ETV Bharat / state

Nitish-Naveen Meet: ନୀତିଶ କୁମାର ଭୁଲ ଜାଗାରେ ଡାଏଲ କରୁଛନ୍ତି: ବିଜେପି

ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ କୌଣସି ନିଷ୍ପତ୍ତି ନେବାର ଅଧିକାର ନବୀନ ପଟ୍ଟନାୟକଙ୍କ ପାଖରେ ନାହିଁ । ଶାସନର ବା ଦଳୀୟ କୌଣସି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଉ ନାହାନ୍ତି । ଅଧିକ ପଢନ୍ତୁ

author img

By

Published : May 8, 2023, 5:44 PM IST

ନୀତୀଶ କୁମାର ଭୁଲ ଜାଗାରେ ଡାଏଲ କରୁଛନ୍ତି: ବିଜେପି

ଭୁବନେଶ୍ବର: ନୀତିଶ କୁମାର ଭୁଲ ଜାଗାରେ ଡାଏଲ କରୁଛନ୍ତି । କୌଣସି ନିଷ୍ପତ୍ତି ନେବାର ଅଧିକାର ନବୀନ ପଟ୍ଟନାୟକଙ୍କ ପାଖରେ ନାହିଁ। ଶାସନର ବା ଦଳୀୟ କୌଣସି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଉ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅନ୍ୟମାନେ ନେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନ୍ୟମାନେ ବି କରୁଛନ୍ତି । ପବ୍ଲିକ ଇଣ୍ଟ୍ରାକ୍ସନ ମୁଖ୍ୟମନ୍ତ୍ରୀଙ୍କର ନାହିଁ । ମୁଖ୍ୟମନ୍ତ୍ରୀଙ୍କ କଥାକୁ ଅନ୍ୟମାନେ ତାଙ୍କ ମୁହଁରେ କହୁଛନ୍ତି । ତେଣୁ ଏହା ସ୍ପଷ୍ଟ ଯେ କୌଣସି କଥା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ କିମ୍ବା ନିଷ୍ପତ୍ତି ନେବାର ସକ୍ଷମତା ବି ତାଙ୍କ ପାଖରେ ନାହିଁ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭୁଲ ଜାଗାରେ ଡାଏଲ କରୁଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭେଟଘାଟ ପ୍ରସଙ୍ଗରେ ବିଜେପି ଏଭଳି କହିଛି । ଦଳୀୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଏଭଳି କହିଛନ୍ତି ।

ଆଜି ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘‘କୌଣସି ନିଷ୍ପତ୍ତି ନେବାର ଅଧିକାର ନବୀନ ପଟ୍ଟନାୟକଙ୍କ ପାଖରେ ନାହିଁ। ଶାସନର ବା ଦଳୀୟ କୌଣସି ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନେଉ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଅନ୍ୟ ମାନେ ନେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନ୍ୟମାନେ ବି କରୁଛନ୍ତି । ପବ୍ଲିକ ଇଣ୍ଟ୍ରାକ୍ସନ ମୁଖ୍ୟମନ୍ତ୍ରୀଙ୍କର ନାହିଁ । ମୁଖ୍ୟମନ୍ତ୍ରୀଙ୍କ କଥାକୁ ଅନ୍ୟ ମାନେ ତାଙ୍କ ମୁହଁରେ କହୁଛନ୍ତି । ତେଣୁ ଏହା ସ୍ପଷ୍ଟ ଯେ କୌଣସି କଥା ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ନାହିଁ କିମ୍ବା ନିଷ୍ପତ୍ତି ନେବାର ସକ୍ଷମତା ବି ତାଙ୍କ ପାଖରେ ନାହିଁ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭୁଲ ଜାଗାରେ ଡାଏଲ କରୁଛନ୍ତି ।’’

ପୃଥ୍ବୀରାଜ ଆହୁରି କହିଛନ୍ତି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନ ନେଇ ଆଉ ଗୋଟିଏ ଜାଗାରୁ ନିଷ୍ପତ୍ତି ନିଆଗଲେ ଶାସନ କଳ ଚାଲେ ନାହିଁ । ଶାସନ ଦୁର୍ବଳ ହୁଏ ଏବଂ ଲୋକ ହତୋତ୍ସାହିତ ହୁଅନ୍ତି । ଆଗକୁ ଏହା ନିଶ୍ଚିତ ଭାବରେ ପ୍ରସଙ୍ଗ ହେବ । ଲୋକ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ବସାଇଛନ୍ତି । ରାଜ୍ୟ ଶାସନ ନବୀନ ବାବୁଙ୍କ ନିୟନ୍ତ୍ରଣରେ ନାହିଁ । ତାମିଲନାଡୁ ମଡେଲରେ ସ୍ବର୍ଗୀୟ ଜୟଲଳିତାଙ୍କର ଯେତେବେଳେ ଅସୁସ୍ଥତା ଆସିଲା, ସେତେବେଳେ ଯେମିତି ଶାସନ ଡୋରି ଅଲଗା ଲୋକ ମାନେ ସମ୍ଭାଳୁ ଥିଲେ । ଆଜି ତାରିଖରେ ଓଡିଶାରେ ସେହିଭଳି ସ୍ଥିତି ହୋଇଯାଇଛି । ନିଷ୍ପତ୍ତି ଅଦୃଶ୍ୟ ହାତରେ ହେଉଛି । ନବୀନ ବାବୁଙ୍କ ହାତରେ ନା ରାଜ୍ୟ ଶାସନର ନିଷ୍ପତ୍ତି ଅଛି ନା ଦଳର କୌଣସି ନିଷ୍ପତ୍ତି ସେ ନେଇ ପାରୁଛନ୍ତି । ତେଣୁ ଯେଉଁଠୁ ନିଷ୍ପତ୍ତି ହେଉଛି, ନୀତିଶ କୁମାର ନବୀନ ବାବୁଙ୍କ ସହ ଭେଟି ଲଞ୍ଚ କରିବା ଅପେକ୍ଷା ତାଙ୍କୁ ଭେଟିଲେ ନିଷ୍ପତ୍ତି ଠିକ ଭାବରେ ଚାଲି ପାରିବ ।

ନବୀନ ପଟ୍ଟନାୟକଙ୍କ ପାଖରେ ନିଷ୍ପତ୍ତି ନେବାର ଅଧିକାର ନାହିଁ । ତାଙ୍କ ଠାରୁ ସେ ଅଧିକାର ଛଡେଇ ନିଆଯାଇଛି । ତାଙ୍କ ଦଳର କୌଣସି ନିଷ୍ପତ୍ତି ନବୀନ ବାବୁଙ୍କ ନିୟନ୍ତ୍ରଣରେ ନାହିଁ । ସେମିତି ତାଙ୍କ ଦଳ କାହାର ନିକଟତର ହେବ କିମ୍ବା କାହାଠାରୁ ଦୂରତା ରଖିବ ସେ ନିଷ୍ପତ୍ତି ମଧ୍ୟ ନବୀନ ବାବୁଙ୍କ ପାଖରେ ନାହିଁ । ତେଣୁ ଯେଉଁଠି ନିଷ୍ପତ୍ତି ନେବାର ଅଧିକାର ଅଛି, ତାଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭେଟିଲେ ତାହା ଭଲ ହେବ ।

ସେହିପରି ସମ୍ବଲପୁରରେ ପୁଣି ଅଶାନ୍ତି ଏବଂ ଗୋଷ୍ଠୀ ସଂଘର୍ଷ ପ୍ରସଙ୍ଗରେ କହିଛନ୍ତି, ସମ୍ବଲପୁରରେ ଯାହା ଘଟିଥିଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଶାସନ ବ୍ୟବସ୍ଥାର ଅବ୍ୟବସ୍ଥିତ ସ୍ଥିତି କାରଣରୁ ଏଭଳି ଘଟିଥିଲା । ପୋଲିସ ପ୍ରଶାସନର ଦୁର୍ବଳତା କାରଣରୁ ଘଟିଥିଲା । ପୋଲିସର ସେମାନଙ୍କୁ ସହଯୋଗ ଥିଲା କି ପୋଲିସ ଦୁର୍ବଳ ଥିଲା ଆଜି ଯାଏଁ ସ୍ପଷ୍ଟ ହୋଇନାହିଁ । ଜଣେ ହେଲେ ଅଧିକାରୀଙ୍କ ଉପରେ ସରକାର ପଦକ୍ଷେପ ନେଇନାହାନ୍ତି । ସମ୍ବଲପୁର ଘଟଣା ଓଡିଶା ସରକାରଙ୍କ ଶାସନ ବ୍ୟବସ୍ଥା ଉପରେ ଏକ କଳା ଛାପ ଛାଡ଼ି ଯାଇଥିଲା । ଯେହେତୁ ପୂର୍ବ ଘଟଣା ଉପରେ କୌଣସି କଠୋର ଦଣ୍ଡ ବିଧାନ କରାଗଲା ନାହିଁ, ତେଣୁ ଏବେ ପୁଣି ଥରେ ସେହିଭଳି ଗଣ୍ଡଗୋଳ ସ୍ଥିତି ହୋଇଛି । ତେଣୁ ରାଜ୍ୟ ସରକାର ଅକାମି ଅବସ୍ଥାକୁ ଆସିଛନ୍ତି । ଅପରାଧୀ ମାନେ ତାହାର ସୁଯୋଗ ନେଉଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.