ଭୁବନେଶ୍ବର: ପୁରୁଣା ଭୁବନେଶ୍ବରର ଐତିହ୍ୟ ସଂସ୍କୃତି ସୁରକ୍ଷା ଦାବିରେ ବିଜେପିର ପଦଯାତ୍ରା (BJP rally at Bhubaneswar)। ପଦଯାତ୍ରା କରିବା ସହ ଐତିହ୍ୟ ସଂସ୍କୃତି ଓ ଏକାମ୍ର କ୍ଷେତ୍ରରେ ଥିବା ବିଭିନ୍ନ ପୋଖରୀ ଗୁଡ଼ିକର ପୁନରୁଦ୍ଧାର ପାଇଁ ଦାବି କରିଛି ବିଜେପି (Demand for pond rehabilitation) । ଏହି ଦାବି ନେଇ ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ସ୍ବପ୍ନାଶ୍ବର ମନ୍ଦିରରୁ କେଦାର ଗୌରୀ ମନ୍ଦିର ପର୍ଯ୍ୟନ୍ତ ଏକ ପଦ ଯାତ୍ରା କରିଛି ବିଜେପି ।
ବିଜେପିର ଦାବି ହେଉଛି ଯେ ସରକାର ଏହି ପୋଖରୀଗୁଡ଼ିକର ତୁରନ୍ତ ପୁନରୁଦ୍ଧାର କରନ୍ତୁ । ଏହି ପଦଯାତ୍ରାକୁ ବିଜେପି ଜିଲ୍ଲା ସଭାପତି ସମୀର ମହାନ୍ତି ଉଦଘାଟନ କରିଛନ୍ତି । ଦୀର୍ଘ ଦିନ ହେଲା ଏହି ପୁଷ୍କରିଣୀଗୁଡ଼ିକ ଅବହେଳିତ ଅବସ୍ଥାରେ ଥିବା ବିଜେପି ଅଭିଯୋଗ କରିଛି । ଖାଲି ପୋଖରୀ ନୁହେଁ ପ୍ରାକୃତିକ ନାଳଗୁଡିକ ବି ଦୁର୍ଗନ୍ଧମୟ ହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି । ଏଗୁଡ଼ିକର ପୁନରୁଦ୍ଧାର କରିବାକୁ ମଧ୍ୟ ବିଜେପି ଦାବି କରିଛି । ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ବିଏମସି ବା ରାଜ୍ୟ ସରକାର ଖାଲି ରଙ୍ଗ ବୋଳି ବସି ପଡୁଛନ୍ତି । ବାସ୍ତବିକ କାମ ଜିରୋ ଅଭିଯୋଗ କରିଛନ୍ତି ରାଜ୍ୟ ସଭାପତି ।
ଏହା ବି ପଢନ୍ତୁ- Maharaja Kansa: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଧନୁଯାତ୍ରାର କଂସ ମହାରାଜା
ଏନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, "ଐତିହ୍ୟ ସମ୍ପନ୍ନ ମନ୍ଦିର ମାଳିନୀ ସହର ଭୁବନେଶ୍ବରର ବିନ୍ଦୁ ସାଗର, ସ୍ବପ୍ନାଶ୍ବେର ମନ୍ଦିର ପୋଖରୀ ଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ଏହାର ପାଣି ପବନ ଭୁବନେଶ୍ବର ପରିଚୟ । ଏହାର ପୁନରୁଦ୍ଧାର ହେବା ନିହାତି ଆବଶ୍ୟକ । ସରକାର ତଥା ବିଏମସି ବିକାଶ ନାଁରେ ଖାଲି ରଙ୍ଗ ବୋଳି ଦେଲେ ହେବ ନାହିଁ, ଏଗୁଡ଼ିକର ବିକାଶ କରିବା ନିତାନ୍ତ ଆବଶ୍ୟକ ହୋଇପଡ଼ିଛି । ଯାହାଦ୍ବାରା ଭୁବନେଶ୍ବର ତାର ପୁରୁଣା ପରିଚୟ ଫେରି ପାଇବ ।"
ସେପଟେ ବିଜେପି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି, " ଭୁବନେଶ୍ବର ହେଉଛି ସଂସ୍କୃତିର ଭଣ୍ଡାର । ମାତ୍ର ରାଜ୍ୟ ସରକାର ଏହାକୁ ଅବହେଳା କରୁଛନ୍ତି । ସହରରେ ରହିଥିବା ବିଭିନ୍ନ ମନ୍ଦିର ପାଖରେ ବଡ଼ ବଡ଼ ପୁଷ୍କରିଣୀ ରହିଛି । ହେଲେ ଏଗୁଡ଼ିକ ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ଏହାର ପାଣି ଦୂଷିତ ହୋଇପଡ଼ିଥିବା ବେଳେ ଲୋକେ ଗାଧୋଇବା ତ ଦୂରର କଥା ଗୋଡ଼ ଧୋଇବାକୁ ମଧ୍ୟ ଆସୁନାହାନ୍ତି । ସରକାର ୨୩ ବର୍ଷର ଶାସନ ମଧ୍ୟରେ ଲୋକେ ଉପହାସ କରିବା ଭଳି କାର୍ଯ୍ୟ କରନ୍ତି । ଯଦି ଏହାର ପୁନରୁଦ୍ଧାର ନ ହୁଏ ତେବେ ବିଜେପି ଚୁପ ବସିବ ନାହିଁ ।"
ଇଟିଭି ଭାରତ, ଭୁବନେଶ୍ୱର