ଭୁବନେଶ୍ବର: ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନର ଆବଶ୍ୟକତା ନାହିଁ ବୋଲି ଗତକାଲି ସୁପ୍ରିମକୋର୍ଟ ମନା କରିଦେଇଥିଲେ । ପ୍ରତିକ୍ରିୟାରେ ବିଜେପି କହିଛି, ସୁପ୍ରିମକୋର୍ଟ ଯେଉଁ ନିଷ୍ପତ୍ତି ନେଇଛନ୍ତି ତା ବିରୋଧରେ ଯିବା ଠିକ ନୁହେଁ ।
ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକା ଅତ୍ୟନ୍ତ ସନ୍ଦେହ ଜନକ। ବହୁଦିନ ଧରି ପଶ୍ଚିମ ଓଡିଶାରେ ଆଇନଜୀବୀ ମାନେ ଆନ୍ଦୋଳନ କରୁଥିଲେ। ରାଜ୍ୟ ସରକାର ସେ ସମୟରେ ଚୁପ ରହିଥିଲେ। ଅନେକ ସମୟରେ ଏହି ଆନ୍ଦୋଳନ କୁ ପ୍ରଶ୍ରୟ ଦେଉଥିଲେ। ଏହା ସହିତ ରାଜ୍ୟ ସରକାର ଏହି ସ୍ଥାୟୀ ବେଞ୍ଚ ପାଇଁ ଯେଉଁ ଭୂମିକା ଗ୍ରହଣ କରିବା କଥା ତାହା କରିନଥିଲେ । କିନ୍ତୁ ସୁପ୍ରିମକୋର୍ଟ କୁ ଏହି ଘଟଣା ସମ୍ପର୍କରେ ସବିଶେଷ ବିବରଣୀ ପ୍ରଦାନ କରିବା କଥା ସରକାର l
ଏ ବାବଦରେ ଯେତେବେଳେ ଶୁଣାଣୀ ହେଉଥିଲା ରାଜ୍ୟ ସରକାର ସେଥିରେ ବୁଝିବା ଦରକାର ଥିଲା କାହିଁକି ଆନ୍ଦୋଳନ ଚାଲିଛି । ସେ ସମ୍ପର୍କରେ ବିବରଣୀ ଦେବା ସରକାରଙ୍କ କର୍ତ୍ତବ୍ୟ ଥିଲା। ଆଇନଜୀବୀ ମାନେ ଅପମାନିତ ହେଲେ, ତାଙ୍କ ଲାଇସେନ୍ସ ରଦ୍ଦ ହେଲା ଏଭଳି ଏକ ସ୍ଥିତି ସୃଷ୍ଟି ହେଲା ସମ୍ପୂର୍ଣ୍ଣ ଦୋଷ ରାଜ୍ୟ ସରକାରଙ୍କର ବୋଲି ପୃଥ୍ବୀରାଜ କହିଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର