ETV Bharat / state

ପାଣ୍ଡିଆନଙ୍କୁ ପ୍ରଣବଙ୍କ ପ୍ରଶଂସା ପରେ ବିଜେପିର କଟାକ୍ଷ, କହିଲା ଚୌକି ବଞ୍ଚାଇବାକୁ ଚାଲିଛି ଚାଟୁକାରିତା - naveens most obedient student vk pandian

ପ୍ରଣବ "ପାଣ୍ଡିଆନଙ୍କୁ ନବୀନଙ୍କ ପଟ୍ଟଶିଷ୍ୟ" କହିବା ପରେ ଏହାକୁ କଟାକ୍ଷ କରିଛି ବିଜେପି । ଚୌକି ବଞ୍ଚାଇବାକୁ ବିଜେଡି ନେତାମାନେ ଚାଟୁକାରିତା କରୁଥିବା କହି ସମାଲୋଚନା କରିଛି ଦଳ । ଅଧିକ ପଢନ୍ତୁ

bjp slams bjd
ପ୍ରଣବ ପ୍ରକାଶ ଦାସଙ୍କ ମନ୍ତବ୍ୟକୁ କଟାକ୍ଷ
author img

By ETV Bharat Odisha Team

Published : Nov 12, 2023, 6:59 PM IST

ପ୍ରଣବ ପ୍ରକାଶ ଦାସଙ୍କ ମନ୍ତବ୍ୟକୁ କଟାକ୍ଷ

ଭୁବନେଶ୍ବର: ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମନ୍ତବ୍ୟକୁ କଟାକ୍ଷ କଲା ବିଜେପି । ପ୍ରଣବ "ପାଣ୍ଡିଆନଙ୍କୁ ନବୀନଙ୍କ ପଟ୍ଟଶିଷ୍ୟ" କହିବା ପରେ ଏହାକୁ କଟାକ୍ଷ କରିଛି ବିଜେପି । ଏନେଇ ବିଜେପି ଉପ ସଭାପତି ଗୋଲକ ମହାପାତ୍ର କହିଛନ୍ତି, "ବିଜେଡି ନେତାମାନେ କେବଳ ଟିକେଟ୍ ପାଇବା ପାଇଁ ତେଲ ମାରୁଛନ୍ତି । 25 ବର୍ଷ ଭିତରେ ଦଳ ଭିତର ଜଣେ ନେତା ପଟ୍ଟଶିଷ୍ୟ ତିଆରି ହୋଇପାରିଲେନି । ଏହାଠାରୁ ଲଜ୍ଜାଜନକ ଘଟଣା କିଛି ନାହିଁ । ନିଜ ଚୌକି ବଞ୍ଚାଇବାକୁ କେବଳ ଚାଟୁକାରିତା କରୁଛନ୍ତି ବିଜେଡି ନେତା।"

"ସେହିପରି ପ୍ରଦୀପ ପାଣିଗ୍ରାହୀଙ୍କୁ ନେବାକୁ ବିଜେପି କାହିଁକି ଆଗଭର ?" ବୋଲି ଗତକାଲି ଗଞ୍ଜାମ ଜିଲ୍ଲା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରାଯାଇଥିଲା । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖି ବିଜେପି କହିଛି, "50ରୁ ଅଧିକ ନେତା ଅନ୍ୟ ଦଳରୁ ଯାଇଛନ୍ତି । ନିଜ ଦଳରେ ନେତା ନାହାନ୍ତି । ସେଥିପାଇଁ ବିଭିନ୍ନ ଦଳରୁ ନେତା ନେଇ ଦଳ କରୁଛି । ବିଜେପି ପାଖରେ ନେତା ଦଳ ଆରମ୍ଭରୁ ଦଳର ନୀତି ଆଦର୍ଶରେ କାମ କରୁଛନ୍ତି । ଆମକୁ କହିବା ପୂର୍ବରୁ ନିଜକୁ ପଚାରନ୍ତୁ ବିକ୍ରମ ବାବୁ କେଉଁ ଦଳରୁ ଆସିଛନ୍ତି ?"

ଏହା ବି ପଢନ୍ତୁ...ପ୍ରଶଂସାରେ ଗଦଗଦ ପ୍ରଣବ, କହିଲେ ମୁଖ୍ୟମନ୍ତ୍ରୀଙ୍କ ପଟ୍ଟଶିଷ୍ୟ ଭିକେ ପାଣ୍ଡିଆନ

ଏହା ବି ପଢନ୍ତୁ...Odisha Politics: ‘ଷଡଯନ୍ତ୍ର କରି ପାଣ୍ଡିଆନ କ୍ଷମତାକୁ ଆସିପାରନ୍ତି’

ଏହା ବି ପଢନ୍ତୁ...ପାଣ୍ଡିଆନଙ୍କୁ ପ୍ରଣବଙ୍କ ପ୍ରଶଂସା; ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖୁଆଉଛନ୍ତି କି ବବି ?

ରାଜ୍ୟ ରାଜନୀତିରେ ଏବେ ଦୁଇ ଜଣଙ୍କ ମିଶ୍ରଣକୁ ନେଇ ଜୋର ଧରିଛି ଚର୍ଚ୍ଚା । ଗୋଟିଏ ପଟେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଅନ୍ୟପଟେ ପାଣ୍ଡିଆନ ଅବସର ନେବା ପରେ ବିଜେଡିର ମିଶିବା ନେଇ ଚର୍ଚ୍ଚା ଚାଲିଛି । ଯାହା ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସଂକେତ ବି ଦେଇସାରିଛନ୍ତି । ବିଜୁ ଜନତା ଦଳରେ ହୋଇପାରେ ବଡ଼ ସାଙ୍ଗଠନିକ ପରିବର୍ତ୍ତନ । ଆସନ୍ତା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ଦଳର ସବୁଠାରୁ ବଡ଼ ପ୍ରୋଜେକ୍ଟକୁ ଖୁବଶୀଘ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କାର୍ଯ୍ୟକାରୀ କରିବେ ବୋଲି ଆଲୋଚନା ହେଉଛି । ନିଜର ଉତ୍ତରାଧିକାରୀକୁ ଖୁବଶୀଘ୍ର ବିଜେଡିରେ ଅବସ୍ଥାପିତ କରାଇବେ ବୋଲି କୁହାଯାଉଛି । ଯାହା ନବୀନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.