ୍ତୁ

Buashuni dumping yard
Buashuni dumping yard
author img

By

Published : May 17, 2023, 8:15 PM IST

Buashuni dumping yard

ଭୁବନେଶ୍ବର : ଭୁଆଶୁଣି ଡମ୍ପିଂୟାର୍ଡ଼ ସବୁଦିନ ପାଇଁ ଅଳିଆ ପକାଇବା ବନ୍ଦ ରଖିଲା ବିଏମସି। ଦାରୁଠେଙ୍ଗ ସ୍ଥିତ ଭୁଆଶୁଣି ଡମ୍ପିଂୟାର୍ଡ଼ରେ ଆଉ ଅଳିଆ ନପକାଇବା କୁ ନେଇ ପୂର୍ବରୁ ବିଏମସି ନିଷ୍ପତ୍ତି ହୋଇଥିବା ବେଳେ ଏବେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି ଦାରୁଠେଙ୍ଗ ସରପଞ୍ଚ। ଏନେଇ ବିଏମସି ଏକ ଚିଠି ମାଧ୍ୟମରେ ଦାରୁଠେଙ୍ଗ ସରପଞ୍ଚ ଙ୍କୁ ଅବଗତ କରାଇଛନ୍ତି।

ବିଏମସି କମିଶନର କହିଛନ୍ତି ଯେ, ବିଏମସି ପକ୍ଷରୁ ଅଳିଆ ପକାଇବାର ବୈଜ୍ଞାନିକ ପଦ୍ଧତିର ପ୍ରକ୍ରିୟା ଆରମ୍ଭ ହେବ। ମଲ୍ଟିଲେବର ଓ ଡି ସେଣ୍ଟ୍ରାଲାଇଜ ପଦ୍ଧତିରେ ଅଳିଆ ରଖାହେବ। ମାଇକ୍ରୋ କମ୍ପୋଜିଙ୍ଗ ସେଣ୍ଟର ଗୁଡିକରେ ଏହି ପଦ୍ଧତିରେ ଅଳିଆ ରଖିବା ବ୍ୟବସ୍ଥା ହେଇଛି। ଏହାସହ ଅନ୍ୟ ବୈଜ୍ଞାନିକ ପଦ୍ଧତିକୁ ମଧ୍ୟ ଆମେ ଅଧିକରୁ ଅଧିକ ତ୍ଵରାନିତ୍ଵ କରିବାକୁ ଯାଉଛୁ । ଏନେଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆମ ପାଖରେ ଏବେ କ୍ଷମତା ଅଛି ଅଳିଆ ରଖିବା ପାଇଁ , ତେଣୁ ଆମେ ଗାଁ ଲୋକଙ୍କୁ ଦେଇଥିବା ପ୍ରତିଶୃତି ଓ ସମୟସୀମା ଅନୁସାରେ ଆମେ ଆମ କଥା ପାଳନ କରିଛୁ । ସୈନିକ ସ୍କୁଲ ଟିଟିଏସ ସେଣ୍ଟରରେ ମଧ୍ୟ ସାଇଣ୍ଟିଫିକ ପଦ୍ଧତିରେ ଅଳିଆକୁ ସଂରକ୍ଷଣ କରାଯିବ। ସେପଟେ ଭୂଆସୁଣୀରେ ବାଓମାଇନିଙ୍ଗ ସେଣ୍ଟର ଖୁବଶିଘ୍ର ଆରମ୍ଭ ହେଉଛି । ଆଜିଠାରୁ ମେସିନ ଇନଷ୍ଟଲ ହେବାକୁ ଯାଉଥିବା ବେଳେ ସମୟ ସୀମା ଭିତରେ କାର୍ଯ୍ୟ ଶେଷ ହେବେ ବୋଲି କହିଛନ୍ତି ।

ଅନ୍ୟପଟେ ଦାରୁଠେଙ୍ଗର ଅଳିଆ ପକା ସମସ୍ୟା ୨୦୦୮ ରୁ ଚାଲି ଆସୁଥିବା ବେଳେ ଏନେଇ ଅନେକ ଥର ବିଏମସି ଓ ଗାଁ ଲୋକଙ୍କ ଭିତରେ ମୁହାଁମୁହିଁ ହୋଇଛି। ବିନା ଟ୍ରିଟମେଣ୍ଟ ପ୍ଲାନରେ ଅଳିଆ ପକାନ୍ତୁ ନାହିଁ , ଆଗ ବାୟୋ ମାଇନିଙ୍ଗ କାର୍ଯ୍ୟ ହେଉ ତାପରେ ଏଠାରେ ଅଳିଆ ପଡିବ ବୋଲି ସେହି ସମୟରୁ କହିଆସୁଛନ୍ତି ଗ୍ରମବାସୀ। କିନ୍ତୁ ବିଏମସି ତାହା ନକରି ସହରର ସମସ୍ତ ଅଳିଆକୁ ଦାରୁଠେଙ୍ଗ ଡମ୍ପିଂୟାର୍ଡ଼ରେ ସେମିତି ନେଇ ଗଦା କରୁଛି । ଆଉ ସେଠାରେ କୁଢକୁଢ ଅଳିଆ ଗଦା ହେଇରହି ଅଳିଆର ପାହାଡ ସୃଷ୍ଟି ହେଉଛି । ଯେଉଁଥି ପାଇଁ ଗାଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାହାକୁ ଚର୍ମ ରୋଗ ହେଉଛି ତ କେତେବେଳେ ଅଳିଆ ପକାଇବାକୁ ଯାଉଥିବା ଅଳିଆ ଗାଡି ଲୋକଙ୍କୁ ପିଟି ମାରିଦେଉଛି। ଏଠାରେ ଗାଡି ଧକ୍କାରେ ଦୁଇ ଦୁଇଥର ଅକାଳରେ ଦୁଇଟି ଜୀବନ ଚାଲିଯାଇଛି । ଆଉ ଏହି କାରଣରୁ ଦାରୁଠେଙ୍ଗରେ ଅଳିଆ ନ ପକାଇବାକୁ ଗ୍ରାମବାସୀ ଅନୁରୋଧ କରିଥିଲେ। ଏନେଇ ଅନେକ ଆନ୍ଦୋଳନ ଓ ପ୍ରତିବାଦ ପରେ ଏହି ଘଟଣାକୁ ନେଇ ପୋଲିସ ଗାଁ ଲୋକ ମୁହାଁମୁହିଁ ହୋଇଥିଲେ। ଗାଁ ଲୋକ ଓ ପୂର୍ବତନ ସରପଞ୍ଚଙ୍କୁ ଜେଲ ମଧ୍ୟ ଯିବାକୁ ପଡିଥିଲା।

ମୁଖ୍ୟତଃ ଏହାର ସମାଧାନ କ୍ଷେତ୍ରରେ ବିଏମସି ଠାରୁ ଆରମ୍ଭ କରି ସଚିବ ଓ ମନ୍ତ୍ରୀ ପର୍ଯ୍ୟନ୍ତ ଅଲୋଚନା ହୋଇଥିଲା ଓ ସମାଧାନ ପାଇଁ ପ୍ରତିଶୃତି ଦିଆଯାଇଥିଲା । ମେ ମାସ ସୁଦ୍ଧା ଏହି ସମସ୍ୟାର ସମାଧାନ ହେବ ବୋଲି ସରକାର କହିଥିଲେ କିନ୍ତ ପ୍ରତିଶୃତି ମୁତାବକ ନା ପ୍ରଶାସନ ନା ସରକାର କେହିବି ସେମାନଙ୍କର କର୍ତ୍ତବ୍ୟ ପରିପାଳନ କରିନଥିଲା । ଏହାକୁ ନେଇ ମଧ୍ୟ କିଛିଦିନ ପୂର୍ବରୁ ପ୍ରତିବାଦ କରି ଭୂଆସୁଣୀ ଡମ୍ପିଂୟାର୍ଡ଼କୁ ବନ୍ଦ କରିବାକୁ ଗାଁ ଲୋକେ ଦାବି କରିଥିବା ବେଳେ ଏହା ଆଜି ସଫଳ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.