ETV Bharat / state

ଫୋକସରେ ଯୁବ ଭୋଟର, ବିଜେପି ଆରମ୍ଭ କଲା ମିଲେନିୟମ ଭୋଟର କନେକ୍ଟ କାର୍ଯ୍ୟକ୍ରମ - ମିଲେନିୟମ ଭୋଟର କନେକ୍ଟ କାର୍ଯ୍ୟକ୍ରମ

ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ନୂଆ ଭାରତ ଓ ନୂଆ ଓଡିଶାର ସଂକଳ୍ପକୁ ଆଗକୁ ନେବା ନିମନ୍ତେ ଯୁବ ଭୋଟଙ୍କୁ ଯୋଡିବା ପାଇଁ ସ୍ଥିର କରାଯାଇଛି । ଏନେଇ ନୂତନ ଭୋଟର ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Bjp mileneum voters connect programme
ବିଜେପିର ମିଲେନିୟମ ଭୋଟର କନେକ୍ଟ କାର୍ଯ୍ୟକ୍ରମ
author img

By

Published : Aug 21, 2023, 9:24 AM IST

ବିଜେପିର ମିଲେନିୟମ ଭୋଟର କନେକ୍ଟ କାର୍ଯ୍ୟକ୍ରମ

ଭୁବନେଶ୍ବର: ବିଜେପି ଫୋକସରେ ଯୁବ ଭୋଟର । ଏନେଇ ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା 'ନୂତନ ଭୋଟର ସଚେତନତା' ବା ମିଲେନିୟମ ଭୋଟର କନେକ୍ଟ କାର୍ଯ୍ୟକ୍ରମ ଆରମ୍ଭ କରିଛି । ରାଜ୍ୟରେ ଯେଉଁ ଯୁବକ ଯୁବତୀମାନଙ୍କୁ 2024 ଜାନୁଆରୀ ସୁଦ୍ଧା 18 ବର୍ଷ ହୋଇଥିବ ସେମାନଙ୍କୁ ନୂତନ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ବିଜେପି କର୍ମୀମାନେ ସହଯୋଗ କରିବେ । ବିଜେପି ଯୁବମୋର୍ଚ୍ଚା କର୍ମୀ ପ୍ରତି ବୁଥକୁ ଯାଇ ଯୁବ ଭୋଟରଙ୍କୁ ସଚେତନ କରିବେ ।

2024ରେ ନିର୍ବାଚନରେ ଯୁବଭୋଟରଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ବିଶେଷ କରି ନୂଆ ଭୋଟରଙ୍କୁ ଦଳରେ ସାମିଲ କରିବା, ମୋଦି ସରକାରଙ୍କ ଯୁବ ଆଧାରିତ ଜନକଲ୍ୟାଣ ଯୋଜନାକୁ ତୃଣମୂଳସ୍ତରରେ ପହଞ୍ଚାଇବା ପାଇଁ ଯୁବମୋର୍ଚ୍ଚା ଏହି ଅଭିଯାନ ଆରମ୍ଭ କରିଛି । 8980808080 ଜରିଆରେ ମିସ କଲ କରି ପ୍ରଥମ ପର୍ଯ୍ୟାୟରେ 80-100 ନୂତନ ଭୋଟରଙ୍କୁ ବିଜେପି ସହ ଯୋଡ଼ିଛି ବିଜେପି ଯୁବ ମୋର୍ଚ୍ଚା । ଏହି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ବୁଥ ସ୍ତରକୁ ନେଇ ବିଜେପି ସପକ୍ଷରେ ଭୋଟ ପାଇଁ ଯୁବ ବର୍ଗଙ୍କୁ ସଚେତନ କରିବାକୁ ଲକ୍ଷ୍ୟ ରଖାଯାଇଛି । ନୂତନ ଭାରତ ଗଠନ ଏବଂ ସାଧାରଣ ନିର୍ବାଚନର ବିଜୟ ପ୍ରସ୍ତୁତି ସମ୍ବନ୍ଧରେ ଆଜିର ଯୁବକଙ୍କ ଉପସ୍ଥିତି ନିତ୍ୟାନ୍ତ ଆବଶ୍ୟକ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ।

ଏହା ବି ପଢନ୍ତୁ...'ସଚିବଙ୍କ କାର୍ଯ୍ୟକଳାପକୁ ବିରୋଧ କରୁଛି, ବିରୋଧର ତରିକାକୁ ନାପସନ୍ଦ କରୁଛି'

ଏହା ବି ପଢନ୍ତୁ...ସୌମ୍ୟଙ୍କ ବିସ୍ଫୋରଣ ଜାରି; ଦଲାଲଙ୍କ ହାତରେ ଶାସନ ଭାର, କ୍ଷମତାରେ ବି ଟିମ

ଓଡିଶାରେ ପାଖାପାଖି 18ରୁ 22 ବର୍ଷ ମଧ୍ୟରେ 30 ଲକ୍ଷ ଯୁବ ଭୋଟର ରହିଥିବା ଆକଳନ କରାଯାଉଛି । ସେମାନେ ପ୍ରଥମ ଥର ପାଇଁ 2024ରେ ନିଜର ମତଦାନ ସାବ୍ୟସ୍ତ କରିବେ । ଏହି ଭୋଟରଙ୍କ ମନରେ ରାଜ୍ୟ ସରକାରଙ୍କ ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ନେଇ ଯେଉଁ ଚାକିରି ବିକ୍ରିକୁ ନେଇ ଯେଉଁ ଆକ୍ରୋଶ ରହିଛି ସେମାନଙ୍କୁ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବାକୁ ଆହ୍ବାନ ଦେଇଛି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ।

ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ରବିବାର ରାଜ୍ୟ କାର୍ଯ୍ୟାଳାୟରେ ରାଜ୍ୟ ବିଜେପି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ ଓ ଦଳୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ନୂତନ ଭୋଟର ସଚେତନତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ଅଭିଯାନରେ ମୋଦି ସରକାରଙ୍କ ଯୁବ ଆଧାରିତ ଜନକଲ୍ୟାଣକାରୀ ଯୋଜନାକୁ ଲୋକାଭିମୁଖି କରିବା ସହ ନୂଆ ଭାରତ ଏବଂ ନୂଆ ଓଡିଶାର ସଂକଳ୍ପକୁ ଆଗକୁ ନେବା ନିମନ୍ତେ ଯୁବ ଭୋଟଙ୍କୁ ଯୋଡିବା ପାଇଁ ସ୍ଥିର କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.