ETV Bharat / state

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, BMCର ବଢିଲା ଅଳିଆ ଚିନ୍ତା

author img

By

Published : Nov 1, 2022, 10:19 PM IST

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ବିଏମସି (BMC)ର ବଢିଲା ଅଳିଆ ଚିନ୍ତା । ରାତ୍ରିକାଳୀନ ସଫେଇ ନକରିବାକୁ ଜିଦ ଧରି କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ସଫେଇ କର୍ମଚାରୀ । ଅଧିକ ପଢନ୍ତୁ

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, BMCର ବଢିଲା ଅଳିଆ ଚିନ୍ତା
ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, BMCର ବଢିଲା ଅଳିଆ ଚିନ୍ତା

ଭୁବନେଶ୍ବର: ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ବଢ଼ିଲା ବିଏମସି (BMC)ର ଅଳିଆ ଚିନ୍ତା । ଆଉ ପଦାରେ ପଡ଼ିଲା ବିଏମସି କମିଶନର ଓ ମେୟର ଅନ୍ତର୍ଦ୍ବନ୍ଦ୍ବ କଥା । ଉଭୟଙ୍କ କଥାର ତାଳମେଳ ନ ରହିବାରୁ ଠପ ହୋଇଯାଇଛି ବିଏମସିର ପରିମଳ ବ୍ୟବସ୍ଥା । ତେବେ ଗୋଟିଏ ପଟେ ଦାରୁଠେଙ୍ଗକୁ ସହରର ଅଳିଆ ଯାଉନଥିବା ବେଳେ ସେପଟେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି ସଫେଇ କର୍ମଚାରୀ । ଭୁବନେଶ୍ବର ମହାନଗର ନିଗମ ସଫେଇ ମଜଦୁର ସଙ୍ଘ ପକ୍ଷରୁ ବିଏମସି ଘେରାଓ କରାଯାଇଛି ।

ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳା ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଏମସିର ଉଭୟ ମୁଖ୍ୟ ଫାଟକରେ ତାଲା ବନ୍ଦ କରି କରୁଛନ୍ତି ପ୍ରତିବାଦ ଓ ବିକ୍ଷୋଭ । ରାତ୍ରିକାଳୀନ ସଫେଇ ନକରିବାକୁ ଜିଦ ଧରିଛନ୍ତି ସଫେଇ କର୍ମଚାରୀ । ସେହିଭଳି ରାତିରେ ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ମହିଳା ସଫେଇ କର୍ମଚାରୀ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ରାତ୍ରିକାଳୀନ ସଫେଇ ସମୟରେ ଦୁର୍ଘଟଣା ଘଟିବା ସହ ମହିଳା ସଫେଇ କର୍ମଚାରୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।

ଏହା ବି ପଢନ୍ତୁ- ବୁଲିଲା 5T ଖଣ୍ଡା, 14 ସରକାରୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

କାରଣ ରାତିରେ ବ୍ରାଉସୁଗାର, ମଦ ଓ ଗଞ୍ଜେଇ ଖାଇ ନିଶାସକ୍ତ ଅବସ୍ଥାରେ ମହିଳା କର୍ମଚାରୀଙ୍କୁ ହଇରାଣ କରୁଛନ୍ତି ଦୁର୍ବୃତ୍ତ । ଖାଲି ସେତିକି ନୁହେଁ ଠିକ ସଂସ୍ଥା ଓ କର୍ପୋରେଟର ମାନେ ବି ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେଣୁ ରାତ୍ରିକାଳୀନ ସଫେଇ ତୁରନ୍ତ ବନ୍ଦ କରିବାକୁ ସଙ୍ଘ ଦାବି କରିଛି । ଆଜି ସମଗ୍ର ଭୁବନେଶ୍ବରରେ ପରିମଳ ବ୍ୟବସ୍ଥାରେ ଦାୟିତ୍ବରେ ଥିବା ୬ଟି ଘରୋଇ ଏଜେନ୍ସି ଅଧୀନରେ ଥିବା ସମସ୍ତ ସଫେଇ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

ଦାବି ପୂରଣ ନହେଲେ ଅଳିଆ ଆବର୍ଜନା ନଉଠାଇବାକୁ ନିଷ୍ପତ୍ତି ନେଇଛି ସଙ୍ଘ । ନିକଟରେ ରାଜମହଲ ଛକରେ ରାତିରେ କାର୍ଯ୍ୟରତ ଥିବା ଜଣେ ସାନିଟାରୀ ଇନସପେକ୍ଟରଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଭୁଆଶୁଣି ଡମ୍ପିଂୟାର୍ଡକୁ ଅଳିଆ ଯିବା ମଧ୍ୟ ବନ୍ଦ ରହିଛି । ପୂର୍ବରୁ ଯଦିଓ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହ ଆଲୋଚନା ହୋଇ ବିଏମସିକୁ ୯ମାସର ମହଲତ ମିଳିଥିଲା ତଥାପି ଡମ୍ପିଂୟାର୍ଡରେ ଅଳିଆ ନପକାଇ ଦେବା ଜିଦରେ ଅଟଳ ଦାରୁଠେଙ୍ଗ ପଞ୍ଚାୟତବାସୀ । ଫଳରେ ବିଏମସିର ପରିମଳ ବ୍ୟବସ୍ଥା ଏକରକମର ଠପ ହୋଇଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.