ETV Bharat / state

ବିଜେଡିମୁକ୍ତ ଓଡିଶା ଗଠନ ପାଇଁ ବିଜେପି ଆଗକୁ ଯିବ: ଲେଖାଶ୍ରୀ - ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଜାରି ରହିଛି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଏଥିରେ ରାଜ୍ୟ ସରକାରଙ୍କ ବିଫଳତା ଓ କେନ୍ଦ୍ର ସରକାରଙ୍କ ସଫଳତାକୁ ନେଇ ବିଜେପି ଲୋକଙ୍କ ନିକଟକୁ ଯିବ ବୋଲି ଆଲୋଚନା ହୋଇଛି । ତେବେ ବିଜେଡିମୁକ୍ତ ଓଡିଶା ଗଠନ କରିବା ପାଇଁ ବିଜେପି କାମ କରିବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ଅଧିକ ପଢ଼ନ୍ତୁ

ବିଜେଡି ମୁକ୍ତ ଓଡିଶା ଗଠନ ପାଇଁ ବିଜେପି ଆଗକୁ ଯିବ

author img

By

Published : May 20, 2023, 8:11 PM IST

ବିଜେଡି ମୁକ୍ତ ଓଡିଶା ଗଠନ ପାଇଁ ବିଜେପି ଆଗକୁ ଯିବ

ଭୁବନେଶ୍ବର: ଚାଲିଛି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ବିଜେଡିମୁକ୍ତ ଓଡିଶା ଗଠନ କରିବା ପାଇଁ ବିଜେପି ଆଗକୁ ଯିବ କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । କେନ୍ଦ୍ର ସରକାରଙ୍କ ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତା ବିଜେପିର ମୁଖ୍ୟ ଅସ୍ତ୍ର ହେବ । ୨୦୨୪ ସାଧାରଣ ନିର୍ବାଚନ ପାଇଁ କାର୍ଯ୍ୟକାରିଣୀରେ ରଣହୁଂକାର ଦେଲା ବିଜେପି ।

କାର୍ଯ୍ୟକାରିଣୀ ବୈଠକ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, "କେନ୍ଦ୍ରରେ ମୋଦି ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କରିଛନ୍ତି । କିନ୍ତୁ ଓଡ଼ିଶାରେ ଥିବା ବିଜେଡି ସରକାରଙ୍କ ଅପାରଗତା ଯୋଗୁଁ ରାଜ୍ୟବାସୀଙ୍କ ପାଖରେ ମୌଳିକ ସୁବିଧା ସୁଯୋଗ ପହଞ୍ଚି ପାରୁନାହିଁ । ଯେପରିକି ପକ୍କା ଘର, ଶୌଚାଳୟ, ପିଇବା ପାଣି, ବିଜୁଳି, ରାସ୍ତା, କୃଷକଙ୍କ ଦୁଇଗୁଣ ରୋଜଗାର ପାଇଁ କେନ୍ଦ୍ର ଯୋଜନା ପରେ ଯୋଜନା କରୁଛନ୍ତି, କିନ୍ତୁ ଓଡ଼ିଶାରେ ଅଭାବନୀୟ ସ୍ଥିତି । ଯୋଜନା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା । ଏହାର ବଡ଼ ଉଦାହରଣ ନବ ଦାସ ହତ୍ୟା ଘଟଣା । ଯାହା ଏବେବି ରହସ୍ୟ ଘେରରେ । ଏହା ପଛରେ କାହାର ହାତ ରହିଛି, ତଦନ୍ତ ଦିଗ କେଉଁ ବାଟେ ଯାଉଛି, ତାହା ବି ଅସ୍ପଷ୍ଟ । ସେହିପରି ରାଷ୍ଟ୍ରପତି ମୟୂରଭଞ୍ଜ ଗସ୍ତ ସମୟରେ ଭାଷଣ ଦେଉଥିବାବେଳେ ବିଦ୍ୟୁତ୍ କାଟ ହେବା ନିହାତି ଭାବେ ରାଷ୍ଟ୍ରପତିଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହିଳା ନିର୍ଯାତନାରେ ଓଡ଼ିଶା ଏକ ନମ୍ବର ଆଡ଼କୁ ଗତି କରୁଛି । ଏବେ ଏବେ ଅନଙ୍ଗ ଉଦୟ ସିଂହଦେଓ ଏବଂ ଶଶିଭୂଷଣ ବେହେରାଙ୍କ ଘରୋଇ କଳହ ସାମ୍ନାକୁ ଆସିଛି ।"

ସେ ଆହୁରି କହିଛନ୍ତି, "ମହାନଦୀ ବିବାଦରେ ରାଜ୍ୟ ସରକାର ବ୍ୟାକଫୁଟରେ ରହିଛି । ମହାପ୍ରଭୁଙ୍କ ନୀତି ବିଭ୍ରାଟ, ଶ୍ରୀମନ୍ଦିର ଫାଇଲ ଚୋରି, କୁପୋଷଣ ବଢୁଛି । ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଲାଗୁ ହୋଇପାରୁନାହିଁ । 5T ରୂପାନ୍ତରଣ ନାଁରେ ଦୁର୍ନୀତି, ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ଅଘୋଷିତ ବିଜୁଳି କାଟ, କୋଟିଆ ସମସ୍ୟା, ସୀମା ସୁରକ୍ଷାରେ ରାଜ୍ୟ ସରକାର ବିଫଳ, ଜାଗା ମିଶନ, ଚିଟଫଣ୍ଡ ଦୁର୍ନୀତି ଆଦି ପ୍ରସଙ୍ଗ ଉପରେ ରାଜ୍ୟ କାର୍ଯ୍ୟକାରିଣୀରେ ଆଲୋଚନା ହେଉଛି । ଏହାକୁ ନେଇ ରାଜନୈତିକ ଚିଠା ପ୍ରସ୍ତାବ ପାରିତ ହେବ । ବିଜେଡିମୁକ୍ତ ଓଡିଶା ଗଠନ କରିବା ପାଇଁ ବିଜେପି ଆଗକୁ ଯିବ ।" କେନ୍ଦ୍ରର ସଫଳତା ଏବଂ ରାଜ୍ୟର ବିଫଳତାକୁ ମୁଖ୍ୟ ଅସ୍ତ୍ର କରି ବିଜେପି ଓଡ଼ିଶାରେ ଘରକୁ ଘର ଯିବ ବୋଲି ଲେଖାଶ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.