ETV Bharat / state

5T ସଚିବଙ୍କ ଉପରେ ବର୍ଷିଲେ ବସନ୍ତ, କହିଲେ କଳାପାହାଡ଼ ରାଜ୍ୟ ଚଳାଉଛନ୍ତି - 5T ସଚିବଙ୍କ ଉପରେ ବର୍ଷିଲେ ବସନ୍ତ

ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ବୋଲି କହିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା । ଏହାସହ ସେ 5T ସଚିବଙ୍କ ଉପରେ ମଧ୍ୟ ବର୍ଷିଛନ୍ତି । ଅଧିକ ପଢ଼ନ୍ତୁ

କଳାପାହାଡ଼ ରାଜ୍ୟ ଚଳାଉଛନ୍ତି କହିଲେ ବସନ୍ତ ପଣ୍ଡା

author img

By

Published : May 20, 2023, 10:16 PM IST

କଳାପାହାଡ଼ ରାଜ୍ୟ ଚଳାଉଛନ୍ତି କହିଲେ ବସନ୍ତ ପଣ୍ଡା

ଭୁବନେଶ୍ବର: ଶନିବାର ଅନୁଷ୍ଠିତ ହୋଇଛି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ । ଏଥିରେ ଆଗାମୀ ଦିନ ପାଇଁ ରଣନୀତି ପ୍ରସ୍ତୁତ କରିଛି ଦଳ । କାର୍ଯ୍ୟକାରିଣୀରେ ଦଳର ସମସ୍ତ ବିଧାୟକ ଓ ସାଂସଦଙ୍କ ସହିତ ରାଜ୍ୟର ବିଭିନ୍ନ ପଦାଧିକାରୀ ସାମିଲ ହୋଇଛନ୍ତି । ତେବେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୯ ବର୍ଷର ଜନକଲ୍ୟାଣକାରୀ ଯୋଜନାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ବିଜେପି ଯୋଜନା ପ୍ରସ୍ତୁତ କରିଛି । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ ବୋଲି କହିଛନ୍ତି ସାଂସଦ ବସନ୍ତ ପଣ୍ଡା । ଏହାସହ ସେ 5T ସଚିବଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ।

ସେ କହିଛନ୍ତି, "ଭାରତୀୟ ଜନତା ପାର୍ଟି ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କର ୯ ବର୍ଷର ଉପଲବ୍ଧି ଏବଂ ଓଡିଶା ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ କରିବ । ଏହାକୁ ନେଇ ଆଗାମୀ ଗୋଟିଏ ମାସ ପର୍ଯ୍ୟନ୍ତ ଦଳର ସମସ୍ତ ନେତା ଓ କର୍ମୀ ଲୋକମାନଙ୍କ ପାଖକୁ ଯିବୁ । କର୍ମକର୍ତ୍ତା ମାନଙ୍କୁ ସକ୍ରିୟ କରିବୁ । ଆସନ୍ତା ମେ ମାସ ୩୦ ତାରିଖରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କ ପାଖକୁ ଯିବୁ । ଏହି ପରିପ୍ରେକ୍ଷୀରେ ଲୋକମାନଙ୍କୁ ସଚେତନ କରାଇବୁ । ପ୍ରଧାନମନ୍ତ୍ରୀଙ୍କ ଯୋଜନା ଜନସାଧାରଣ ଠିକ୍ ଭାବରେ ପାଇପାରୁଛନ୍ତି କି ନାହିଁ ବୁଝିବୁ । ଏହା ସହିତ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ହାଇଜାକ୍ କରି କେମିତି ନିଜ ନାଁରେ ବାଃ ବାଃ ନେଇଛନ୍ତି ତାହା ଲୋକମାନଙ୍କୁ ଅବଗତ କରିବୁ ।"

ସେହିପରି 5T ସଚିବଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତକୁ ନେଇ ବିଜେପି ସାଂସଦ ବସନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଏହା ଲୋକତନ୍ତ୍ରର ଦୁର୍ଭାଗ୍ୟ । ନୌକର ମାଲିକର କାମ ତଦାରଖ କରିବା ପାଇଁ ଯାଇଛି । ମାଲିକ ନୌକରର ଭରସାରେ ଏ ରାଜ୍ୟକୁ ଛାଡ଼ି ଦେଇଛି । ତାହା ଦ୍ଵାରା ଜାଣିପାରୁଥିବେ ଯେ, ଏ ରାଜ୍ୟରେ ସରକାର ଚଳାଉଛି କିଏ ? ଜେପି ନଡ୍ଡାଙ୍କ ବାଣୀ ଚରିତାର୍ଥ ହୋଇଛି । ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର କାହାର ବି ଜିଲ୍ଲା ଓ ରାଜ୍ୟର ବିକାଶରେ ଭୂମିକା ନାହିଁ । ଏପରିକି ମୁଖ୍ୟମନ୍ତ୍ରୀଙ୍କର ବି ଭୂମିକା ନାହିଁ । ରାଜ୍ୟ ମନ୍ତ୍ରୀ, ବିଧାୟକ ମାନଙ୍କର ଭୂମିକା ନାହିଁ । ଏହା ଗଣତନ୍ତ୍ରର କଣ୍ଠରୋଧ, ପ୍ରଜାତନ୍ତ୍ରର କଣ୍ଠରୋଧ । ଅଧିକାରୀ ମାନଙ୍କ ଦ୍ଵାରା ହତ୍ୟା କରାଯାଉଛି । ଯେଉଁମାନେ ଲୋକ ପ୍ରତିନିଧି ଦ୍ଵାରା ପରିଚାଳିତ ହେବା କଥା ଏବଂ କାମ କାର୍ଯ୍ୟକାରୀ କରିବା କଥା ସେମାନେ ଆଜି ଲୋକ ପ୍ରତିନିଧି ରୂପରେ ସାରା ଓଡ଼ିଶାରେ ବୁଲି ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ଟଙ୍କା ଘୋଷଣା କରୁଛନ୍ତି । ଏହା ମାର୍ମିକ ଘଟଣା, ଅଭାବନୀୟ ପରିସ୍ଥିତି, ବିଡ଼ମ୍ବନା ଓ ଦୁଃଖଦାୟକ । ଭାରତର କୌଣସି ରାଜ୍ୟରେ କେବେ କେହି ଦେଖିନଥିଲେ, ଯାହା ଓଡ଼ିଶାବାସୀ ଆଜି ଦେଖୁଛନ୍ତି ଓ ଅନୁଭବ କରୁଛନ୍ତି । ତାହାର ଉତ୍ତର ଆଗାମୀ ନିର୍ବାଚନରେ ଏ ଭ୍ରଷ୍ଟାଚାରୀ ବିଚାରଧାରା ରଖୁଥିବା ଦଳକୁ ମିଳିବ । ଆମର ମନ୍ତ୍ରୀମାନେ କହୁଥିଲେ କଳାପାହାଡ଼ ମାନେ ରାଜ୍ୟ ଚଳାଉଛନ୍ତି । ସେ ଜଣେ କଳାପାହାଡ଼ର ଚରିତ୍ର । ଜଗନ୍ନାଥର ମାଟିକୁ ସେ ନଷ୍ଟ କରୁଛନ୍ତି, ଅପମାନିତ କରୁଛନ୍ତି । ସେ ଓଡ଼ିଶାବାସୀ ନୁହନ୍ତି, ହେଲେ ଓଡ଼ିଶାବାସୀଙ୍କୁ ସୁଖ ଆଣିଦେବେ ବୋଲି କହୁଛନ୍ତି । ଓଡିଶାବାସୀ ଜାଗ୍ରତ ହୁଅ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.