ETV Bharat / state

BJPVsBJD: ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳିବ ବିଜେପି

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ଦଳୀୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ଏପ୍ରିଲ 24 ରେ ସମଗ୍ର ଦେଶ ପଞ୍ଚାୟତିରାଜ ଦିବସ ପାଳନ କରୁଛି । ଓଡିଶା ଏକମାତ୍ର ରାଜ୍ୟ ଯିଏ କି ମାର୍ଚ୍ଚ 5 ରେ ଏହାକୁ ପାଳନ କରୁଛି । ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ 5 ହଜାର କୋଟିର ଦୁର୍ନୀତି ହେଉଛି । ଏହାକୁ ବିରୋଧ କରି ଆସନ୍ତାକାଲି ପଞ୍ଚାୟତିରାଜ ଦିବସକୁ ବିଜେପି 314 ଟି ବ୍ଲକ ଆଗରେ ଭ୍ରଷ୍ଟାଚାର ଦିବସଭାବେ ପାଳନ କରିବ । ଅଧିକ ପଢନ୍ତୁ

author img

By

Published : Mar 4, 2023, 10:35 PM IST

BJPVsBJD: ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳିବ ବିଜେପି
BJPVsBJD: ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳିବ ବିଜେପି
BJPVsBJD: ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳିବ ବିଜେପି

ଭୁବନେଶ୍ବର: ଆସନ୍ତାକାଲି ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିବ ରାଜ୍ୟ ବିଜେପି। ଆଜି ପ୍ରେସମିଟ କରି ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିବା ସହ ଏହି ଘୋଷଣା କରିଛି ଦଳ । ବିଜେପି ରାଜ୍ଯ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ଦଳୀୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ‘‘ଏପ୍ରିଲ 24 ରେ ସମଗ୍ର ଦେଶ ପଞ୍ଚାୟତିରାଜ ଦିବସ ପାଳନ କରୁଛି। ଓଡିଶା ଏକମାତ୍ର ରାଜ୍ୟ ଯିଏ କି ମାର୍ଚ୍ଚ 5 ରେ ଏହାକୁ ପାଳନ କରୁଛି । ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ 5 ହଜାର କୋଟିର ଦୁର୍ନୀତି ହେଉଛି । ଏହାକୁ ବିରୋଧ କରି ଆସନ୍ତାକାଲି ପଞ୍ଚାୟତିରାଜ ଦିବସକୁ ବିଜେପି 314 ଟି ବ୍ଲକ ଆଗରେ ଭ୍ରଷ୍ଟାଚାର ଦିବସଭାବେ ପାଳନ କରିବ । ହାତରେ କଳା କପଡା ବାନ୍ଧି ଧାରଣା ଏବଂ ବିରୋଧ ପ୍ରଦର୍ଶନ କରିବ। ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ପାଳନ ନାଁ ରେ ଡ୍ରାମା କରୁଛନ୍ତି । ଏପ୍ରିଲ 24 ରେ ସମଗ୍ର ଦେଶ ପଞ୍ଚାୟତିରାଜ ଦିବସ ପାଳନ କରୁଛି। କିନ୍ତୁ ଓଡିଶା ଏକମାତ୍ର ରାଜ୍ୟ ଯିଏ କି ମାର୍ଚ୍ଚ 5 ରେ ଏହାକୁ ପାଳନ କରୁଛି । ଭ୍ରଷ୍ଟାଚାରର କେନ୍ଦ୍ର ବିନ୍ଦୁ ଆଜି ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥା ହୋଇଛି । ପଞ୍ଚାୟତିରାଜ ବ୍ୟବସ୍ଥା ରାଜନୈତିକ ଚକ୍ରବିହୁରେ ଛନ୍ଦି ହୋଇ ଯାଇଛି। ପଞ୍ଚାୟତରେ କଣ ହେବ ତାହା ଶାସକ ଦଳର ବିଧାୟକ ମାନେ ନିଷ୍ପତ୍ତି ନେଉଛନ୍ତି ।"

ପଞ୍ଚାୟତିରାଜ ବ୍ୟବସ୍ଥା ଭ୍ରଷ୍ଟାଚାରରେ ବୁଡି ଯାଇଛି । ରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି କିଏ କରୁଛି । ଆଜି ପର୍ଯ୍ୟନ୍ତ ନୂଆ ତାଲିକା କାହିଁକି ତିଆରି ହୋଇ ପାରୁନି । ଗରିବ ଲୋକ ମାନେ କାହିଁକି ଘର ପାଉନାହାନ୍ତି। ଏହାର ଜବାବ ରାଜ୍ୟ ସରକାର ଦେବେ କି ? ସେହିଭଳି ମନରେଗାରେ ଦୁର୍ନୀତି କାହିଁକି । ଫେକ ବିଲ କିଏ କରୁଛି । କାହା ପକେଟକୁ ସେ ଟଙ୍କା ଯାଉଛି । ଏଥିରେ ଜବ କାର୍ଡ ବଡ଼ ଫ୍ରଡ଼ ହୋଇଛି । ଜବ କାର୍ଡ ଜିଆରଏସ ମାନଙ୍କ ପାଖରେ ପଡିରହୁଛି। ଜବ କାର୍ଡ ସେମାନଙ୍କୁ ଦିଆଯାଉଛି ଯାହାର ଚାକିରି ଅଛି। ପଞ୍ଚାୟତକୁ ଆସୁଥିବା କେନ୍ଦ୍ର ସରକାରଙ୍କ ସିଏଫସି(ସେଣ୍ଟ୍ରାଲ ଫାଇନସ କମିଶନ) ଟଙ୍କା କୁଆଡେ ଯାଉଛି ? ସିଏଫସି ଟଙ୍କା କୁ କାହିଁକି ରି ବ୍ରାଣ୍ଡିଂ କରୁଛନ୍ତି ସରକାର ? ସେ ଟଙ୍କା ଅନ୍ୟ କ୍ଷେତ୍ରରେ କାହିଁକି ବ୍ୟବହାର କରାଯାଉଛି ।

ରାସନ କାର୍ଡରେ ଆଜି 20 ପ୍ରତିଶତ ଲୋକ ଅଯୋଗ୍ୟ ରହିଛନ୍ତି । ସେମାନେ କେମିତି ଆସିଲେ ? ବିଜେଡି ଲୋକଙ୍କୁ ରାସନ କାର୍ଡରେ କିଏ ଜାଲିଆତି କରି ସାମିଲ କରିଛି । ପଞ୍ଚାୟତିରାଜ ବ୍ୟବସ୍ଥାରେ ବ୍ୟାପକ ପିସି କାରବାର ହେଉଛି । ବିଧାୟକ ନେଉଛନ୍ତି 5 ପ୍ରତିଶତ ଟଙ୍କା । ଜିଲ୍ଲାପାଳଙ୍କ ଠାରୁ ନେଇ ବିଡ଼ିଓ ଓ ତହସିଲଦାରଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ସାମିଲ । ପର୍ସେଣ୍ଟଜ ନେବା ପାଇଁ ଜେଇ ନାଁ ରେ କାମ ହେଉଛି । ପଲ୍ଲୀସଭାକୁ କାହିଁକି ବନ୍ଦ କରି ଦେଇଛନ୍ତି ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.