ETV Bharat / state

ବିଜେପି କର୍ମୀଙ୍କୁ ଆକ୍ରମଣ ମାମଲା, ଧଳାସାର୍ଟ ପିନ୍ଧା ଯୁବକ ମାନେ କିଏ ପ୍ରଶ୍ନ କଲେ ସମୀର

author img

By

Published : Mar 1, 2023, 10:44 PM IST

ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଗତକାଲି (ମଙ୍ଗଳବାର) ବିଜେପି ଯୁବମୋର୍ଚ୍ଚାର ପ୍ରତିବାଦ ଓ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ମାମଲା । ଆନ୍ଦୋଳନ ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ । ଅଧିକ ପଢ଼ନ୍ତୁ

ବିଜେପି କର୍ମକର୍ତ୍ତାଙ୍କୁ ଆକ୍ରମଣ ମାମଲା
ବିଜେପି କର୍ମକର୍ତ୍ତାଙ୍କୁ ଆକ୍ରମଣ ମାମଲା
ଅଧର୍ମ ବହୁତ ହେଲାଣି ଏବେ ଧର୍ମର ସ୍ଥାପନା ହେବ: ସମୀର ମହାନ୍ତି

ଭୁବନେଶ୍ବର: ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନ ପ୍ରସଙ୍ଗ ରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ। ସଭାପତି ସମୀର ମହାନ୍ତି କହିଛନ୍ତି, ‘‘ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଗତକାଲି ବିଜେପି ଯୁବମୋର୍ଚ୍ଚାର ଯେଉଁ ପ୍ରତିବାଦ ଓ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଥିଲା ତାହା ସମ୍ପୁର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ହୋଇଥିଲା ।’’ ହେଲେ ପୋଲିସର ଯେଉଁ ପ୍ରକାର ବର୍ବରତା ତାହା ନୀନ୍ଦନୀୟ। ନବ ଦାସ ହତ୍ୟାକାଣ୍ଡ ର ସିବିଆଇ ତଦନ୍ତ ନହେଲା ପର୍ଯ୍ୟନ୍ତ ଏମିତି ଆନ୍ଦୋଳନ କରିଯିବ ବୋଲି ସମୀର ମହାନ୍ତି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ବିଜେପି ସଭାପତି କହିଛନ୍ତି, ‘‘ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଛି ଆହୁରି ତୀବ୍ର କରିବୁ । ଏହା ଲଗାତାର ଭାବେ ଚାଲିବ । ଅଧର୍ମ ବହୁତ ହେଲାଣି, ଆଉ ବେଶି ଦିନ ଚଳିବ ନାହିଁ । ଧର୍ମର ସ୍ଥାପନା ହେବ ।’’

ତେବେ ଗତକାଲି ବିଜେପି ଯୁବମୋର୍ଚ୍ଚାର କର୍ମକର୍ତ୍ତାଙ୍କୁ ପୋଲିସ ଗିରଫ କରି ନେବା ଓ 307 ଦଫା ଲଗାଇବା ଏଥିରୁ ସ୍ପଷ୍ଟ ହେଉଛି ପୋଲିସ ମିଥ୍ୟା କେସ କରିବାରେ ପାରଙ୍ଗମ ହୋଇଛନ୍ତି । ଧଳା ସାର୍ଟ ପିନ୍ଧା ବ୍ୟକ୍ତି ମାନେ ଆକ୍ରମଣ କରିବା ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଥିଲା ବୋଲି ଆଭିଯଗ କରିଛନ୍ତି ସମୀର ମହାନ୍ତି । ମହିଳା କର୍ମୀମାନଙ୍କୁ ମଧ୍ୟ ଆକ୍ରମଣ କରାଯାଇଛି । 40 ବର୍ଷର ରାଜନୀତିରେ ପୋଲିସର ଏପରି ବ୍ୟବହାର ଦେଖିନି ବୋଲି କହିଲେ ସମୀର ମହାନ୍ତି । ବିଜେପି କର୍ମକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଧଳା ସାର୍ଟ ପିନ୍ଧା ଯୁବକ ମାନେ କିଏ ? ସେମାନେ ବିଜେଡ଼ିର ଗୁଣ୍ଡା ନୁହନ୍ତି ତ ? ବୋଲି ପ୍ରଶ୍ନ କରିଛନ୍ତି ସମୀର ମହାନ୍ତି ।

ତେବେ ଏ ଘଟଣାର ତଦନ୍ତ ଦାବିରେ ଗତକାଲି ରାତିରେ ବିଜେପି ପକ୍ଷରୁ କ୍ୟାପିଟାଲ ଥାନାରେ ଦୀର୍ଘ ସମୟ ଧରି ଧାରଣା ଦିଆଗଲା । କିନ୍ତୁ ପୋଲିସ ଏଫଆଇଆର ଗ୍ରହଣ କଲା ନାହିଁ । ଯାହା ଜଣାପଡୁଛି ରାଜ୍ୟରେ କେମିତି ଅଛି ରାଜ୍ୟରେ ଆଇନଶୃଙ୍ଖଳା ? ମୁଖ୍ୟମନ୍ତ୍ରୀ କୁହନ୍ତି ଯେ ଆଇନ ତା ବାଟରେ ଯିବ । ବିଜେପିକର୍ମୀଙ୍କୁ ଆକ୍ରମଣ କରିଥିବା ଲୋକ କଣ ଆଇନରୁ ଉର୍ଦ୍ଧ୍ବରେ କି ? ଆନ୍ଦୋଳନ କରିବା ପାଇଁ ସମସ୍ତଙ୍କର ଅଧିକାର ଅଛି । ଯଦି ପୋଲିସ ଓ ସରକାର ଭାବୁଥାନ୍ତି ଯିଏ ଆନ୍ଦୋଳନ କରିବ ତାଙ୍କୁ ପୋଲିସ ଓ ବିଜେଡ଼ି ଗୁଣ୍ଡା ଲଗାଇ ଆକ୍ରମଣ କରିବେ ଏହା ଗଣତନ୍ତ୍ର ରେ ଅଶୋଭନୀୟ ।

ବିଜେପି ଯୁବ ମୋର୍ଚ୍ଚାର ସଭାପତି ଓ 22ରୁ ଉର୍ଦ୍ଧ୍ବକୁ ରାତି 1ଟାରେ ଫରୱାର୍ଡ଼ କରାଗଲା । ଆନ୍ଦୋଳନକାରୀଙ୍କୁ ଯେଉଁମାନେ ଦେଖା କରିବାକୁ ଯାଇଥିଲେ ସେମାନେ ଆନ୍ଦୋଳନରେ ନଥିଲେ କିନ୍ତୁ ତାଙ୍କୁ ମଧ୍ୟ ଗିରଫ କରାଗଲା । ଏଥିରୁ ସ୍ପଷ୍ଟ ପ୍ରମାଣ ଯେ, କାହା ନିର୍ଦ୍ଦେଶରେ ସଂଗୀନ ଦଫା ଲଗାଇଲେ ଓ ଗିରଫ କଲେ ।ସେହିପରି ଆହତ ବିଜେପି କର୍ମକର୍ତ୍ତାଙ୍କୁ ହସ୍ପିଟାଲରେ ଷ୍ଟ୍ରେଚର ଉପରେ ଚିକିତ୍ସା କରାଯାଉଥିଲା । କିନ୍ତୁ ପୋଲିସ ମାନଙ୍କୁ ଭିଆଇପି ରୁମରେ ଚିକିତ୍ସା କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ସିଲେକ୍ଟିଭ ଟ୍ରିଟମେଣ୍ଟ ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.