ETV Bharat / state

ଡ୍ରପଆଉଟ ହାରରେ ୧ନଂ ଓଡ଼ିଶା, ବିଜେପିର ପ୍ରଶ୍ନ ୫୦% ପିଲା ପାଠ ଛାଡିବା କେଉଁ ରୂପାନ୍ତରୀକରଣ ? - ଡ୍ରପଆଉଟ ତଥ୍ୟକୁ ନେଇ ବିଜେଡିକୁ ଟାର୍ଗେଟ

Bjp on drop out student Issue: ଡ୍ରପଆଉଟ ହାରରେ ୧ନଂ ଓଡ଼ିଶା ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପିର ପ୍ରଶ୍ନ । ୫୦% ଛାତ୍ରଛାତ୍ରୀ ପାଠ ଛାଡିବା କେଉଁ ରୂପାନ୍ତରୀକରଣ ? ଅଧିକ ପଢନ୍ତୁ

Bjp on drop out student Issue
Bjp on drop out student Issue
author img

By ETV Bharat Odisha Team

Published : Dec 19, 2023, 8:26 PM IST

Updated : Dec 19, 2023, 8:38 PM IST

ଡ୍ରପଆଉଟ ହାରରେ ୧ନଂ ଓଡ଼ିଶା, ବିଜେପିର ପ୍ରଶ୍ନ ୫୦% ପିଲା ପାଠ ଛାଡିବା କେଉଁ ରୂପାନ୍ତରୀକରଣ ?

ଭୁବନେଶ୍ବର: ସାମ୍ନାକୁ ଆସିଛି ରାଜ୍ୟରେ ସ୍କୁଲ ଶିକ୍ଷାର ବିକଳ ଚିତ୍ର । ଦଶମ ଶ୍ରେଣୀରୁ ପାଠ ଛାଡୁଛନ୍ତି ରାଜ୍ୟରେ ଅଧା ଛାତ୍ରଛାତ୍ରୀ । ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଉତ୍ତରାଧିକାରୀ ଭି କେ ପାଣ୍ଡିଆନ ରୂପାନ୍ତରୀକରଣକୁ ଗୁରୁତ୍ଵ ଦେଉଥିବା ବେଳେ ରାଜ୍ୟରେ ସ୍କୁଲ ଓ କଲେଜମାନଙ୍କରେ ରୂପାନ୍ତରଣ କଥା କହୁଛନ୍ତି । ଯାହାକୁ ନେଇ ବିଜେପି କଟାକ୍ଷ କରିଛି । ଡ୍ରପଆଉଟ ହାର ଓଡ଼ିଶା ଦେଶରେ ଏକ ନମ୍ବର । ୫୦ପ୍ରତିଶତ ଛାତ୍ରଛାତ୍ରୀ ପାଠ ଛାଡିବା କେଉଁ ରୂପାନ୍ତରୀକରଣ ?

ଏନେଇ ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି, "ବିହାର ଭଳି ଗରିବ ରାଜ୍ୟର ଡ୍ରପଆଉଟ ହାର ମଧ୍ୟ ଓଡ଼ିଶାଠାରୁ କମ । ଏଥିରୁ ହିଁ ବୁଝାପଡୁଛି ଓଡ଼ିଶାର ଶିକ୍ଷା ବ୍ୟବସ୍ଥା କେତେ ନିମ୍ନଗାମୀ ହୋଇଛି । ରାଜ୍ୟ ସରକାର ଏପଟେ ସ୍କୁଲ ରୂପାନ୍ତୀକରଣକୁ ନେଇ ନିଜ ପିଠି ନିଜେ ଥାପଡାଉଛନ୍ତି କିନ୍ତୁ ଅପରପକ୍ଷରେ ଅଧା ପିଲାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ଗଲାଣି । ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ଏହା ହେଉଛି ସାରା ରାଜ୍ୟର ଏକ ସାମାଜିକ ପ୍ରସଙ୍ଗ । ୫T ସ୍କୁଲ ରୂପାନ୍ତରୀକରଣ ନାଁରେ କେବଳ କାନ୍ଥ, ବାଡ ରଙ୍ଗ କରିବା ଆଳରେ ସରକାର ୫ହଜାର କୋଟି ଟଙ୍କା ଖର୍ଚ୍ଚ କଲେ । କିନ୍ତୁ ଏପଟେ ସ୍କୁଲରେ ଶିକ୍ଷକ ନାହାନ୍ତି, ଅଧା ପିଲା ପାଠପଢ଼ା ବନ୍ଦ କରିଦେଲେଣି । ଏହା କ'ଣ ରାଜ୍ୟ ସରକାରଙ୍କ ରୂପାନ୍ତରୀକରଣ ?"

ଏହା ବି ପଢନ୍ତୁ- ମାଟ୍ରିକ ଡ୍ରପଆଉଟ ତାଲିକାରେ ଦେଶରେ ନଂ ୧ ଓଡ଼ିଶା

ସାରା ଦେଶରେ କେବଳ ଡ୍ରପଆଉଟ ହାରରେ ନୁହେଁ, ବରଂ ସ୍କୁଲ ଶିକ୍ଷାର ପରଫରର୍ମାନ୍ସ ଗ୍ରେଡ ଇନ୍‌ଡେକ୍ସରେ (PGI) ମଧ୍ୟ ଓଡ଼ିଶା ଦେଶରେ ତଳଆଡୁ ଏକ ନମ୍ବର । କେବଳ ୫T ରୂପାନ୍ତରୀକରଣ ନାଁରେ ଅଣଓଡ଼ିଆ ଠିକାଦାରମାନଙ୍କୁ ଥଇଥାନ କରିବା ପାଇଁ ଅର୍ଥ ଖର୍ଚ୍ଚ କରାଗଲା, କିନ୍ତୁ ଶିକ୍ଷକମାନଙ୍କ ଦରମା ଦେବା ପାଇଁ ସରକାର ଚାହିଁଲେ ନାହିଁ ବୋଲି ବିଜେପି କହିଛି ।

ସେପଟେ ବିରୋଧୀଙ୍କୁ ଅନ୍ଧ ଏବଂ ବିକାଶ ବିରୋଧୀ କହୁଥିବା ତାମିଲ ଜନତା ଦଳର ନେତା ଥରେ ଏହି ଡ୍ରପଆଉଟ୍ ହାର ଉପରେ ପ୍ରତିକ୍ରିୟା ଦେଲେ ଭଲ ହୁଅନ୍ତା । ଓଡ଼ିଶାରେ ସରକାରୀ ସ୍କୁଲରେ ଯଦି ୫୦ ପ୍ରତିଶତ ପିଲା ପାଠ ଛାଡିବେ ତାହାଲେ ଏହା କେଉଁ ବିକାଶର ମାପ କାଠି ହେବ । ସାମାଜିକ ଗଣମାଧ୍ୟମରେ ବିରୋଧୀଙ୍କୁ ଜବାବ ଦିଅ କହିଥିଲେ ହେଲେ ସେହି ସମାଜିକ ଗଣମାଧ୍ୟମ ଆଜି ଦେଖନ୍ତୁ ଅନେକ ଶିକ୍ଷାବିତ ପ୍ରଶ୍ନ କରିଛନ୍ତି ୫୦ ପ୍ରତିଶତ ଡ୍ରପ୍ଆଉଟ୍ କେମିତି ହେଲା ? ସରକାର ତାଙ୍କୁ ଉତ୍ତର ରଖନ୍ତୁ ବୋଲି ବିଜେପି ଦାବି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 19, 2023, 8:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.