ETV Bharat / state

ତିନି ଜଣ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଅଟଳ ସମ୍ମାନ ଦେବ ବିଜେପ - ସାଂସ୍କୃତିକ ପ୍ରକୋଷ୍ଠ ଅଧ୍ୟକ୍ଷ ପଞ୍ଚାନନ ନାୟକ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜନ୍ମ ଦିବସ ପାଳନ ସହିତ ୭ମ “ଅଟଳ ସମ୍ମାନ -୨୦୨୨” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ଅଟଳ ସମ୍ମାନ ଦେବ ବିଜେପ
ଅଟଳ ସମ୍ମାନ ଦେବ ବିଜେପ
author img

By

Published : Dec 23, 2022, 6:26 PM IST

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସରରେ ଅଟଳ ବିହାରୀ ବାଜପେୟୀଙ୍କ ୯୮ତମ ଜନ୍ମ ଦିବସ ପାଳନ ସହିତ ୭ମ “ଅଟଳ ସମ୍ମାନ - ୨୦୨୨” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଦଳର ସାଂସ୍କୃତିକ ପ୍ରକୋଷ୍ଠ ଅଧ୍ୟକ୍ଷ ପଞ୍ଚାନନ ନାୟକ ସୂଚନା ଦେଇଛନ୍ତି ।

ପ୍ରତିବର୍ଷ ସାରାଭାରତରେ ଡିସେମ୍ବର ୨୫ତାରିଖକୁ “ସୁଶାସନ ଦିବସ” ଭାବେ ପାଳନ କରାଯାଉଛି । ଏହି ଅବସରରେ ଆସନ୍ତା ରବିବାର ସନ୍ଧ୍ୟା 5ଟାରେ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ । ତିନୋଟି କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଵ୍ୟକ୍ତି ବିଶେଷଙ୍କୁ ଅଟଳ ସମ୍ମାନରେ ସମ୍ମାନିତ କରାଯିବ ।

ଏହାବି ପଢନ୍ତୁ- JP Nadda Odisha Visit: 2 ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା

ସପ୍ତମ ଅଟଳ ସମ୍ମାନ ପାଇବେ ବାଙ୍ଗିରିପୋଷିର ପୂର୍ବତନ ବିଧାୟକ ପୁରୁଷୋତ୍ତମ ନାଏକ । ସମାଜ ସେବା ପାଇଁ ଯାଜପୁର ଜିଲ୍ଲାର ପରମେଶ୍ବର ଦାସଙ୍କୁ ସମ୍ମାନିତ କରାଯିବ । ସେହିପରି ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳର ବିଶିଷ୍ଟ ରାଷ୍ଟ୍ରବାଦୀ କବି ଯୋଗେଶ ଚନ୍ଦ୍ର ଦାସଙ୍କୁ ଅଟଳ କବିତା ସମ୍ମାନରେ ସମ୍ମାନିତ କରାଯିବ ବୋଲି ସୂଚନା ଦେଇଛନ୍ତି ପଞ୍ଚାନନ ନାୟକ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.