ETV Bharat / state

ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଦିଗହରା କହି ବର୍ଷିଲା ବିଜେପି, ପିଏମ୍‌ଶ୍ରୀ ଯୋଜନା କାର୍ଯ୍ୟକାରୀ କରିବାକୁ ଦାବି

author img

By ETV Bharat Odisha Team

Published : Nov 17, 2023, 9:10 PM IST

Implementation of PM Shri Scheme: ରାଜ୍ୟରେ “ ପିଏମ୍‌ଶ୍ରୀ ଯୋଜନା” କାର୍ଯ୍ୟକାରୀ ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ। ଶିକ୍ଷା ବ୍ୟବସ୍ଥା ଦିଗହରା ହୋଇଥିବା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ଦଳ । ଅଧିକ ପଢନ୍ତୁ

implementation of PM Shri Scheme
ପିଏମ୍‌ଶ୍ରୀ ଯୋଜନା କାର୍ଯ୍ୟକାରୀ ପ୍ରସଙ୍ଗ

ପିଏମ୍‌ଶ୍ରୀ ଯୋଜନା କାର୍ଯ୍ୟକାରୀ ପ୍ରସଙ୍ଗ

ଭୁବନେଶ୍ବର: ରାଜ୍ୟରେ “ ପିଏମ୍‌ଶ୍ରୀ ଯୋଜନା” କାର୍ଯ୍ୟକାରୀ ପ୍ରସଙ୍ଗରେ ବିଜେପିର ସାମ୍ବାଦିକ ସମ୍ମିଳନୀ । ଏହି ଯୋଜନା ତୁରନ୍ତ ଲାଗୁ କରିବାକୁ ରାଜ୍ୟ ସରକାରଙ୍କୁ ଦାବି କରିଛି ବିଜେପି । ଏନେଇ ବିଜେପି ମୁଖପାତ୍ର ସୋନାଲି ସାହୁ କହିଛନ୍ତି, "ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି ରାଜ୍ୟ ସରକାର । ଓଡିଶାରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଦିଗହରା । ରାଜ୍ୟର ୪୬ ହଜାର ସ୍କୁଲରୁ ୧୯ହଜାର ସ୍କୁଲରେ ହେଡ୍‌ମାଷ୍ଟର ନାହାନ୍ତି । ୮ହଜାର ସ୍କୁଲରେ ୧୨ ହଜାର ସହାୟକ ଶିକ୍ଷକ ନାହାନ୍ତି । ୩୦ ହଜାର ସ୍କୁଲରେ କମ୍ପ୍ୟୁଟର ନାହିଁ କି କମ୍ପ୍ୟୁଟର ଶିକ୍ଷକ ନାହାନ୍ତି । ୨୦ହଜାରରୁ ଊର୍ଦ୍ଧ୍ୱ ବିଦ୍ୟାଳୟରେ ବିଜୁଳି ସଂଯୋଗ ନାହିଁ । ୪୦ହଜାର ସ୍କୁଲରେ ଖେଳ ପଡିଆ ନାହିଁ । ପ୍ରାୟ ୧୦ହଜାର ପ୍ରାୟ ସ୍କୁଲରେ ଶୌଚାଳୟ ନାହିଁ।"

"ଓଡିଶାରେ ଶିକ୍ଷା ବ୍ୟବସ୍ଥା ଦିଗହରା । ରାଜ୍ୟ ସରକାର ଆମ ପିଲାମାନଙ୍କୁ ସେମାନଙ୍କର ମୌଳିକ ଅଧିକାରରୁ ବଞ୍ଚିତ କରିଛନ୍ତି । ୨୦୧୭ରେ ‘ମୋ ସ୍କୁଲ’ର ପରିକଳ୍ପନା କରି, ସବୁ ସ୍କୁଲର କାନ୍ଥ ବାଡରେ 'ଆମେ ପଢିବୁ, ଗଢିବୁ, ଶ୍ରେଷ୍ଠ ହେବୁ' ବୋଲି ସ୍ଲୋଗାନ ଲେଖାଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ବାସ୍ତବରେ ପଢିବା, ଗଢିବା ଓ ଶ୍ରେଷ୍ଠ ହେବା ପାଇଁ ଯାହା ଯାହା ଆବଶ୍ୟକ ସେସବୁ ପୂରଣ କ୍ଷେତ୍ରରେ ରାଜ୍ୟ ସରକାର ପଛୁଆ । କେଉଁଠି ସ୍କୁଲ ଘର ଛାତରୁ ପାଣି ଗଳିଲାଣିତ, କେଉଁଠି ଛାତ ପୁରା ଗଳି ପଡିଲାଣି । କେଉଁଠି ପାଚେରୀ ଭାଙ୍ଗି ଗଲାଣି ତ ପୁଣି କେଉଁଠି ପିଲାମାନେ ଗଛ ମୂଳେ ପାଠ ପଢୁଥିବାର ଦେଖାଯାଉଛି "ବୋଲି ରାଜ୍ୟ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟରେ ୨୦୦ପିଲାରେ ଜଣେ ଶିକ୍ଷକ । ସେଥିରୁ ଅଧେ ଦିନ ଭୁବନେଶ୍ୱରର ପିଏମଜି ଛକରେ ଧାରଣା ଦେବାରେ ଯାଉଛି, ପଢ଼େଇବ କିଏ ? ସ୍କୁଲ୍ ସବୁ ମାଷ୍ଟର ବିନା ପଡିଆ । ସିଏଜି ରିପୋର୍ଟ ଅନୁସାରେ ୮ଟି ଆକାଂକ୍ଷିତ ଜିଲ୍ଲାରେ ୨୦୧୫-୧୬ରେ ୪୫ପ୍ରତିଶତ ପିଲା ରକ୍ତହୀନତାର ଶିକାର ହେଉଥିଲାବେଳେ ୨୦୨୧-୨୨ରେ ତାହା ବଢ଼ି ୬୫ ପ୍ରତିଶତରେ ପହଞ୍ଚିଛି । ସେହି ଜିଲ୍ଲାରେ ୯୪ହଜାର ପିଲା ସମ୍ପୂର୍ଣ୍ଣ ଅସୁରକ୍ଷିତ । ସର୍ବଭାରତୀୟ ସ୍ତରରେ ଓଡ଼ିଶାରେ 'ଡ୍ରପ ଆଉଟ୍‌' ସଂଖ୍ୟା ସବୁଠୁ ଅଧିକ । NCRB ରିପୋର୍ଟ ଅନୁସାରେ, ପ୍ରତିଦିନ ରାଜ୍ୟରୁ ୧୧ଜଣ ଶିଶୁ ନିଖୋଜ ହେଉଛନ୍ତି ।"

ଏହା ବି ପଢନ୍ତୁ...ଯୌତୁକ ଆକାରରେ ତାମିଲନାଡୁକୁ ବିଦ୍ୟୁତ ଦେଉଛି କି ଓଡିଶା: ବିଜେପି

"ସ୍କୁଲ ଗୁଡିକୁ ୫-ଟି ରୂପାନ୍ତରଣ ନାଁରେ ଦଳୀୟ କଂଟ୍ରାକ୍ଟରମାନଙ୍କୁ ପୋଷିବା ରାଜ୍ୟ ସରକାରଙ୍କ ମୂଳଲକ୍ଷ୍ୟ । ବିନା ଟେଣ୍ଡରରେ ନିର୍ଦ୍ଦିଷ୍ଟ ୨ ଜଣ ଅଣ ଓଡ଼ିଆ କଣ୍ଟ୍ରାକ୍ଟରଙ୍କୁ ସ୍କୁଲ ଗୁଡିକର କାମ ୫୦-୫୦ପିସିରେ କରିବା ପାଇଁ ଦିଆଯିବା ଦୁର୍ଭାଗ୍ୟଜନକ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୩ ଥର ଚିଠି ଲେଖି ରାଜ୍ୟରେ ପିଏମ୍‌ଶ୍ରୀ ସ୍କୁଲ ଯୋଜନାକୁ ଲାଗୁ କରିବାକୁ ଜଣାଇଥିଲେ । ଏଏହି ଯୋଜନାରେ ପ୍ରତି ବ୍ଲକରେ ସର୍ବାଧିକ ୨ଟି ପିଏମ୍‌ଶ୍ରୀ ବିକଶିତ କରାଯିବାର ବ୍ୟବସ୍ଥା ରହିଛି । ଆଧୁନିକ ଟେକ୍ନୋଲୋଜି, ଭର୍ଚୁଆଲ ଲ୍ୟାବ ସହ ଧନ୍ଧାମୂଳକ ଶିକ୍ଷା, ଉଦ୍ୟମୀତା ତଥା କ୍ରୀଡାକୁ ଗୁରୁତ୍ୱ ଦିଆଯିବା ସହିତ ବିଦ୍ୟା ସମୀକ୍ଷା କେନ୍ଦ୍ର ଦ୍ୱାରା ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ପ୍ରଦର୍ଶନର ମୂଲ୍ୟାଙ୍କନ କରାଯିବା ଏହି ଯୋଜନାର ମୂଳଲକ୍ଷ୍ୟ । କିନ୍ତୁ ରାଜ୍ୟ ସରକାରଙ୍କ ହୀନ ରାଜନୀତି ପାଇଁ ଓଡ଼ିଶାର ପିଲାମାନେ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି" ବୋଲି କହି ବର୍ଷିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.