ETV Bharat / state

ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ସର୍ଭେ ପ୍ରହସନ: ବିଜେପି

ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ ପ୍ରେସମିଟ କରି କହିଛନ୍ତି, ‘‘54 ପ୍ରତିଶତ ଲୋକଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ସର୍ଭେ ପ୍ରହସନ ।" ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ସର୍ଭେ ପ୍ରହସନ: ବିଜେପି
ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ସର୍ଭେ ପ୍ରହସନ: ବିଜେପି
author img

By

Published : May 1, 2023, 9:20 PM IST

ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ସର୍ଭେ ପ୍ରହସନ: ବିଜେପି

ଭୁବନେଶ୍ବର: ଆଜି ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ପଛୁଆବର୍ଗ ସର୍ଭେ । ଏହା ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ଚାଲିବ । ପଛୁଆବର୍ଗଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ସର୍ଭେ ହେବ । ସର୍ଭେକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ରାଜ୍ୟ ବିଜେପି ।

ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ ପ୍ରେସମିଟ କରି କହିଛନ୍ତି, ‘‘54 ପ୍ରତିଶତ ଲୋକଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ସର୍ଭେ ପ୍ରହସନ । ପଞ୍ଚାୟତ ନିର୍ବାଚନ ସମୟରେ ରାଜ୍ୟ ସରକାର କୋର୍ଟରେ ସତ୍ୟପାଠ କରି କହିଥିଲେ କିନ୍ତୁ ତାହା ମିଛ କହିଥିଲେ ଯେ ରାଜ୍ୟ ସରକାରଙ୍କ ପାଖରେ ପଛୁଆବର୍ଗଙ୍କ ପାଇଁ କୌଣସି ଡାଟା ନାହିଁ। ଯଦି ତଥ୍ୟ ନାହିଁ ତାହେଲେ ଆଜି ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯାଉଥିଲା କେଉଁ ଆଧାରରେ ?"

ବିଜେପି ଅଭିଯୋଗ କରିଛି ରାଜ୍ୟ ସରକାର ଯେଉଁ ପ୍ରବଞ୍ଚନା କରିଆସୁଥିଲେ ସେଥିରୁ ମୁକୁଳିବା ପାଇଁ ସେପ୍ଟେମ୍ବର 2021 ରେ କହିଲେ ଆମେ ସଂକଳ୍ପ ପାରିତ କରୁଛୁ । ବିଧାନସଭାରେ ଏମାନଙ୍କର ସର୍ଭେ ହେବ। ରାଜ୍ୟରେ ପଛୁଆବର୍ଗ କେତେ ଅଛନ୍ତି ତାର ସର୍ଭେ ହେବ । ହେଲେ ଆଜି ପର୍ଯ୍ୟନ୍ତ କଲେ ନାହିଁ । ଏବେ ଯେଉଁ ସର୍ଭେ କରିବାକୁ ଯାଉଛନ୍ତି ତାହା ସର୍ଭେ ନୁହଁ ଏହା ଏକ ପ୍ରହସନ ।

ବିଜେପି କହିଛି ଏବେ ଯେଉଁ ସର୍ଭେ କରିବେ ଏସସିବି ତାଲିକା ଆଧାରରେ। ଏସସିବି ତାଲିକା ଏବେ ବି ଫାଇନାଲ ନୁହଁ। ଏବେ ବି ଅନେକ ଜାତିର ନାମ ତାଲିକାରେ ନାହିଁ । ଯେଉଁ ମାନଙ୍କ ନାମ କେନ୍ଦ୍ର ଓବିସି ତାଲିକାରେ ଅଛି। କେନ୍ଦ୍ର ତାଲିକାରେ ଯେଉଁମାନେ ଅଛନ୍ତି ସେମାନେ ରାଜ୍ୟ ତାଲିକାରେ ଅନ୍ତର୍ଭୁକ୍ତ ହେବା କଥା।

ପଛୁଆ ବର୍ଗଙ୍କ ଆକ୍ରୋଶରୁ ଦୃଷ୍ଟି ହଟାଇବା ପାଇଁ ସରକାର ଏହି ସର୍ଭେ କରୁଛନ୍ତି । ଏସଇବିସି ତାଲିକାରେ ଅନେକ ଜାତିର ନା ନାହିଁ । କିନ୍ତୁ କେନ୍ଦ୍ର ଓବିସି ତାଲିକାରେ ଅଛି । କେନ୍ଦ୍ର ଓବିସି ତାଲିକାରେ ଯେଉଁ ମାନେ ରହିଲେ, ସ୍ଵାଭାବିକ ଭାବେ ସେମାନେ ରାଜ୍ୟ ଏସଇବିସି ତାଲିକାରେ ରହିବା କଥା । 22ଟି ଜାତିକୁ ଓବିସି ତାଲିକାରୁ ଆଣି ଏସଇବିସିରୁ ଯୋଡିଲୁ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ଏହା ସମ୍ପୂର୍ଣ୍ଣ ମିଛ ବୋଲି ଅଭିଯୋଗ କଲା ବିଜେପି । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ନଜାଣି ମିଛ କହିଲେ, ନା ବିଭ୍ରାନ୍ତି କରିବାକୁ ମିଛ କହିଲେ, ନା ରାଜ୍ୟର 54 ଭାଗ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଯୋଜନା ବଦ୍ଧ ଭାବେ ଷଡ଼ଯନ୍ତ୍ର କଲେ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କଲା ବିଜେପି । କାରଣ ସେହି ଜାତି ମାନେ ଆଦୌ ଓବିସି ତାଲିକାରେ ନଥିଲେ । ଏମାନେ ଆବେଦନ କରି ଓବିସି ତାଲିକାରେ ସାମିଲ ହୋଇଛନ୍ତି ।

ତେଣୁ ରାଜ୍ୟ ସରକାର ସର୍ଭେ କାହାର କରୁଛନ୍ତି । ଯେଉଁମାନଙ୍କ ତାଲିକା କେନ୍ଦ୍ର ରେ ଅଛି ହେଲେ ରାଜ୍ୟରେ ନାହିଁ ସେମାନଙ୍କ ପାଇଁ କଣ କରିବେ ସରକାର । ରାଜ୍ୟ ସରକାରଙ୍କର ଏହି ଜାତି ବର୍ଗର ସଂରକ୍ଷଣ ପ୍ରତି ଆନ୍ତରିକତା ନାହିଁ ସେମାନଙ୍କ ଦୃଷ୍ଟିକୁ ଏଡାଇବା ପାଇଁ ଏକ ପ୍ରହସନ ଆରମ୍ଭ କରିଛନ୍ତି । ଏହା ରାଜ୍ୟ ସରକାରଙ୍କ କାଳିଆ ଯୋଜନା ନୁହେଁ ଯେ ନାଲି, ନେଳି ଫର୍ମରେ ଯାହା ନାମ ଯୋଡି ଦଳୀୟ ଲୋକମାନଙ୍କୁ ଦେଇଦେବ । ତେଣୁ ବିଜେପି ରାଜ୍ୟ ସରକାରଙ୍କ ପାଖରେ ଦାବୀ କରୁଛି, ଘର ଘର ବୁଲି ସର୍ଭେ କରନ୍ତୁ । ରାଜ୍ୟରେ କେତେ ଜାତି ଅଛନ୍ତି, ତାଲିକା ଚୂଡ଼ାନ୍ତ କରନ୍ତୁ ରାଜ୍ୟ ସରକାର । କେଉଁ କେଉଁ ଜାତି ଏସଇବିସି ତାଲିକାରେ ଅଛନ୍ତି ସ୍ପଷ୍ଟ କରନ୍ତୁ । କେନ୍ଦ୍ର ଓବିସି ତାଲିକାରେ ଥିବା 14 ଜାତି, ରାଜ୍ୟ ଏସଇବିସି ତାଲିକାରେ ନାହାନ୍ତି, ତେଣୁ କେମିତି ସର୍ଭେ କରିବେ ରାଜ୍ୟ ସରକାର ତାହା ସାର୍ବଜନୀନ କରନ୍ତୁ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.