ETV Bharat / state

ଥମୁନି ଶାହ-ନବୀନ ଭେଟଘାଟ ଚର୍ଚ୍ଚା, ନିଜ ଆଭିମୁଖ୍ୟ ସ୍ପଷ୍ଟ କଲା ରାଜ୍ୟ ବିଜେପି

author img

By

Published : Aug 10, 2023, 4:04 PM IST

Updated : Aug 10, 2023, 4:19 PM IST

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ରାଜ୍ୟ ବିଜେପି । ଓଡ଼ିଶାରେ ବିଜେପି ପ୍ରମୁଖ ଦଳ ବୋଲି କହିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ଅଧିକ ପଢନ୍ତୁ

Golak Mahapatra
Golak Mahapatra
ଥମୁନି ଶାହ-ନବୀନ ଭେଟଘାଟ ଚର୍ଚ୍ଚା, ନିଜ ଆଭିମୁଖ୍ୟ ସ୍ପଷ୍ଟ କଲା ରାଜ୍ୟ ବିଜେପି

ଭୁବନେଶ୍ବର: ଥମୁନି ଶାହ ଏବଂ ନବୀନ ଭେଟଘାଟ ଚର୍ଚ୍ଚା । ଏବେ ବି ରାଜନୈତିକ ମହଲରେ ଆଲୋଚନା ଜାରି ରହିଛି । ବିଜେପି, ବିଜେଡି ନେତା ଓ କର୍ମୀମାନେ ଦ୍ବନ୍ଦ୍ବରେ ରହିଛନ୍ତି । ଲୋକସଭା ଭବନରେ ଅଧଘଣ୍ଟା ରୁଦ୍ଧଦ୍ବାର ବୈଠକରେ କଣ ଆଲୋଚନା ହେଲା ଏବଂ କେଉଁ କେଉଁ ପ୍ରସଙ୍ଗ ସ୍ଥାନ ପାଇଲା ତାହା ଜଣାନାହିଁ । ବିଜେପି-ବିଜେଡି ଏକ ବୋଲି ଚର୍ଚ୍ଚା ହେଉଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର । ଏହି ଭେଟ ସରକାରୀ ସ୍ତରର ଭେଟ ଥିଲା । ବିଜେପି ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।

ଶାହ-ନବୀନ ଭେଟ ଘାଟକୁ ନେଇ ଚାଲିଥିବା ବିଭିନ୍ନ ଚର୍ଚ୍ଚା ନେଇ ଗୋଲକ ପ୍ରତିକ୍ରିୟାରେ କହିଛନ୍ତି, "ଅମିତ ଶାହ ଏବଂ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସରକାରୀ ଭେଟ ହୋଇଛି । ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହ ସରକାରୀ ସ୍ତରରେ ଭେଟିଲେ । କିନ୍ତୁ ରାଜ୍ୟ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ଅମିତ ଶାହ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଆହ୍ଵାନ ଦେଇ ଯାଇଛନ୍ତି । ଏବେ ପଞ୍ଚାୟତ ସ୍ତରରେ ଆନ୍ଦୋଳନ ଆରମ୍ଭ ହୋଇଛି । ବିଭିନ୍ନ ଦୁର୍ନୀତି, ଭ୍ରଷ୍ଟାଚାର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲୋକମାନଙ୍କ ପାଖରେ ନପହଞ୍ଚିବା, ଏଭଳି ଭାବେ ସରକାରଙ୍କ ଅପାରଗତାକୁ ନେଇ ଅଗଷ୍ଟ ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମାସ ସାରା ବିଜେପି ପଞ୍ଚାୟତ ସ୍ତରରେ ଆନ୍ଦୋଳନ କରିବ ।"

ଏହା ବି ପଢନ୍ତୁ- ଶାହ-ନବୀନ ଭେଟଘାଟ ରାଜନୀତି: ବିଜେପି ସହ ଲଢେଇ ହେବ କହିଲେ ସାଂସଦ ମୁନା ଖାନ

ସେ ଆହୁରି କହିଛନ୍ତି, "ପୁଣି ପରବର୍ତ୍ତୀ ସମୟରେ ସେହି ଆନ୍ଦୋଳନକୁ ବିଜେପି ବ୍ଲକ ସ୍ତରକୁ ନେବ । ତାପରେ ଜିଲ୍ଲା ସ୍ତର ଏବଂ ଶେଷରେ ରାଜ୍ୟ ସ୍ତରରେ ବ୍ୟାପକ ଆନ୍ଦୋଳନ ହେବ । ଏ ପ୍ରକାର ଆହ୍ଵାନ ସହ ଅମିତ ଶାହ ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ର ଦେଇଛନ୍ତି । ବିଜେପି ପ୍ରତି ବୁଥରେ ବିଜୟ ହେବା ପାଇଁ କର୍ମୀ ଓ ନେତାମାନେ ଲକ୍ଷ୍ୟ ରଖି କାମ କରୁଛନ୍ତି । କାହା ମନରେ କିଛି ଦ୍ଵନ୍ଦ୍ବ ନାହିଁ । ପ୍ରମୁଖ ବିରୋଧୀ ଦଳ ଭାବେ ବିଜେପି ଲଢେଇ କରୁଛି ଓ କରିବ । ତୃଣମୂଳ ସ୍ତରରୁ ଦଳ ସୁଦୃଢ଼ ହେବ । ୨୦୧୪ ନିର୍ବାଚନ ବିଜେପି ଜିତିବା ପାଇଁ ସବୁ କରାଯିବ ।"

ସଂସଦରେ କେନ୍ଦ୍ରକୁ ବିଜେଡି ସମର୍ଥନ କରିବା ପରେ ଜାତୀୟ ସ୍ତରରେ ବିଜେଡିକୁ ସମାଲୋଚନା କରାଯିବା ନେଇ ଗୋଲିକ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ କୁହନ୍ତି, ଭାରତର ସ୍ବାର୍ଥ ପାଇଁ ସବୁ ଦଳ ସମର୍ଥନ କରନ୍ତୁ । ଦେଶର ସ୍ବାର୍ଥ ପାଇଁ ସବୁ ଦଳ ଏକାଠି ହେବା ଉଚିତ । ବିରୋଧୀ ଦଳଙ୍କୁ ବି ଅପିଲ କରନ୍ତି ମୋଦି । ଯିଏ ବି ଏଥିପାଇଁ ଯୋଡ଼ି ହେଲେ ସେମାନଙ୍କୁ ଧନ୍ୟବାଦ । ବିଜେପି ଓଡ଼ିଶାର ବିଜେଡିର ପ୍ରମୁଖ ବିରୋଧୀ ଦଳ। ବିଜେପି ୨୦୧୪ରେ ୧୮ ପ୍ରତିଶତ ଭୋଟ ଥିଲା ବେଳେ ୨୦୧୯ରେ ୩୬ ପ୍ରତିଶତ ଭୋଟରେ ପାଇଥିଲା । କିନ୍ତୁ ଏଥର ୧ ନମ୍ବର ହୋଇ ଲଢେଇ କରିବ ଏବଂ ବିଜେପି ବିଜୟ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 10, 2023, 4:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.