ETV Bharat / state

ରାଜ୍ୟ ସରକାରଙ୍କ ଅପରାଗତା ଓ ଷଢଯନ୍ତ୍ର ପାଇଁ ବିଳମ୍ବ ହୋଇଛି NH କାମ: ବିଜେପି

author img

By ETV Bharat Odisha Team

Published : Oct 11, 2023, 10:30 PM IST

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି ‘‘ବିଜେଡି ନେତା ମାନେ କଟକ- ସମ୍ବଲପୁର ଜାତୀୟ ରାଜପଥ କାମ ଟିକେ ଦେଖିକି ଆସନ୍ତୁ । ପରେ ପ୍ରେସମିଟ କରିବେ । ଅଧିକ ପଢନ୍ତୁ

ରାଜ୍ୟ ସରକାରଙ୍କ ଅପରାଗତା ଓ ଷଢଯନ୍ତ୍ର ପାଇଁ ବିଳମ୍ବ ହୋଇଛି NH କାମ: ବିଜେପି
ରାଜ୍ୟ ସରକାରଙ୍କ ଅପରାଗତା ଓ ଷଢଯନ୍ତ୍ର ପାଇଁ ବିଳମ୍ବ ହୋଇଛି NH କାମ: ବିଜେପି
ରାଜ୍ୟ ସରକାରଙ୍କ ଅପରାଗତା ଓ ଷଢଯନ୍ତ୍ର ପାଇଁ ବିଳମ୍ବ ହୋଇଛି NH କାମ: ବିଜେପି

ଭୁବନେଶ୍ବର: ବିଜେଡି ନେତା ମାନେ କଟକ- ସମ୍ବଲପୁର ଜାତୀୟ ରାଜପଥ କାମ ଟିକେ ଦେଖିକି ଆସନ୍ତୁ । ପରେ ପ୍ରେସମିଟ କରିବେ । ଜାତୀୟ ରାଜପଥର କାମ ତ୍ବରିତ ବେଗରେ ଚାଲିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି କାମକୁ ତ୍ବରିତ କରାଉଛନ୍ତି । ଜମି ମିଳିବାର ବିଳମ୍ବ ହେଲା । ଜଙ୍ଗଲ ଜମିର ଅନୁମତି ଶୀଘ୍ର ମିଳିଲା ନାହିଁ । ରାଜ୍ୟ ସରକାରଙ୍କ ଅପାରଗତା ଓ ଷଡଯନ୍ତ୍ର ପାଇଁ ଏହି ରାଜପଥ ବିଳମ୍ବ ହେଲା । ଓଡିଶାରେ ଚାଲିଥିବା ଓ ପ୍ରସ୍ତାବିତ ଏକାଧିକ କେନ୍ଦ୍ରୀୟ ପ୍ରକଳ୍ପର ବିଳମ୍ବକୁ ନେଇ ଆଜି ବିଜେଡିର ଗର୍ଜନ ପରେ ଏଭଳି ଜବାବ ରଖିଛି ଭାରତୀୟ ଜନତା ପାର୍ଟି ବିଜେପି ।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ପ୍ରେସମିଟରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି ‘‘ବିଜେଡି ନେତା ମାନେ କଟକ- ସମ୍ବଲପୁର ଜାତୀୟ ରାଜପଥ କାମ ଟିକେ ଦେଖିକି ଆସନ୍ତୁ । ପରେ ପ୍ରେସମିଟ କରିବେ । ଜାତୀୟ ରାଜପଥର କାମ ତ୍ବରିତ ବେଗରେ ଚାଲିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି କାମକୁ ତ୍ବରିତ କରାଉଛନ୍ତି । ଜମି ମିଳିବାର ବିଳମ୍ବ ହେଲା । ଜଙ୍ଗଲ ଜମିର ଅନୁମତି ଶୀଘ୍ର ମିଳିଲା ନାହିଁ । ରାଜ୍ୟ ସରକାରଙ୍କ ଅପାରଗତା ଓ ଷଡଯନ୍ତ୍ର ପାଇଁ ଏହି ରାଜପଥ ବିଳମ୍ବ ହେଲା । ଭାରତୀୟ ଜନତା ପାର୍ଟି ସାଂସଦ ମାନେ ଓଡ଼ିଶାରେ ସ୍ବାର୍ଥ କେମିତି ରକ୍ଷା ହେବ ସେଥିପାଇଁ କାମ କରୁଛନ୍ତି। ତାହା ସମସ୍ତେ ଜାଣିଛନ୍ତି । ବିଜେଡି ସାଂସଦ ମାନେ କେମିତି କେନ୍ଦ୍ର ସରକାରଙ୍କ ସବୁ କାର୍ଯ୍ୟକୁ ସମର୍ଥନ ଦେଉଛନ୍ତି ତାହା ମଧ୍ୟ ସମସ୍ତେ ଜାଣିଛନ୍ତି । ଉତ୍ତର ଓଡ଼ିଶାର ଅମର୍ଦା ଏୟାର ଷ୍ଟ୍ରିପ ଜମି ନ ଦେବ କଥା ପ୍ରଥମେ କୁହନ୍ତୁ । କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ କିନ୍ତୁ ଜିଲ୍ଲାପାଳ ଗଲେ ନାହିଁ କି ଜମି ଦେଲେନି । କିଏ ବିକାଶରେ ବାଧା ଉପୁଜାଉଛି? ଏଥିରୁ ସ୍ପଷ୍ଟଯେ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରୁଛନ୍ତି । ମୁଖ୍ୟଶାସନ ସଚିବଙ୍କ ପାଖରେ ପଡିଛି । ତାକୁ ଚପାଇ ଦେଇଛନ୍ତି । କେନ୍ଦ୍ରୀୟ ଅବହେଳା ଏବେ ଆଉ କିଛି ପ୍ରସଙ୍ଗ ହୋଇ ରହିନାହିଁ । ବିଜେଡି ଦିନରେ ରାଜ୍ୟବାସୀଙ୍କୁ ଲଣ୍ଠନ ଦେଖାଉଛି ।’’

ଅଧିକ ପଢନ୍ତୁ- ବାଟବଣା କେନ୍ଦ୍ରୀୟ ଯୋଜନା, ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ସେହିପରି ବିଜେପି ମୁଖପାତ୍ର ଅନିଲ ବିଶ୍ଵାଳ କହିଛନ୍ତି, ବିଜେଡି ପ୍ରବକ୍ତା ବନ୍ଧୁ ମାନେ ଗଣମାଧ୍ୟମରେ ଯେଉଁ ତଥ୍ୟ ରଖିଛନ୍ତି ଟିକେ ପ୍ରସ୍ତୁତ ହୋଇ ଗଣମାଧ୍ୟମର ସାମ୍ନାକୁ ଆସନ୍ତୁ । ଆଜି ରାଜ୍ୟ ସରକାରଙ୍କ ଅପରାଗତା ଓ ଷଡଯନ୍ତ୍ର ପାଇଁ ବିଳମ୍ବ ହୋଇଛି ଏକାଧିକ କେନ୍ଦ୍ରୀୟ ପ୍ରକଳ୍ପ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କୁ ନେଇ ବିଜେଡି ପ୍ରବକ୍ତା କହିଥିଲେ । ସେମାନେ କଟକ, ସମ୍ବଲପୁର ବୁଲିକି ଆସନ୍ତୁ । ଦେଖିବେ ବର୍ତ୍ତମାନ ତ୍ବରିତ ଗତିରେ କାମ ଆଗେଇ ଚାଲିଛି। ରାଜ୍ୟ ସରକାର ଜମି ଅଧି ଗ୍ରହଣ କରିବାରେ ବିଳମ୍ବ କଲା। ଫରେଷ୍ଟ ଅନୁମତି ମିଳିବା ବିଳମ୍ବ ଯୋଗୁଁ କାମ ଅଟକି ରହିଥିଲା। କୋଷ୍ଟାଲ ହାଇୱେ ପ୍ରକଳ୍ପ ବିଳମ୍ବ ହେବା ପାଇଁ ଦାୟୀ ହେଉଛି ବିଜେଡ଼ି ଏବଂ ତାଙ୍କ ମନ୍ତ୍ରୀ ମାନେ। କୋଷ୍ଟାଲ ହାଇୱେ DPR କୁ ତିନି ତିନି ଥର ବଦଳାଇଛନ୍ତି । ଜମି ମାଫିଆଙ୍କ ଲାଗି, ମନ୍ତ୍ରୀ ମାନେ ହୋଟେଲ କରିବା ଲାଗି DPRକୁ ବଦଳାଇଛନ୍ତି । ତାହା ହେଉଛି ଷଡଯନ୍ତ୍ର କରିବାର ପ୍ରମାଣ। ମୋଦି ସରକାରରେ 9 ବର୍ଷ ଭିତରେ ଓଡିଶାରେ ରାସ୍ତା ନିର୍ମାଣ ପାଇଁ 28ହଜାରରୁ ଊର୍ଦ୍ଧ୍ବ କୋଟି ଓଡିଶାକୁ ଦିଆଯାଇଛି । କଂଗ୍ରେସ ଅମଳରେ କେତେ ଆସିଥିଲା ତାହା ପ୍ରବକ୍ତା ବନ୍ଧୁ ମାନେ ଦେଖନ୍ତୁ। ଏଥି ପାଇଁ ସଂସଦରେ ପିନାକୀ ମିଶ୍ର ମୋଦି ସରକାରଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଭୁବନେଶ୍ବର ରେ ପ୍ରବକ୍ତା ମାନେ ଗାଳି ଦେଉଛନ୍ତି। ବିଜୁ ଜନତା ଦଳ ଦୁଇଟି କି? ବିଜେଡିର ଦୋ ମୁହାଁ ନୀତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର?

ଅନ୍ୟପଟେ ଆଜି ଆଜି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡିଶାରେ କ୍ରିୟାନ୍ବୟନ ହେଉଥିବା ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ । ଏନଏଚ -55 ଅନ୍ତର୍ଗତ ଦୁଇଟି ପ୍ୟାକେଜରେ ନିର୍ମାଣାଧୀନ କଟକ - ଅନୁଗୋଳ ରାଜପଥର ଅଗ୍ରଗତି, ଅନୁଗୋଳ- ସମ୍ବଲପୁର ସେକ୍ସନ, ଏନଏଚ-53 ଅନ୍ତର୍ଗତ ତାଳଚେରରୁ କାମାକ୍ଷାନଗର ବାଇପାସ, ସମ୍ବଲପୁର ରିଙ୍ଗ ରୋଡ, ଓଡ଼ିଶା କୋଷ୍ଟାଲ ହାଇଓ୍ବେ ଏବଂ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ କାର୍ଯ୍ୟର ଅଗ୍ରଗତି ଓ ନିର୍ମାଣ କାର୍ଯ୍ୟ ନେଇ ଆଲୋଚନା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.