ETV Bharat / state

ବିଜେପିରେ ବଢୁଛି ଅଡୁଆ , ଦଳୀୟ କାର୍ଯ୍ୟାଳୟରେ ତାଲା

ଭୁବନେଶ୍ବର ଏକ୍ରାମ ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି କର୍ମୀ ଅମୀୟ ଦାସ ଆଶାୟୀ ଥିଲେ। ମାତ୍ର ତାଙ୍କ ବଦଳରେ ବାବୁ ସିଂଙ୍କୁ ଟିକେଟ ମିଳିବା ପରେ ଏବେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି

author img

By

Published : Mar 23, 2019, 2:53 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ୱର: ଚାଲିଛି ଟିକେଟ ରାଜନୀତି। ଆଗାମୀ ନିର୍ବାଚନକୁ ନେଇ ଆଶାୟୀ ପ୍ରାର୍ଥୀ ଯେତିକି ତତ୍ପର ଭୋଟର ମାନେ ବି ସେତିକି ଉତ୍ସାହିତ। ତେବେ ଟିକେଟ ବଣ୍ଟାକୁ ନେଇ କେଉଁଠି ବିଦ୍ରୋହ ଦେଖିବାକୁ ମିଳୁଛି ତ ଆଉ କେଉଁଠି ଦଳ ବଦଳ ପ୍ରକ୍ରିୟା। ଏହି କ୍ରମରେ ଭୁବନେଶ୍ବର ଏକ୍ରାମ ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି କର୍ମୀ ଅମୀୟ ଦାସ ଆଶାୟୀ ଥିଲେ। ମାତ୍ର ତାଙ୍କ ବଦଳରେ ବାବୁ ସିଂଙ୍କୁ ଟିକେଟ ମିଳିବା ପରେ ଏବେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଗୁରୁବାର ଅମୀୟ ଦାସଙ୍କ ସମର୍ଥକ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ବାସଭବନରେ ଧସେଇ ପଶିବାକୁ ମଧ୍ୟ ଉଦ୍ୟମ କରିଥିଲେ। ତେବେ ଆଜି ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଲା ଝୁଲାଇଲେ ସମର୍ଥକ। ନାରାବାଜି କରିବା ସହ ଭୀଷଣ ଭାବେ ଅସନ୍ତୋଷ ପ୍ରକାଶ କରିବା ସହ ଧାରଣାରେ ବସିଛନ୍ତି ସମର୍ଥକ।

ଅନ୍ୟପଟେ କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି। ଏହା ସହ ରାଜନଗର ନିର୍ବାଚନ ମଣ୍ଡଳୀରେ ମଧ ଅଲେଖଙ୍କୁ ବିରୋଧ କରି ଦଳୀୟ କାର୍ଯ୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରାଯାଇଛି। ଖାଲି ସେତିକି ନୁହେଁ ଜି.ଉଦୟଗିରି ଓ ବଡଚଣାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। କେନ୍ଦ୍ର ବିଜେପି ଘୋଷଣା କରିଥିବା ପ୍ରାର୍ଥୀଙ୍କୁ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିରୋଧ ଆଗାମୀ ଦିନରେ ବୁମେରାଂ ହେବା ନେଇ ଚର୍ଚ୍ଚା ହେଉଛି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Intro:Body:

ବିଜେପିରେ ବଢୁଛି ଅଡୁଆ , ଦଳୀୟ କାର୍ଯ୍ୟାଳୟରେ ତାଲା 

ଭୁବନେଶ୍ୱର: ଚାଲିଛି ଟିକେଟ ରାଜନୀତି। ଆଗାମୀ ନିର୍ବାଚନକୁ ନେଇ ଆଶାୟୀ ପ୍ରାର୍ଥୀ ଯେତିକି ତତ୍ପର ଭୋଟର ମାନେ ବି ସେତିକି ଉତ୍ସାହିତ। ତେବେ ଟିକେଟ ବଣ୍ଟାକୁ ନେଇ କେଉଁଠି ବିଦ୍ରୋହ ଦେଖିବାକୁ ମିଳୁଛି ତ ଆଉ କେଉଁଠି ଦଳ ବଦଳ ପ୍ରକ୍ରିୟା। ଏହି କ୍ରମରେ ଭୁବନେଶ୍ବର ଏକ୍ରାମ ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି କର୍ମୀ ଅମୀୟ ଦାସ ଆଶାୟୀ ଥିଲେ। ମାତ୍ର ତାଙ୍କ ବଦଳରେ ବାବୁ ସିଂଙ୍କୁ ଟିକେଟ ମିଳିବା ପରେ ଏବେ ଅସନ୍ତୋଷ କୁହୁଳିବାରେ ଲାଗିଛି।

ଗୁରୁବାର ଅମୀୟ ଦାସଙ୍କ ସମର୍ଥକ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ବାସଭବନରେ ଧସେଇ ପଶିବାକୁ ମଧ୍ୟ ଉଦ୍ୟମ କରିଥିଲେ। ତେବେ ଆଜି ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ସମର୍ଥକଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ତାଲା ଝୁଲାଇଲେ ସମର୍ଥକ। ନାରାବାଜି କରିବା ସହ ଭୀଷଣ ଭାବେ ଅସନ୍ତୋଷ ପ୍ରକାଶ କରିବା ସହ ଧାରଣାରେ ବସିଛନ୍ତି ସମର୍ଥକ।

ଅନ୍ୟପଟେ କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀରେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଛନ୍ତି। ଏହା ସହ ରାଜନଗର ନିର୍ବାଚନ ମଣ୍ଡଳୀରେ ମଧ ଅଲେଖଙ୍କୁ ବିରୋଧ କରି ଦଳୀୟ କାର୍ଯ୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରାଯାଇଛି। ଖାଲି ସେତିକି ନୁହେଁ ଜି.ଉଦୟଗିରି ଓ ବଡଚଣାରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। କେନ୍ଦ୍ର ବିଜେପି ଘୋଷଣା କରିଥିବା ପ୍ରାର୍ଥୀଙ୍କୁ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିରୋଧ ଆଗାମୀ ଦିନରେ ବୁମେରାଂ ହେବା ନେଇ ଚର୍ଚ୍ଚା ହେଉଛି।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.