ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟର ସମସ୍ତ ଥାନାରେ ଡିଜି, ଭୁବନେଶ୍ୱର ଡିସିପି ଓ ଭୁବନେଶ୍ୱର କଟକ ପୋଲିସ କମିଶନରଙ୍କ ବିରୋଧରେ ଏତଲା ଦେବ ବିଜେପି । ଏଥିସହ 4 ତାରିଖରେ ସବୁ ଏସପି ଅଫିସ ଆଗରେ ବିକ୍ଷୋଭ କରିବା ସହ ପ୍ରତିବାଦ କରିବ ବିଜେପି ଯୁବ ମୋର୍ଚ୍ଚା । ଏନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।ଆହୁରି ମଧ୍ୟ ସେ କହିଛନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ନେଇ ବିଜେପି ଯୁବମୋର୍ଚ୍ଚା ପ୍ରତିବାଦ କରିଥିଲା। ଯାହାକି ଯୁବମୋର୍ଚ୍ଚା ର କର୍ମୀ ମାନଙ୍କୁ ପୋଲିସ ଦଫା ଲଗାଇ ଜେଲ ପଠାଇ ଦେଇଛି। ଏହା ସହିତ ବିଜେପି କ୍ୟାପିଟାଲ ଥାନାରେ ଏଫଆଇଆର ରଖୁନାହିଁ। ପୋଲିସ୍ ଚାପରେ ଅଛି ତେଣୁ କିଛି ପଦକ୍ଷେପ ନେଇପାରିନାହିଁ।
ସେହିପରି ଆସନ୍ତାକାଲି ରାଜ୍ୟର ସମସ୍ତ ପୋଲିସ ଷ୍ଟେସନରେ ଡିଜି, ଭୁବନେଶ୍ୱର ଡିସିପି ଏବଂ ଭୁବନେଶ୍ୱର କଟକ ପୋଲିସ କମିଶନରଙ୍କ ବିରୋଧରେ ଏଫଆଇଆର ବିଜେପି ଦେବ। 4 ତାରିଖରେ ସବୁ ଏସପି ଅଫିସ ଆଗରେ ବିକ୍ଷୋଭ ଏବଂ ପ୍ରତିବାଦ କରିବ ବିଜେପି ଯୁବ ମୋର୍ଚ୍ଚା । ଯଦି ପୋଲିସ ଏଫଆଇଆର ନ ନେବ ତେବେ ଓଡିଶାର ସବୁ କୋର୍ଟର ଦ୍ୱାରସ୍ଥ ହେବ ବିଜେପି । ବିଜେପି ଦଳ ପାଖରେ ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଆକ୍ରମଣ କରିବାର ସମସ୍ତ ଫଟୋ ଓ ଭିଡିଓ ପ୍ରମାଣ ଅଛି ଯାହାକୁ ନେଇ ବିଚାରାଳୟ ଦ୍ୱାରସ୍ଥ ହେବ । ବିଜେପି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବାରୁ ରାଜ୍ୟ ସରକାରଙ୍କ ନେତା ମାନଙ୍କୁ ଭାରି ବାଧୁଛି । ଯୁବ ମୋର୍ଚ୍ଚା ଆନ୍ଦୋଳନ ବେଳେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଯୋଜନା ଓ ଷଡ଼ଯନ୍ତ୍ର ହୋଇଥିଲା ।
ଅନ୍ୟପଟେ ଆଗରୁ ବି ଆନ୍ଦୋଳନ ବେଳେ ପୋଲିସ ଆନଦୋଳନକୁ କାବୁ କରେ ହେଲେ ଏବେ ସଙ୍ଗୀନ ଦଫା ଲଗାଉଛି ପୋଲିସ । 307 ଦଫା ଲଗାଇବା ରାଜ୍ୟ ସରକାରଙ୍କ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା । ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଅଛନ୍ତି । ଓଡିଶା ସରକାର ଅହଙ୍କାର ଚରମସୀମାରେ । ବିରୋଧୀ ଦଳଙ୍କୁ ଭୂମିକା ନିର୍ବାହନ ସମୟରେ ଚାପି ଦେବାକୁ ଉଦ୍ୟମ କରୁଛନ୍ତି ସରକାର । ଏହା ଏକ ଛତ୍ରବାଦ ଶାସନର ପରିଚୟ ।
ସରକାର ଦମନ ମୂଳକ ନୀତି କରୁଛନ୍ତି ଏଥିସହ ଭୟଙ୍କର ସ୍ଥିତିରେ ଓଡ଼ିଶାର ଆଇନ ଶୃଙ୍ଖଳା । ମହିଳା ନିର୍ଯାତନାରେ ଓଡିଶା ସବୁଠୁ ଆଗରେ ରହିଥିବା ବେଳେ ପୋଲିସର ଅକ୍ଷମତା କାରଣରୁ ଲୋକ ଥାନାକୁ ଯିବାକୁ ଡ଼ରୁଛନ୍ତି । ରାଜ୍ୟ ସରକାର ଆଇନ ଶୃଙ୍ଖଳା ସମ୍ଭାଳିବାରେ ବିଫଳ ହୋଇଛନ୍ତି । ସେହିପରି ରାଜ୍ୟରେ ବିଜେଡ଼ିର ଲୋକମାନେ ବିଭିନ୍ନ ଅପରାଧରେ ସାମିଲ ଅଛନ୍ତି । ମାସେରୁ ଅଧିକ ହେଲାଣି ନବ ଦାସ ହତ୍ୟାର ମୋଟିଭ ଜଣା ପଡୁନାହିଁ । ବିଜେପି ଆନ୍ଦୋଳନ କଲା ହେଲେ ରାଜ୍ୟ ସରକାରଙ୍କୁ ଦେଖାଗଲା ନାହିଁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
ଇଟିଭି ଭାରତ, ଭୁବନେଶ୍ବର