ETV Bharat / state

ରାଜ୍ୟରେ ଦୁଇଟି ସ୍ମାର୍ଟ ସିଟି ଏବେ ରୋଗର ଗନ୍ତାଘର: ପୂର୍ବତନ ବିଜେପି ରାଜ୍ୟ ସଭାପତି

author img

By ETV Bharat Odisha Team

Published : Dec 21, 2023, 7:55 PM IST

BJP slams BJD Govt: ରାଜ୍ୟରେ ଦୁଇଟି ସ୍ମାର୍ଟ ସିଟି ପାଲଟିଛି ରୋଗଙ୍କ ଗନ୍ତାଘର । ରାଜ୍ୟ ସରକାରଙ୍କ ଅପାରଗତାକୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ଅଧିକ ପଢନ୍ତୁ

ରାଜ୍ୟରେ ଦୁଇଟି ସ୍ମାର୍ଟ ସିଟି ଏବେ ରୋଗର ଗନ୍ତାଘର : ପୂର୍ବତନ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ବର: ରାଜ୍ୟରେ ଦୁଇଟି ସ୍ମାର୍ଟ ସିଟିରେ ସ୍ବାସ୍ଥ୍ୟ, ଜଳଯୋଗାଣ ଏବଂ ପରିମଳ ବ୍ୟବସ୍ଥା ଶୋଚନୀୟ ପାଲଟିଛି । ରାଉରକେଲାରେ ଦୂଷିତ ପାଣି ପିଇ ହଇଜାରେ ଲୋକ ମରୁଥିବା ବେଳେ ଭୁବନେଶ୍ଵରରେ ଗନ୍ଧମୟ ପରିବେଶରେ ଚର୍ମ ରୋଗର ଶିକାର ହେଉଛନ୍ତି ଲୋକ । ଏ ପ୍ରସଙ୍ଗରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କ୍ଷୋଭ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ସ୍ଵଚ୍ଛ ପାଣି ଏବଂ ବାୟୁ ସାଧାରଣ ନାଗରିକଙ୍କ ମୌଳିକ ଅଧିକାର କିନ୍ତୁ ରାଜ୍ୟରେ ଦୁଇଟି ସ୍ମାର୍ଟ ସିଟି ଏବେ ରୋଗର ଗନ୍ତାଘର ପାଲଟିଛି । ରାଉରକେଲାରେ ପାଣି ଯୋଗୁଁ ହଇଜା ବ୍ୟାପିଛି ବୋଲି ସରକାର ସ୍ବୀକାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଗାଡ଼କଣା ଅଳିଆଗଦା ଉଠାଇବା ଦାବିରେ ବିଜେପି ସତ୍ୟାଗ୍ରହକୁ ୧୫ଦିନ, 'ନିଦାବିଷ୍ଣୁ ସାଜିଛି ବିଏମ୍‌ସି'

ପୂର୍ବରୁ ସହରରେ ଜଳଯୋଗାଣ ଦାୟିତ୍ୱରେ ପିଏଚଡିକୁ ଦିଆଯାଇଥିଲା କିନ୍ତୁ ସରକାର ଘରୋଇ କମ୍ପାନୀ ୱାଟକୋକୁ ଦାୟିତ୍ଵ ଦେଲେ । ଘରୋଇ କମ୍ପାନୀ ଏବେ ମାଲିକ ସାଜିଥିବା ବେଳେ ନିଜର ଗୁରୁ ଦାୟିତ୍ବରେ ଅବହେଳା କରୁଛି । ଅହଙ୍କାରରେ ବୁଡି ରହିଥିବା ସରକାର ନିଜର ଅପାରଗତାକୁ ଘୋଡାଇବାକୁ ପାଇଁ ବିଭିନ୍ନ ପ୍ରକାର ଗାଲୁ ମାରୁଛନ୍ତି । ସହରରେ ଥିବା ସମସ୍ୟାର ସମାଧାନ ଖୋଜିବା ସରକାରଙ୍କ ଉତ୍ତରଦାୟିତ୍ବ । ରାଜ୍ୟ ସରକାର ତୁରନ୍ତ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ଏହା ସହ ସେ କହିଥିଲେ ଯେ ସ୍ବାସ୍ଥ୍ୟ ହେଉଛି ରାଜ୍ୟ ସରକାରଙ୍କ ବିଷୟ । ଯଦି ରାଜ୍ୟ ସରକାର ଅପାରଗ ଓ ସ୍ଥାଣୁ, ତେବେ ତାଙ୍କର ଅଯୋଗ୍ୟତା ସ୍ବୀକାର କରନ୍ତୁ ।

ଏହା ମଧ୍ୟ ପଢନ୍ତୁ ... ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପିଛି ଝାଡାବାନ୍ତି

କେନ୍ଦ୍ର ସରକାରଙ୍କୁ କହିଲେ କେନ୍ଦ୍ର ତୁରନ୍ତ ସହଯୋଗ କରିବ । କେନ୍ଦ୍ର ସରକାର ସବୁ ସମୟରେ ସହଯୋଗ କରିବାକୁ ପ୍ରସ୍ତୁତ ଅଛି । ସେହିପରି ଯଦି ରାଜଧାନୀ ଭୁବନେଶ୍ବରରେ 24 ଦିନ ହେଲା ବିଜେପି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ସତ୍ୟାଗ୍ରହରେ ବସିଛି । ବିଏମସି ସୈନିକ ସ୍କୁଲ ପାଖ ଡମ୍ପିଂ ୟାର୍ଡ୍ ଯୋଗୁଁ ସହରର 15ରୁ 20 କିମି ପରିଧି ଯାଏଁ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ନିକଟରେ ଥିବା ବାସିନ୍ଦା ମାନେ ଆଉ ଦୁର୍ଗନ୍ଧରେ ରହିବାକୁ ବାଧ୍ୟ ହେଉଛନ୍ତି । ଗୋଟେପଟେ ରାଜଧାନୀ ବାସିନ୍ଦା ବିଭିନ୍ନ ଚର୍ମରୋଗ ଏବଂ ଶ୍ବାସ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ବିଏମସି ନିଦାବିଷ୍ଣୁ ପାଲଟିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.