ETV Bharat / state

ଫିରିଙ୍ଗିଆ ଥାନା ପୋଡି ଘଟଣା, ନିରୀହ ଲୋକଙ୍କୁ ପୋଲିସ ଗିରଫ କଲେ ଆନ୍ଦୋଳନ ହେବ: ବିଜେପି

କନ୍ଧମାଳ ଜିଲ୍ଳା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାକୁ ଦୃଢ଼ ନିନ୍ଦା କରିଛି ବିଜେପି । ଥାନା ପୋଡ଼ିରେ ସମ୍ପୃକ୍ତ ନଥିବା ଲୋକଙ୍କୁ ପୋଲିସ ଗିରଫ କଲେ କିମ୍ବା ଅତ୍ୟାଚାର କଲେ ଆନ୍ଦୋଳନ ନେଇ ଚେତାବନୀ । ଅଧିକ ପଢ଼ନ୍ତୁ

author img

By

Published : Aug 11, 2023, 5:00 PM IST

phiringia police station vandalism case
ଫିରିଙ୍ଗିଆ ଥାନା ପୋଡି ଘଟଣା

ଭୁବନେଶ୍ବର: କନ୍ଧମାଳ ଜିଲ୍ଳା ଫିରିଙ୍ଗିଆ ଥାନା ପୋଡ଼ି ଘଟଣାକୁ ନେଇ ବର୍ଷିଲା ବିଜେପି । ପୋଲିସ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଗଞ୍ଜେଇ କାରବାରରେ ଲିପ୍ତ ରହୁଛି । ସ୍ଥାନୀୟ ଲୋକଙ୍କୁ ଅକଥନୀୟ ଅତ୍ୟାଚାର କରୁଥିଲା ପୋଲିସ । ଲୋକଙ୍କୁ ମିଛ ମାମଲାରେ ଗିରଫ କରି ହଇରାଣ କରାଯାଉଥିବା ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ଅଭିଯୋଗ କରିଛନ୍ତି । ଥାନା ପୋଡ଼ିରେ ସମ୍ପୃକ୍ତ ନଥିବା ଲୋକଙ୍କୁ ପୋଲିସ ଗିରଫ କଲେ କିମ୍ବା ଅତ୍ୟାଚାର କଲେ ସେ ଉକ୍ତ ଅଞ୍ଚଳରେ ଆନ୍ଦୋଳନ କରାଯିବ ବୋଲି ଚେତେବନୀ ଦେଇଛନ୍ତି ।

ଫିରିଙ୍ଗିଆ ଥାନା ପୋଡି ଘଟଣା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଏପରି ଅପ୍ରୀତିକିର ପରିସ୍ଥିତି ସୃଷ୍ଟି ହୋଇଥିବା ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି । "ଫିରିଙ୍ଗିଆ ଥାନା ପୋଡି ଘଟଣା ଅତ୍ୟନ୍ତ ସ୍ପର୍ଶକାତର । ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ୨ ଥର ଥାନା ପୋଡ଼ି ଦିଆଯାଇଥିଲା । ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଫିରିଙ୍ଗିଆ ଥାନାଏବଂ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଗସ୍ତ କରିଥିଲା । ଗାଁ ଲୋକ, ପୋଲିସ ସହ ଆଲୋଚନା କରିଛି ବିଜେପି ଟିମ୍‌ । ସେ ଅଞ୍ଚଳରେ ପୋଲିସ ପ୍ରତି ସାଧାରଣ ଲୋକଙ୍କର ଅବିଶ୍ବାସ ଓ ଘୃଣା ଭାବ ଯୋଗୁଁ ଏଭଳି ଘଟଣା ଘଟିଲା । ଦୀର୍ଘ ଦିନ ଧରି ଉକ୍ତ ଅଞ୍ଚଳରେ ଗଞ୍ଜେଇ ଚାଷ ଚାଲିଛି । ପୋଲିସ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଗଞ୍ଜେଇ କାରବାରରେ ଲିପ୍ତ ରହୁଛି । ସ୍ଥାନୀୟ ଲୋକଙ୍କୁ ଅକଥନୀୟ ଅତ୍ୟାଚାର କରୁଥିଲା ପୋଲିସ । ଲୋକଙ୍କୁ ମିଛ ମାମଲାରେ ଗିରଫ କରି ହଇରାଣ କରାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ: ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ବିଚାର ବିଭାଗୀୟ ତଦନ୍ତ ଦାବି କଲା କଂଗ୍ରେସ

ଗତ ୩ ତାରିଖ ମଧ୍ୟରାତ୍ରିରେ ସାଧାରଣ ଲୋକ ପୋଲିସ ଗାଡ଼ିକୁ ଅଟକାଇଥିଲେ । ପୋଲିସ ଗାଡ଼ିରେ ୨ ଜଣ ହୋମଗାର୍ଡ ଥିଲେ ଏବଂ ଗଞ୍ଜେଇ ଚାଲାଣ ହେଉଥିଲା । ଆଇଆଇସି ତପନ ନାହାକ ବିକ୍ରି କରିବାକୁ ପଠାଇଥିଲେ ବୋଲି ହୋମଗାର୍ଡ କହିଥିଲେ । କିନ୍ତୁ ପୋଲିସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ଗଞ୍ଜେଇ ଗାଡ଼ିକୁ ମଧ୍ୟ ଜବତ କଲେ ନାହିଁ । ଏହା ବିରୋଧରେ 5 ତାରିଖ ସକାଳେ ଫିରିଙ୍ଗିଆ ଲୋକ ରାସ୍ତାରୋକ କରିଥିଲେ । ତା'ପରେ କିଛି ଲୋକ ଥାନା ଉପରେ ଆକ୍ରମଣ କରିବା ସହ ଥାନା ପୋଡ଼ି ଦେଇଥିଲେ । ପୂର୍ବରୁ ୨ ଥର ଥାନା ପୋଡ଼ି ହୋଇଥିଲେ ମଧ୍ୟ ପୋଲିସ କାହିଁକି ସଚେତନ ହେଲା ନାହିଁ ? ଅଧିକ ପୋଲିସ କାହିଁକି ମୁତୟନ କରାଯାଇନଥିଲା ବୋଲି ବିରଞ୍ଚି ପ୍ରଶ୍ନ କରିଛନ୍ତି ।

ଏହି ଘଟଣାକୁ ନେଇ ଆଇଆଇସିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଆଇଆଇସି ଏବଂ ହୋମଗାର୍ଡମାନଙ୍କୁ କାହିଁକି ଗିରଫ କରାଯାଇନାହିଁ ? ଆଇଆଇସିଙ୍କୁ କେବଳ ବଦଳି କରି ପ୍ରଶାସନ ଚୁପ୍‌ ବସି ଯାଇଛି କହିଛନ୍ତି ବିରଞ୍ଚି । ପଡ଼ୋଶୀ ରାଜ୍ୟରୁ ଆସୁଥିବା ଦଲାଲମାନେ ସ୍ଥାନୀୟ ଲୋକଙ୍କୁ ଗଞ୍ଜେଇ ଚାଷ କରିବା ପାଇଁ ପ୍ରୋତ୍ସାହନ ଦେଉଛନ୍ତି । ପୋଲିସ ସବୁ ଜାଣିଛି ଏବଂ ପୋଲିସ ସହଯୋଗରେ ସବୁ ହେଉଛି । ସେହି ଅଞ୍ଚଳରେ ପାରମ୍ପରିକ ଚାଷ, ହଳଦୀ ଓ ଅନ୍ୟ ଫସଲ ପାଇଁ ସରକାର ପ୍ରୋତ୍ସାହନ କରନ୍ତୁ ବୋଲି ବିଜେପି ଦାବି କରିଛି । ଥାନା ପୋଡ଼ିରେ ସମ୍ପୃକ୍ତ ନଥିବା ଲୋକଙ୍କୁ ପୋଲିସ ଗିରଫ କଲେ କିମ୍ବା ଅତ୍ୟାଚାର କଲେ ଉକ୍ତ ଅଞ୍ଚଳରେ ଆନ୍ଦୋଳନ କରାଯିବ ବୋଲି ବିଜେପି ଚେତେବନୀ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.