ଭୁବନେଶ୍ବର: ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ପରେ ପରିକ୍ରମା ପ୍ରକଳ୍ପ ନେଇ ପୁଣି ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ । ପରିକ୍ରମା ପ୍ରକଳ୍ପ ନାଁରେ ପ୍ରତ୍ୟେକ ଘରୁ ସଂଗ୍ରହ ହୋଇଥିବା ଗୁଆ ଚାଉଳ କୁଆଡ଼େ ଗଲା ? ଏ ନେଇ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଅଭିଯୋଗ ଆଣିଛନ୍ତି ଯେ ଜଗନ୍ନାଥଙ୍କୁ ଟ୍ରେଡ୍ ମାର୍କ ଭାବେ ବ୍ୟବହାର କରୁଛି ବିଜେଡି । ଏହି ନାଟକରେ ରାଜ୍ୟ ସରକାରଙ୍କୁ ଓସ୍କାର ମିଳିବା କଥା । ମୋଦିଙ୍କୁ ସବୁ କଥାରେ ଅନୁସରଣ କରୁଛନ୍ତି । ହେଲେ ସବୁବେଳେ ସଫଳ ହେବେନି । ଜଗନ୍ନାଥଙ୍କୁ ବହୁ ଅପମାନ କରାଯାଇଛି ବୋଲି ସେ କହିଛନ୍ତି ।
ଏ ନେଇ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଜଗନ୍ନାଥଙ୍କୁ କେତେ ଅପମାନ କରାଯାଇଛି । ବ୍ରହ୍ମ ବିଭ୍ରାଟଠାରୁ ଆରମ୍ଭ କରି କାମିୟା ଜାନି ପର୍ଯ୍ୟନ୍ତ । ଓଡ଼ିଶା ସରକାର ରାଜକୋଷକୁ ମନ ଇଚ୍ଛା ଖର୍ଚ୍ଚ କରୁଛନ୍ତି । ରାମ ମନ୍ଦିରରେ ସରକାରୀ ଅର୍ଥ ଖର୍ଚ୍ଚ ହୋଇନି । ଲୋକ ଦେଖାଣିଆ ଚାଉଳ ସଂଗ୍ରହ ହୋଇଥିଲା, ପୁରୀକୁ ଯିବା ପାଇଁ ନୁହେଁ । ପୂର୍ବରୁ ଅନେକ ବାର ଜଗନ୍ନାଥଙ୍କୁ ଅପମାନ କରାଯାଇଛି । ବ୍ରହ୍ମ ବିଭ୍ରାଟ ହୋଇଛି । ଗୋମାଂସକୁ ପ୍ରୋତ୍ସାହନ କରୁଥିବା କାମୀୟା ଜାନିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚଳନ୍ତି ପ୍ରତିମା ମନ୍ଦିର ପ୍ରବେଶ କଲେ । ଜଗନ୍ନାଥ ସଂସ୍କୃତି ସହ ଖେଳ ଚାଲିଛି । ମନ୍ଦିରକୁ ମୁଖଶାଳା ବଢ଼ିଯାଉଛି । ଏସବୁ କେବଳ ଭୋଟ ରାଜନୀତି କରୁଛି ବିଜେଡି।"
ଏହା ବି ପଢନ୍ତୁ- ଶୌଚାଳୟ ଉଦ୍ଘାଟନକୁ ମହାଯଜ୍ଞ ରୂପ ଦିଆଯାଇଛି: ବିଜୟ
ସେ ଆହୁରି କହିଛନ୍ତି, "ଗଣତନ୍ତ୍ରକୁ ବଞ୍ଚାଇ ରଖିବାକୁ ହେଲେ ନବୀନ ସରକାରକୁ ହଟାଇବାକୁ ପଡ଼ିବ । ପ୍ରତ୍ୟେକ ଗଣତନ୍ତ୍ର ପ୍ରେମୀ ଜାଗ୍ରତ ହେବା ଦରକାର । ନବୀନ ସରକାର ଓଡ଼ିଶାର ପ୍ରତ୍ୟେକ ଲୋକମାନଙ୍କୁ ଜଣେ ଭୋଟର ବୋଲି ବିଚାର କରନ୍ତି । ହେଲେ ବିଜେପି ନାଗରିକ ଭାବେ ବିଚାର କରେ । ଲୋକମାନଙ୍କୁ କର୍ତ୍ତବ୍ୟବାନ କରିବା ପାଇଁ ବିଜେପି ଚାହୁଞ୍ଚି । ନୂତନ ଭାରତର ସେମାନେ ଆମ୍ବାସଡ଼ର ହୁଅନ୍ତୁ।" ଏପରି ଢଙ୍ଗରେ ରାଜ୍ୟ ସରକାରଙ୍କୁ ସାଂସଦ ପ୍ରତାପ କଡ଼ା ସମାଲୋଚନା କରିଛନ୍ତି ।
ଏହା ବି ପଢନ୍ତୁ- ଅର୍ପଣ ରଥ ପାଇଁ ଆସୁଥିବା 5 ଲକ୍ଷ ଟଙ୍କାର ହିସାବ ମାଗିଲା ବିଜେପି
ସୂଚନା ଥାଉ କି ମହାପ୍ରଭୁ ଜଗନ୍ନାଥଙ୍କ ଅର୍ପଣ ରଥରେ ଠାକୁରଙ୍କୁ ବସାଇ ଘରକୁ ଘର ବୁଲି ଚାଉଳ ଆଣୁଥିଲେ ବିଜେଡି କର୍ମୀ । ସାଧାରଣ ଓଡିଆ ଲୋକେ ଜଗା ପାଇଁ ଭକ୍ତିରେ ଚାଉଳ ସହ ଗୁଆ ଦେଇଥିଲେ । ଯେଉଁ ଚାଉଳ ଆଉ ଗୁଆ ଲୋକାର୍ପିତ ଉତ୍ସବରେ ବ୍ୟବହାର କରାଯିବ ବୋଲି ଶୁଣିବାକୁ ମିଳିଥିଲା । ହେଲେ ସେ ଚାଉଳ କୁଆଡେ ଗଲା ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଜଗନ୍ନାଥଙ୍କ ଭାବାବେଗ ସହିତ ରାଜ୍ୟ ସରକାର ଖେଳୁଛନ୍ତି ବୋଲି ବିଜେପି କହିଛି ।
ଇଟିଭି ଭାରତ, ଭୁବନେଶ୍ବର