ETV Bharat / state

ଆସନ୍ତା ୧୪ ରୁ ୧୮ ସାରା ରାଜ୍ୟରେ ଜନ ଆକ୍ରୋଶ ବ୍ଲକ ଘେରାଉ କରିବ ବିଜେପି - BJP to Stage 5 days protest from 14th November

ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ରାଜ୍ୟ ସରକାର କେବଳ ମିଥ୍ୟା ପ୍ରଚାରରେ ବ୍ୟସ୍ତ । ଓଡ଼ିଶାର ବିଭିନ୍ନ ସମସ୍ୟାକୁ ନେଇ ନଭେମ୍ବର ୧୪ ରୁ ୧୮ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ ବ୍ଲକ ଘେରାଉ କରିବ । ଅଧିକ ପଢ଼ନ୍ତୁ

ଜନ ଆକ୍ରୋଶ ବ୍ଲକ ଘେରାଉ
ଜନ ଆକ୍ରୋଶ ବ୍ଲକ ଘେରାଉ
author img

By ETV Bharat Odisha Team

Published : Nov 11, 2023, 7:50 PM IST

Updated : Nov 11, 2023, 8:44 PM IST

ଜନ ଆକ୍ରୋଶ ବ୍ଲକ ଘେରାଉ

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ରାଜ୍ୟର ବିକାଶ ବଦଳରେ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛି ବିଜେଡି । ସରକାର କେବଳ ମିଥ୍ୟା ପ୍ରଚାରରେ ବ୍ୟସ୍ତ । ଏଭଳି କିଛି କହି ନବୀନ ସରକାରକୁ କଟାକ୍ଷ କରିଛି ବିଜେପି । ସେପଟେ ଆସନ୍ତା ନଭେମ୍ବର ୧୪ ରୁ ୧୮ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଜେପିର ଜନ ଆକ୍ରୋଶ ବ୍ଲକ ଘେରାଉ କରିବା ନେଇ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେପି ମୁଖପାତ୍ର ସୋନାଲୀ ସାହୁ ।

ତେବେ ସୋନାଲୀ ସାହୁ କହିଛନ୍ତି, "ରାଜ୍ୟ ସରକାର କେବଳ ମିଥ୍ୟା ପ୍ରଚାରରେ ବ୍ୟସ୍ତ । ଓଡ଼ିଶାରେ ଶିଳ୍ପ ନାହିଁ ବରଂ ଶିଳ୍ପ ସଂସ୍ଥା ବନ୍ଦ ରହିଛି । ରାଜ୍ୟରେ ୪୮୭ କିଲୋମିଟର ବେଳାଭୂମି ରହିଛି । ଖଣି ଖାଦାନ, ଜଙ୍ଗଲ ଜମି ଭରି ରହିଛି । ତଥାପି କୌଣସି ଶିଳ୍ପ ନାହିଁ । ବିଜେପି ଯଦି ଏହାକୁ ନେଇ ପ୍ରଶ୍ନ କରୁଛି ତେବେ ବିଜେଡି କହୁଛି, ବିଜେପି ସହି ପାରୁନି । ଓଡ଼ିଶାରେ କାହିଁକି ୩୦୬୩ ଟି କାରଖାନା ଅଛି। ସେହି ତୁଳନାରେ ଗୁଜୁରାଟ ଏବଂ ତାମିଲନାଡୁରେ ବହୁତ୍ ଅଧିକ ଶିଳ୍ପ ଅଛି । ରାଜ୍ୟ ସରକାର "ମେକ୍ ଇନ୍ ଓଡ଼ିଶା" ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏ ଟଙ୍କା ହେଉଛି ଓଡ଼ିଶାର ଗରିବ ଲୋକଙ୍କ ଟଙ୍କା । 'ମେକ୍ ଇନ୍ ଓଡ଼ିଶା' ଦ୍ବାରା ରାଜ୍ୟରେ ନା ଶିଳ୍ପ ସଂସ୍ଥା ଗଢି ଉଠିଲା ନା ରାଜ୍ୟରେ ନୂଆ ନିଯୁକ୍ତି ମିଳିଲା । ରାଜ୍ୟ ସରକାର ନିଯୁକ୍ତି ନାଁରେ ମିଥ୍ୟା ପ୍ରଚାର କରି ଚାଲିଛନ୍ତି ।"

ସୋନାଲୀ ଏହା ମଧ୍ୟ କହିଛନ୍ତି, "ବିଜେଡି ସରକାର ଯୁବକ ଯୁବତୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛନ୍ତି । ଓଡ଼ିଶାର ସ୍ଥିତି ଓ ଗତି କେଉଁଆଡେ ଯାଉଛି ତାହା ଓଡ଼ିଶାବାସୀ ଭଲଭାବେ ଜାଣିଛନ୍ତି । ୨୩ବର୍ଷର ନବୀନ ସରକାର ସବୁ କ୍ଷେତ୍ରରେ ପଛୁଆ ଥିବାବେଳେ ପ୍ରଚାର ପ୍ରସାରରେ ଆଗୁଆ ରହିବା ଦୁର୍ଭାଗ୍ୟ ଜନକ । ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ କରାଗଲା କିନ୍ତୁ ବାସ୍ତବ ଚିତ୍ର ହେଲା ୨୦୧୬ ପରଠାରୁ ଏପର୍ଯ୍ୟନ୍ତ ମାତ୍ର ୪୧ ଜଣ ଶିଳ୍ପପତି ଓଡ଼ିଶାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ନିଜେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଳିକ ବିଧାନସଭାରେ ତଥ୍ୟ ରଖିଥିଲେ । ମେକ୍ ଇନ୍ ଓଡ଼ିଶାରେ ୨୦୧୬ ପରେ ୨ ଜଣ ଶିଳ୍ପପତି, ୨୦୧୮ ପରେ ୩୭ଜଣ ଶିଳ୍ପପତି ଓ ୨୦୨୨ ପରେ ୨ଜଣ ଶିଳ୍ପପତି ଓଡ଼ିଶାରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ.......ଦିଗପହଣ୍ଡିକୁ ସଂପୂର୍ଣ୍ଣ ମରୁଡି ଅଞ୍ଚଳ ଘୋଷଣା ଦାବିରେ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

ସେହିପରି ବିଜେପି କହିଛି ଯେ, ରାଜ୍ୟ ସରକାର ବେକାର ଯୁବକ ଯୁବତୀକୁ ନିଯୁକ୍ତି ଦେବା ପରିବର୍ତ୍ତେ ପ୍ରାୟ ୫୦,୦୦୦ରୁ ଊର୍ଦ୍ଧ୍ୱ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ପୁନଃଥଇଥାନ କରିବା ଓଡ଼ିଶାର ଯୁବକ ଯୁବତୀମାନଙ୍କ ପ୍ରତି ଅଟ୍ଟହାସ୍ୟ । ରାଜ୍ୟ ସରକାର ଓଡ଼ିଶାର ଯୁବକ ଯୁବତୀଙ୍କ ବର୍ତ୍ତମାନ ଓ ଭବିଷ୍ୟତକୁ କିପରି ଅନ୍ଧାରକୁ ଠେଲି ଦେଇଛନ୍ତି ଏସମସ୍ତ କଥାକୁ ନେଇ ଭାରତୀୟ ଜନତା ପାର୍ଟି ସମସ୍ତ ବ୍ଲକ ଓ ମ୍ୟୁନିସପାଲଟି ସମ୍ମୁଖରେ ଆସନ୍ତା ନଭେମ୍ବର ୧୪ ରୁ ୧୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଆନ୍ଦୋଳନରେ ପ୍ରସଙ୍ଗ କରିବ । ଓଡିଶାର ସବୁ ଯୁବକ ଯୁବତୀଙ୍କୁ ଏହି ଆନ୍ଦୋଳନରେ ଯୋଗ ଦେଇ ନିଜ ଅଧିକାର ପାଇଁ ନିଜେ ଲଢ଼ିବାକୁ ଅନୁରୋଧ କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 11, 2023, 8:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.