ETV Bharat / state

ମହିଳା କଣ ବିଜେଡି ନେତାଙ୍କ ମାଇଣ୍ଡ ଫ୍ରେସ ପାଇଁ ଅଛନ୍ତି କି: ବିଜେପି

ସୋନାଲି ସାହୁ କହିଛନ୍ତି କେନ୍ଦ୍ରରେ ମୋଦି ସରକାର ମହିଳା ମାନଙ୍କୁ ସୁରକ୍ଷା, ଅଧିକାର, ସମ୍ମାନ, ସ୍ଵାଭିମାନ ଏବଂ ସଶକ୍ତିକରଣ ପାଇଁ ନିରନ୍ତର କାମ କରୁଛନ୍ତି । କିନ୍ତୁ ଓଡିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ଦାସଙ୍କ କାରନାମା ସମସ୍ତଙ୍କୁ ଚମକାଇ ଦେଇଛି । ସମୀର ଦାସ ଧର୍ମେନ୍ଦ୍ର ସାହୁ ହତ୍ୟାରେ ସଂପୃକ୍ତ ଥିବା କଥା ସାମ୍ନାକୁ ଆସିବା ପରେ ଧର୍ମେନ୍ଦ୍ର ସାହୁଙ୍କ ସ୍ତ୍ରୀ ମଧ୍ୟ ଅଭିଯୋଗ କରିଥିଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 17, 2023, 8:55 PM IST

ମହିଳା ମାନେ କଣ ବିଜେଡି ନେତାଙ୍କ ମାଇଣ୍ଡ ଫ୍ରେସ ପାଇଁ ଅଛନ୍ତି କି: ବିଜେପି

ଭୁବନେଶ୍ବର: ବିଜେଡି ଶାସନରେ ମହିଳାଙ୍କୁ ଅସମ୍ମାନ ପ୍ରସଙ୍ଗକୁ ନେଇ ବର୍ଷିଲା ବିଜେପି । ମୁଖ୍ୟମନ୍ତ୍ରୀଙ୍କୁ ଧୃତରାଷ୍ଟର ସହ ତୁଳନା କଲେ ବିଜେପି ମୁଖପାତ୍ର ସୋନାଲି ସାହୁ । କହିଲେ ମୁଖ୍ୟମନ୍ତ୍ରୀ ତୁରନ୍ତ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ସୋନାଲି ସାହୁ କହିଛନ୍ତି କେନ୍ଦ୍ରରେ ମୋଦି ସରକାର ମହିଳା ମାନଙ୍କୁ ସୁରକ୍ଷା, ଅଧିକାର, ସମ୍ମାନ, ସ୍ଵାଭିମାନ ଏବଂ ସଶକ୍ତିକରଣ ପାଇଁ ନିରନ୍ତର କାମ କରୁଛନ୍ତି । କିନ୍ତୁ ଓଡିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ଦାସଙ୍କ କାରନାମା ସମସ୍ତଙ୍କୁ ଚମକାଇ ଦେଇଛି । ସମୀର ଦାସ ଧର୍ମେନ୍ଦ୍ର ସାହୁ ହତ୍ୟାରେ ସଂପୃକ୍ତ ଥିବା କଥା ସାମ୍ନାକୁ ଆସିବା ପରେ ଧର୍ମେନ୍ଦ୍ର ସାହୁଙ୍କ ସ୍ତ୍ରୀ ମଧ୍ୟ ଅଭିଯୋଗ କରିଥିଲେ । ସେତେବେଳେ ସରକାର ସମୀର ଦାସଙ୍କ ଉପରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ଯାହାଫଳରେ ଏବେ ପୁଣି ଜଣେ ଭଦ୍ର ମହିଳାଙ୍କୁ କୁହାଯାଉଛି ଯେ ମାଇଣ୍ଡଫ୍ରେସ କରିବା ପାଇଁ ଭୁବନେଶ୍ଵର ଆସ । ଏହା ସମ୍ପୂର୍ଣ୍ଣ ଓଡିଶା ପାଇଁ ନିନ୍ଦନୀୟ କଥା । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ସବୁବେଳେ କୁହନ୍ତି, ମହିଳାଙ୍କ ମାନଙ୍କ ବିରୋଧରେ କୌଣସି ପ୍ରକାର ହିଂସା ଉପରେ ଜିରୋ ଟଲରାନ୍ସ ନୀତି ଆପଣେଇଛୁ । କିନ୍ତୁ ସେମିତି କିଛି ଆକ୍ସନ ନେଲା ଭଳି ଦେଖାଯାଉନାହିଁ । ମୁଖ୍ୟମନ୍ତ୍ରୀ ଧୃତରାଷ୍ଟ୍ର ପାଲଟିଛନ୍ତି ।

ଅଧିକ ପଢନ୍ତୁ- ରକ୍ଷା ବନ୍ଧନରେ ମହିଳାଙ୍କ ଲାଗି ଫତୁଆ ଜାରି କରିବା ମୁଖ୍ୟମନ୍ତ୍ରୀଙ୍କ ରୁଗ୍‌ଣ ମାନସିକତା: ବିଜେପି

ସେହିପରି ଦିବ୍ୟଶଙ୍କର ମିଶ୍ର, ବିଜୟ ଶଙ୍କର ଦାସ, ଶ୍ରୀକାନ୍ତ ସାହୁ, ଅରୁଣ ସାହୁ, ଜ୍ୟୋତି ପାଣିଗ୍ରାହୀଙ୍କ କେଳେଙ୍କାରୀ କଥା ବି ମନେ ପକାଇଲେ ସୋନାଲି । ଏମାନେ ବିଭିନ୍ନ ପ୍ରକାର ମହିଳା ହିଂସାରେ ସଂପୃକ୍ତ ଅଛନ୍ତି । କିନ୍ତୁ ଏମାନଙ୍କୁ ଉପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ସରକାର । ଓଡିଶା ମହିଳା ଏବଂ ଶିଶୁଙ୍କ ପାଇଁ ଅସୁରକ୍ଷିତ । ମୁଖ୍ୟମନ୍ତ୍ରୀ ଚୁପଚାପ ବସି ତାମସା ଦେଖୁଛନ୍ତି । ମୁଖ୍ୟମନ୍ତ୍ରୀ ବିଭିନ୍ନ ଅପରାଧରେ ସଂପୃକ୍ତ ବିଧାୟକ ନେତା ମାନଙ୍କୁ ଘଣ୍ଟ ଘୋଡାଇ ରଖୁଛନ୍ତି । ତେଣୁ ମହିଳାଙ୍କ ବିରୋଧରେ ବଢୁଥିବା ଅପରାଧ ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ହିଁ ଦାୟୀ । ମହିଳା ମାନେ କଣ ବିଜେଡି ନେତାଙ୍କ ମାଇଣ୍ଡ ଫ୍ରେସ ପାଇଁ ଅଛନ୍ତି କି ବୋଲି ପ୍ରଶ୍ନ କରିଛି ସୋନାଲି ସାହୁ । ତୁରନ୍ତ ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.