ଖୋର୍ଦ୍ଧା: କୋରୋନା ମହାମାରୀ ପାଇଁ ସବୁଠି ଭୟ ଓ ଆତଙ୍କ । ମହାମାରୀ ପାଇଁ କାହାର ଚାକିରି ଯାଇଛି ତ ଆଉ କିଏ ନିଜ ଲୋକଙ୍କୁ ହରାଇଛି । ସଂକ୍ରମଣକୁ କମାଇବା ପାଇଁ ସରକାର ଲକଡାଉନ, ସଟଡାଉନ ଭଳି ବାଟ ମଧ୍ୟ ଆପଣେଇଛନ୍ତି । ଯାହାର ସିଧାସଳଖ ପ୍ରଭାବ ଖଟିକିଆଙ୍କ ଉପରେ ପଡିଛି । ତେବେ, ପରିବାର ପ୍ରତିପୋଷଣ ପାଇଁ ନିଆରା ପନ୍ଥା ଆପଣେଇଛନ୍ତି ଖୋର୍ଦ୍ଧା ଜିଲ୍ଲାର କିଛି ଦିନ ମଜୁରିଆ ।
ପାଖ ଜଙ୍ଗଲରୁ ଜାମୁକୋଳି ସଂଗ୍ରହ କରି ରାସ୍ତାକଡ଼ରେ ବ୍ୟବସାୟ କରି ପରିବାର ଚଳାଉଥିବା କହିଛନ୍ତି ଜାମୁକୋଳି ବ୍ୟବସାୟୀ । ଏହା ଋତୁକାଳୀନ ଫଳ ଜାମୁକୋଳି । ଯାହା ଭିତରେ ରହିଛି ପଚୁର ଔଷଧୀୟ ଗୁଣ । ପ୍ରକୃତିର ବରଦାନ ସଦୃଶ ଏହି କୋଳିକୁ ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ବେଶ ଆଗ୍ରହର ସହକାରେ କିଣି ନେଇଥାନ୍ତି । ବିଶେଷକରି ମଧୁମେହ ରୋଗୀଙ୍କ ପାଇଁ ଏହି ଫଳ ପ୍ରକୃତିର ବରଦାନ ସଦୃଶ ବୋଲି କହିଛନ୍ତି ଗ୍ରାହକ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ