ETV Bharat / state

BJD Dubai Visit: ଅସନ୍ତୋଷ ବ୍ୟକ୍ତ କଲେ ନିତ୍ୟାନନ୍ଦ, 'ବିଜେଡି ସରକାରରେ ଅଫିସର ରାଜ ଚାଲିଛି' - ଅଶୋକ ପଣ୍ଡା

ଦୁବାଇ ଓଡ଼ିଆ ପର୍ବରେ ଦୁବାଇରେ ଅଶୋକ ପଣ୍ଡାଙ୍କୁ ପର୍ଯ୍ୟଟନ ମନ୍ତ୍ରୀ କହିବା ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 18, 2023, 9:30 PM IST

ଅସନ୍ତୋଷ ବ୍ୟକ୍ତ କଲେ ନିତ୍ୟାନନ୍ଦ

ଭୁବନେଶ୍ବର: ଦୁବାଇରେ ଡେଭଲପମେଣ୍ଟ କମିଶନର ଅଶୋକ ପଣ୍ଡା କେଉଁ ବିଭାଗରେ ଅଛନ୍ତି ନ ଜାଣିବା ପ୍ରସଙ୍ଗରେ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତିକ୍ରିୟା ରଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ବିଜେଡି ସରକାରରେ ଅଫିସର ରାଜ ଚାଲିଛି । ଏଠାରେ ଲୋକ ପ୍ରତିନିଧିଙ୍କ କୌଣସି ଭୂମିକା ନାହିଁ । ସେମାନଙ୍କୁ ଅସମ୍ମାନ କରାଯାଉଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ପ୍ରସଙ୍ଗ ବୋଲି ସେ କହିଛନ୍ତି ।

ଦୁବାଇର ଓଡ଼ିଆ ପର୍ବର ଆୟୋଜନ ହୋଇଥିବା ବେଳେ ଓଡ଼ିଶାରୁ କିଛି ମନ୍ତ୍ରୀ ଓ ବିଧାୟକ ଦୁବାଇ ଗସ୍ତ କରିଥିଲେ । କିନ୍ତୁ ସେଠାରେ ଡେଭଲପମେଣ୍ଟ କମିଶନର ଅଶୋକ ପଣ୍ଡା କେଉଁ ବିଭାଗର ମନ୍ତ୍ରୀ ଜାଣି ପାରିନଥିଲେ । ସେ ଅଶୋକ ପଣ୍ଡାଙ୍କୁ ପର୍ଯ୍ୟଟନର ମନ୍ତ୍ରୀ କହିଥିଲେ । ଯାହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଖାଲି ସେତିକି ନୁହେଁ ଯେଉଁ ବିଧାୟକମାନେ ସେଠାକୁ ଯାଇଥିଲେ ତାଙ୍କ ପ୍ରତି ମଧ୍ୟ ଏହା ଅପମାନ ବୋଲି କହିଛନ୍ତି ନିତ୍ୟାନନ୍ଦ। ସେ କହିଛନ୍ତି,"ସେଠି ସଚିବ ମଞ୍ଚରେ ଭାଷଣ ମାରୁଛନ୍ତି । ଆଉ ତଳେ ବିଧାୟକମାନେ ତାଳି ମାରୁଛନ୍ତି। ଏ ସରକାରରେ ଅଫିସର ରାଜ ଚାଲିଛି। ଲୋକ ପ୍ରତିନିଧି କିଛି କରନ୍ତି ନାହିଁ।"

ସେ ଆହୁରି କହିଛନ୍ତି, " ଦୁବାଇରେ ବିଧାୟକଙ୍କୁ ଅସମ୍ମାନ କରାଯାଇଛି । ଏ ଅପମାନ ବିଜେଡି ବିଧାୟକଙ୍କୁ କେମିତି ଲାଗୁଛି ମୁଁ ଜାଣିନି। କିନ୍ତୁ ବିଧାୟକ ଭାବରେ ଆମକୁ ମଧ୍ୟ ଅପମାନ ଲାଗୁଛି। ଆମ ଅଞ୍ଚଳକୁ ମଧ୍ୟ ୫T ସଚିବ ଯାଇଥିଲେ। ତାଙ୍କ ଗାଡି ପଛରେ ବିଧାୟକମାନେ ଦୌଡୁଥିଲେ। ଏମିତି କି ଜଣେ ବିଧାୟକ ଗେଟ୍‌କିପର ଭାବେ କାମ କରୁଥିଲେ । ତେଣୁ ଏଠି ଅଫିସରମାନେ ଅଧିକ କ୍ଷମତାଶାଳୀ । ସଚିବମାନେ ସବୁ କରୁଛନ୍ତି ।"

ଏହା ବି ପଢନ୍ତୁ- IPS Reshuffle; ଅମିତାଭଙ୍କୁ ପରିବହନ ଓ ନରସିଂହଙ୍କୁ ଅବକାରୀ କମିଶନର ଦାୟିତ୍ବ

ଓଡ଼ିଶାକୁ କେନ୍ଦ୍ର ସହଯୋଗ କରୁନାହିଁ । କେନ୍ଦ୍ର ଚାହିଁଲେ ଓଡ଼ିଶା ତାହାର ହକ୍‌ ପାଇବ ବୋଲି ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ । ଏହା ଉପରେ ନିତ୍ୟାନନ୍ଦ ପ୍ରତିକ୍ରିୟା ରଖି କହିଛନ୍ତି, "ଯେତେବେଳେ କଂଗ୍ରେସ ଥିଲା ଓଡ଼ିଶାକୁ କଣ ଦେଇଥିଲେ । କିନ୍ତୁ ବିଜେପି ସରକାରରେ ରେଲୱେ ବିକାଶ ହୋଇଛି । ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସବୁବେଳେ ବଜେଟ୍‌ରେ ଅଧିକ ଓଡ଼ିଶାକୁ ଦେଇଛନ୍ତି । ସେହିଭଳି ଅନେକ ଜଳଜୀବନ ମିଶନରେ ଓଡ଼ିଆକୁ ଅନେକ ଟଙ୍କା ଆସିଛି । କେନ୍ଦ୍ର ସରକାରଙ୍କ ଯୋଜନାରେ ଲୋକମାନଙ୍କ ପାଖରେ ପାଣି ପହଞ୍ଚି ପାରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦେଖିବାକୁ ଗଲେ ଆଗରୁ ଇନ୍ଦିରା ଆବାସ ଯୋଜନାରେ କେତେ ଲୋକ ଉପକୃତ ହୋଇଥିଲେ । କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକମାନେ ଛାତ ତଳେ ରଖିପାରୁଛନ୍ତି । ତେଣୁ ବିଜେଡି ସବୁବେଳେ ଅଭିଯୋଗ କରୁଛି ଯେ କେନ୍ଦ୍ର ଅବହେଳା କରୁଛି । କେନ୍ଦ୍ର କେବେ ବି ଓଡ଼ିଶାକୁ ଅବହେଳା କରିନାହିଁ । ପ୍ରତି କ୍ଷେତ୍ରରେ ଓଡିଶାର ବିକାଶ ପାଇଁ କେନ୍ଦ୍ର ପ୍ରଚେଷ୍ଟା କରିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.