ETV Bharat / state

୨୦୨୪ ପାଇଁ ବିଜେପିର ସଜବାଜ, SC ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକରେ ରଣନୀତି ପ୍ରସ୍ତୁତ - ମନମୋହନ ସାମଲ

ସାଧାରଣ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛି ବିଜେପି । ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଥିବା ବେଳେ ରାଜନୈତିକ ଚିଠା ପ୍ରସ୍ତାବ ଉପରେ ଆଲୋଚନା ହେବ ।

ଏଏସି ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ
ଏଏସି ମୋର୍ଚ୍ଚା କାର୍ଯ୍ୟକାରିଣୀ ବୈଠକ
author img

By

Published : Mar 24, 2023, 5:22 PM IST

ି

ଭୁବନେଶ୍ବର: ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଏସ୍‌ସି ମୋର୍ଚ୍ଚା ଅଧ୍ୟକ୍ଷ ବିଭୂ ତରାଇଙ୍କ ଅଧ୍ୟକ୍ଷତା କରିଛନ୍ତି । ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଆଲୋଚନା ହେବା ସହ ରାଜନୈତିକ ଚିଠା ପ୍ରସ୍ତାବ ଉପରେ ମଧ୍ୟରେ ଆଲୋଚନା ହେବା ନେଇ ସୂଚନା ମିଳିଛି ।

ଏହି ବୈଠକରେ ଏସ୍‌ସି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସଞ୍ଜୟ ନିର୍ମଳ ଉପସ୍ଥିତ ରହିଥିଲେ । ଦଳିତଙ୍କ ବିକାଶ ପାଇଁ ମୋଦି ସରକାରଙ୍କ ଜନମଙ୍ଗଳକାରୀ ଯୋଜନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସହ ରାଜ୍ୟ ସରକାରଙ୍କ ଦଳିତ ବିରୋଧୀ ନୀତି ବିରୋଧରେ ଲଢେଇ ପାଇଁ ରାଜନୈତିକ ଚିଠା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହେବ । ରାଜ୍ୟରେ ଦଳିତଙ୍କ ପାଇଁ ଭିଜିଲାନ୍ସ ମନିଟରିଂ କମିଟି, ଫାଇନାନ୍ସ ଡେଭେଲପମେଣ୍ଟ କର୍ପୋରେସନ, ଦଳିତଙ୍କ ପାଇଁ କେନ୍ଦ୍ରରୁ ଆସୁଥିବା ଅର୍ଥ ବାଟମାରଣା ଏସବୁ ପ୍ରସଙ୍ଗରେ ଆଲୋଚନା ହୋଇପାରେ । ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ବିଜେପିକୁ କ୍ଷମତାକୁ ଆଣିବା ପାଇଁ ଆଲୋଚନା ହେବ ।

ଏହା ବି ପଢ଼ନ୍ତୁ ସାଂସଦ ପଦ ହରାଇଲେ ରାହୁଲ, ୱାୟନାଡରେ ହେବ ଉପନିର୍ବାଚନ !

ଭାରତୀୟ ଜନତା ପାର୍ଟିକୁ ଅଧିକ ଶାଣିତ ଏବଂ ସୁଦୃଢ଼ କରିବାକୁ ଏସସି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସଂପାଦକ ସଞ୍ଜୟ ନିର୍ମଳ ଓଡିଶା ଗସ୍ତରେ ଆସିଛନ୍ତି । ତେବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ବିଜେପି ସଂଗଠନକୁ ସୁଦୃଢ଼ କରି ରାଜ୍ୟରେ କ୍ଷମତା ହାସଲ କରିବା ଲକ୍ଷ୍ୟରେ ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଗତକାଲି ମନମୋହନ ସାମଲଙ୍କୁ ନୂତନ ସଭାପତି ଭାବେ ନିଯୁକ୍ତ କରାଯାଇଛି । ପ୍ରଭାରୀ ରାଜ୍ୟ ସୁନୀଲ ବଂଶଲ, ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ନେଇ କ୍ଷମତା ଦଖଲ କରିବା ଲକ୍ଷ୍ୟରେ ରାଜ୍ୟ ବିଜେପି।

ଏହା ମଧ୍ୟ ପଢନ୍ତୁ: Budget Session: ପୁଞ୍ଜି ନିବେଶରେ ଜାତୀୟ ହାର ଠାରୁ ଓଡି଼ଶା ଆଗରେ, ଉତ୍ତର ରଖିଲେ ଶିଳ୍ପମନ୍ତ୍ରୀ

ଏନେଇ ବିଜେପିର ସାଧାରଣ ସମ୍ପାଦକ ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ବିଜେପିକୁ ଆହୁରି ସାଣିତ ଏବଂ ସୁଦୃଢ କରିବା ପାଇଁ ଏସସି ମୋର୍ଚ୍ଚା ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ କରାଯାଇଛି । ୩ରୁ ୪ ମାସରେ ଥରେ ରୋଡ ମ୍ୟାପ ପ୍ରସ୍ତୁତ କରାଯିବା ସହ ପୂର୍ବ କାର୍ଯ୍ୟକାରିଣୀ ବୈଠକ ଉପରେ ଆଲେଚନା କରାଯାଇଥାଏ । ପୂର୍ବ କାର୍ଯ୍ୟକାରିଣୀ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ କେତେ ମାତ୍ରାରେ କାର୍ଯ୍ୟକାରୀ ହୋଇଛି ସେନେଇ ଆଲୋଚନା କରାଯିବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.