ETV Bharat / state

BJP Satyagraha: ରାଜ୍ୟପାଳଙ୍କୁ ଦାବିପତ୍ର ଦେଲା ବିଜେପି

author img

By

Published : Dec 26, 2022, 6:22 PM IST

ରାଜ୍ୟରେ ଶାସକ ବିଜେଡି ରାଜନୀତିକୁ ଅପରାଧିକରଣ କରିବା ଆରମ୍ଭ କରିଛି। ଏହାସହ ଆଇନଶୃଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ତେଣୁ ବିଧାନସଭାର ଏକ ସ୍ଵତନ୍ତ୍ର ଅଧିବେଶନ ପାଇଁ ଦାବି କରିଛି ବିଜେପି । ଅଧିକ ପଢନ୍ତୁ

BJP launches Satyagraha: ରାଜ୍ୟପାଳଙ୍କୁ ଦାବିପତ୍ର ଦେଲା ବିଜେପି

ଭୁବନେଶ୍ବର: ମହାପୁରୁଷଙ୍କ ପ୍ରତିମୂର୍ତ୍ତୀ ତଳେ ବିଜେପିର ସତ୍ୟାଗ୍ରହ ପରେ ରାଜ୍ୟପାଳଙ୍କୁ ଭେଟିଲେ ବିଧାୟକ ଦଳ। ବିରୋଧ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ବରେ ଏଜି ଛକରୁ ରାଜଭବନ ପର୍ଯ୍ୟନ୍ତ ପଦଯାତ୍ରା କରି ରାଜ୍ୟପାଳଙ୍କୁ ଭେଟି ଏକ ଦାବି ପତ୍ର ଦେଇଛନ୍ତି ବିଜେପି ପ୍ରତିନିଧି ମଣ୍ଡଳୀ । ବିଜେପି ଅଭିଯୋଗ କରିଛି ରାଜ୍ୟରେ ଶାସକ ବିଜେଡି ରାଜନୀତିକୁ ଅପରାଧିକରଣ କରିବା ଆରମ୍ଭ କରିଛି।

ଏହାସହ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି । ତେଣୁ ବିଧାନସଭାର ଏକ ସ୍ଵତନ୍ତ୍ର ଅଧିବେଶନ ପାଇଁ ଦାବି କରିଛି ବିଜେପି । ରାଜ୍ୟ ସରକାର ଜାଣିଶୁଣି ମାତ୍ର 8 ଦିନରେ ବିଧାନସଭା ଅଧିବେଶନ ବନ୍ଦ କଲେ। ତେଣୁ ସ୍ୱତନ୍ତ୍ର ଅଧିବେଶନ ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦିଅନ୍ତୁ ବୋଲି ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି ବିଜେପି ବିଧାୟକ ଦଳ।

ବିଜେଡି ମହାସମାରୋହରେ ରୋପ୍ୟ ଜୟନ୍ତୀ ଉତ୍ସବ ପାଳନ କରିଛି । ଏନେଇ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୫୦ ହଜାରରୁ ଊର୍ଦ୍ଧ୍ଵ ନେତା ଓ କର୍ମୀ ଏହି ଉତ୍ସବରେ ସାମିଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦଳୀୟ ନେତା ଓ କର୍ମୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଥିଲେ । ସେପଟେ ଆଜିର ଦିନରେ ହିଁ ବିଜେପି ପକ୍ଷ ସାରା ରାଜ୍ୟରେ ସତ୍ୟାଗ୍ରହ କରାଯାଉଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ରାଜ୍ୟରେ ଅଧିକାଂଶ ମନ୍ତ୍ରୀ ଅପରାଧୀ ରହିଥିବା ବିଜେପି ଅଭିଯୋଗ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.