ETV Bharat / state

ସୌମ୍ୟଙ୍କ ସମର୍ଥନରେ ବାହାରିଲା ବିଜେପି, ଦିଲ୍ଲୀପ କହିଲେ ସୌମ୍ୟ ବାବୁ ପ୍ରଶ୍ନ କରିବା ସ୍ବାଭାବିକ

ନିଜ ଦୈନିକ ଖବରକାଗଜରେ ରାଜ୍ୟର ଶାସନ ବ୍ୟବସ୍ଥା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ସୌମ୍ୟଙ୍କ ସମର୍ଥନରେ ବାହାରିଛି ବିଜେପି । ଗଣତନ୍ତ୍ରରେ ବିଶ୍ବାସ କରୁଥିବା ପ୍ରତି ବ୍ୟକ୍ତି ସମାଲୋଚନା କରିବା ସ୍ବଭାବିକ ବୋଲି କହିଛି ବିଜେପି । ଅଧିକ ପଢ଼ନ୍ତୁ

ସୌମ୍ୟରଞ୍ଜନଙ୍କୁ ନେଇ ବିଜେପିର ପ୍ରତିକ୍ରିୟା
ସୌମ୍ୟରଞ୍ଜନଙ୍କୁ ନେଇ ବିଜେପିର ପ୍ରତିକ୍ରିୟା
author img

By

Published : Jun 25, 2023, 5:36 PM IST

ସୌମ୍ୟରଞ୍ଜନଙ୍କୁ ନେଇ ବିଜେପିର ପ୍ରତିକ୍ରିୟା

ଭୁବନେଶ୍ବର: ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଟାର୍ଗେଟ କରିବା ପରେ ପୁଣି ତେରଚ୍ଛା ବାଣ ମାରିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ତାଙ୍କ ଦୈନିକ ଖବରକାଗଜରେ ସମ୍ପାଦକୀୟ ମାଧ୍ୟମରେ ସେହି ସଚିବଙ୍କ ସହ ପରୋକ୍ଷ ଭାବେ ନବୀନ ସରକାରକୁ ମଧ୍ୟ ଟାର୍ଗେଟ କରିଛନ୍ତି ସୌମ୍ୟ । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ସେପଟେ ଗଣତନ୍ତ୍ରରେ ୧ ପ୍ରତିଶତ ମଧ୍ୟ ବିଶ୍ବାସ କରୁଥିବା ବ୍ୟକ୍ତି ରାଜ୍ୟର ବିଚିତ୍ର ବ୍ୟବସ୍ଥାକୁ ସମାଲୋଚନା କରିବ, ତେଣୁ ସୌମ୍ୟ ବାବୁ କରିବା ସ୍ବାଭାବିକ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ।

ସୌମ୍ୟ ନିଜର ସମ୍ପାଦକୀୟରେ ଲେଖିଛନ୍ତି ଯେ, ଏବେ ଅନେକ ସ୍ଥାନରେ ବିଭାଗୀୟ ମନ୍ତ୍ରୀଙ୍କ ଜାଗାରେ ସଚିବ ଗସ୍ତ କରୁଛନ୍ତି । ଏହାକୁ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ମୁଖ୍ୟମନ୍ତ୍ରୀ ଯଦି ସଚିବଙ୍କୁ ଦାୟିତ୍ବ ଦେବେ, ଏଥିରେ ତାଙ୍କର ଦୋଷ କେଉଁଠି ରହିଲା ବୋଲି ଲେଖାଯାଇଛି । ପୁଣି ଜଣେ ଭଲ ଛାତ୍ର କେବେ କୌଣସି ପ୍ରଶ୍ନକୁ ଡରେ ନାହିଁ, ତେବେ ମୁଖମନ୍ତ୍ରୀ କାହିଁକି ଡରୁଛନ୍ତି ଏହାର ସ୍ପଷ୍ଟୀକରଣ ଦେଇ ଦିଅନ୍ତୁ ବୋଲି ଲେଖି ପରୋକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ସୌମ୍ୟ । ସେପଟେ ବିଜେଡି ନେତା ଅନୁଭବ ପଟ୍ଟନାୟକ ଏହାର କଡ଼ା ଜବାବ ଦେଇଛନ୍ତି । ଅନୁଭବ କହିଛନ୍ତି, "ମନ୍ତ୍ରୀ ହେବା ଲାଳସାରେ ଏଭଳି ମନ୍ତବ୍ୟ ଦେଉଛନ୍ତି ସୌମ୍ୟ । ଜଣେ ବ୍ୟକ୍ତି ଜୀବନ ଅନେକ ଦଳ ପରିବର୍ତ୍ତନ କରିଛନ୍ତି ନିଜ ସ୍ବାର୍ଥ ହାସଲ କରିବା ପାଇଁ । ଆଉ ଏବେ ଗୋଟିଏ ମନ୍ତ୍ରୀପଦ ଖାଲି ଥିବାରୁ ତାହାକୁ ପାଇବା ପାଇଁ ଦଳକୁ ବ୍ଲାକ୍‌ମେଲ୍‌ କରୁଛନ୍ତି ।"

ସେପଟେ ବିଜେପି କହିଛି, "ରାଜ୍ୟରେ ବିଚିତ୍ର ବ୍ୟବସ୍ଥା ଚାଲିଛି । ବିଜେଡି ବିଧାୟକ ସୌମ୍ୟ ବାବୁ ଜଣେ ବିଧାୟକ ଆଉ ଜଣେ ଖବରକାଗଜର ସମ୍ପାଦକ ମଧ୍ୟ । ସାଧାରଣ ଲୋକ ଯେତେବେଳେ ବିଚଳିତ ହେଉଛନ୍ତି, ଆଲୋଚନା ଓ ସମାଲୋଚନା କରୁଛନ୍ତି ଏବଂ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି, ସେତେବେଳେ ଜଣେ ଚତୁର୍ଥ ସ୍ତମ୍ଭ ଏବଂ ଗଣତନ୍ତ୍ରରେ ବିଶ୍ବାସ କରୁଥିବା ବ୍ୟକ୍ତି ଭାବେ ସୌମ୍ୟ ବାବୁଙ୍କ ପାଇଁ ଏହା ସ୍ବାଭାବିକ । ଯାହା ରାଜ୍ୟରେ ଚାଲିଛି, ଏକ ପ୍ରତିଶତ ଗଣତନ୍ତ୍ର ବ୍ୟବସ୍ଥାରେ ବିଶ୍ବାସ ଥିବା ବ୍ୟକ୍ତି ନିଶ୍ଚୟ ଏହି ବ୍ୟବସ୍ଥାକୁ ସମାଲୋଚନା କରିବ । ଦାସତ୍ବର ସୀମା ଟପିଲେଣି ବିଜେଡି ନେତା ଓ ମନ୍ତ୍ରୀ । ଦାସତ୍ବ ସ୍ବୀକାର କରିଥିବାରୁ ଯାହା ତାଙ୍କୁ ନିର୍ଦ୍ଦେଶ ଆସିବ ସେମାନେ କହିବେ । ରାଜ୍ୟରେ ଲୋକ ପ୍ରତିନିଧିମାନଙ୍କ ସ୍ଥିତି କଣ ? ସରକାର, ଗଣତନ୍ତ୍ରର ସ୍ଥିତି ଓ ଗତି କୁଆଡେ ଯାଉଛି ? ଯାହାକୁ ଲୋକେ ନିର୍ବାଚିତ କରିଥିଲେ ତାଙ୍କର ଉତ୍ତରଦାୟିତ୍ବ ଅଛି କି ନାହିଁ ? ସେମାନେ ଲୁଚିଲେଣି, କିନ୍ତୁ ବ୍ୟକ୍ତିଗତ ସଚିବଙ୍କ ଛତା ଧରି ତାଙ୍କ ପାଇଁ ଲୋକ ଯୋଗାଡ଼ କରୁଛନ୍ତି । ଦାସତ୍ବ ସ୍ବୀକାର କରିଥିବା ଜନ ପ୍ରତିନିଧିମାନଙ୍କଠୁ ଆଉ କିଛି ଆଶା କରିବା ଭୁଲ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.