ETV Bharat / state

ଧାନ ମଣ୍ଡି ଖୋଲିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ - ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

ଧାନ ମଣ୍ଡି ଖୋଲିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ନଭେମ୍ବର ୧୫ ତାରିଖ ସୁଦ୍ଧା ଧାନ ମଣ୍ଡି ଖୋଲିବା ପାଇଁ ଚିଠିରେ ଉଲ୍ଲେଖ । ଅଧିକ ପଢ଼ନ୍ତୁ

ଧାନ ମଣ୍ଡି ଖୋଲିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

author img

By ETV Bharat Odisha Team

Published : Nov 5, 2023, 7:34 AM IST

ଧାନ ମଣ୍ଡି ଖୋଲିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର: ଧାନ ମଣ୍ଡି ଖୋଲିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ନଭେମ୍ବର ୧୫ ତାରିଖ ସୁଦ୍ଧା ଧାନ ମଣ୍ଡି ଖୋଲା ଯାଉ । ପଶ୍ଚିମ ଓଡ଼ିଶାରେ ନୂଆଖାଇ ପରେ ପରେ ଧାନ ଅମଳ ଅର୍ଥାତ ଧାନ ସଂଗ୍ରହ ଆରମ୍ଭ ହୋଇଯାଏ । ଯେତେବେଳ ଚାଷୀ ଧାନରେ ଟୋକନ୍‌ ପାଇଁ ପଞ୍ଜିକରଣ କରିଥାଆନ୍ତି । ତେବେ ଧାନ ଅମଳ କରିବାର ସମୟ ହୋଇଥିବା ବେଲେ ମଣ୍ଡି ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁକେଶ ।

ତେବେ ମୁକେଶ କହିଛନ୍ତି ଯେ, କୃଷି ବିଭାଗର ସୂଚନା ଅନୁସାରେ ଏଥର ବମ୍ପର୍‌ ଧାନ ଅମଳ ହେବ । ଏନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅନୁରୋଧ କରିଛି ଯେ, ନଭେମ୍ବର ୧୫ ତାରିଖ ସୁଦ୍ଧା ପଶ୍ଚିମ ଓଡ଼ିଶାର ସବୁ ଧାନ ମଣ୍ଡି ଖୋଲା ଯାଉ ଏବଂ ଚାଷୀଙ୍କଠାରୁ ଧାନ କିଣା ଯାଉ । ଗାଁ ଗାଁରେ ଏବେ ଧାନ ଅମଳ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପରି ସମୟରେ ଧାନର ଡିଲର ଓ ଅସାଧୁ ମିଲର ମିଶି ଚାଷୀଙ୍କଠାରୁ କ୍ଵିଣ୍ଟାଲ ପିଛା ଧାନ ୧୨ଶହରୁ ୧୫ ଶହ ଟଙ୍କାରେ କିଣିବା ଆରମ୍ଭ କରି ଦେଲେଣି । ତେଣୁ ସରକାରଙ୍କୁ ଅନୁରୋଧ କରୁଛୁ ଯେ, ୧୫ ତାରିଖ ସୁଦ୍ଧା ମଣ୍ଡି ଖୋଲାଯାଉ । ଯାହା ଫଳରେ ଚାଷୀ ଉଚିତ ମୂଲ୍ୟ ପାଇ ପାରିବ ।

ଏହା ମଧ୍ୟ ପଢ଼ନ୍ତୁ.... ସଚିବସ୍ତରୀୟ ବୈଠକ: ଜିଲ୍ଲା ଗସ୍ତ ବେଳେ ଧାନ ମଣ୍ଡି ବୁଲି ଅନୁଧ୍ୟାନ କରିବେ ସଚିବ

ସେପଟେ ଚାଷୀ ଯାହା ଧାନ ଉତ୍ପାଦନ କରୁଛନ୍ତି ଏବଂ ସ୍ଲାପ୍‌ ଯାହା ଅଛି ସେହି ଅନୁସାରେ, ୧୩ କ୍ଵିଣ୍ଟାଲ ନନ୍‌ ଇରିଗେଟେଡରୁ ୧୯ କ୍ଵିଣ୍ଟାଲ ଇରିଗେଟେଡକୁ ଉଠେଇ ଦିଅନ୍ତୁ । ଯାହା ଧାନ ଉତ୍ପାଦନ ହେଉଛି ସବୁ ଧାନ କିଣିବା ପାଇଁ ସରକାର ନିକଟରେ ଦାବି କରୁଛି । ଏହା ସହ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ସବୁ ଧାନ କିଣନ୍ତୁ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।

2023-24 ଖରିଫ ଋତୁରେ ରାଜ୍ୟରେ ସମସ୍ତ ପଞ୍ଜୀକୃତ ଚାଷୀମାନଙ୍କ ଦ୍ଵାରା ଉତ୍ପାଦିତ ସମସ୍ତ ଧାନ କିଣିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବା ପାଇଁ ଦାବି କରିଛନ୍ତି ବିଜେପି ବିଧାୟକ । ତେବେ ନୂଆ ଖାଇ ପରେ ପଶ୍ଚିମ ଓଡିଶାରେ ଧାନ ଅମଳ ହୋଇଥାଏ । ସେପଟେ ଧାନ ମଣ୍ଡି ବିଳମ୍ବରେ ଖୋଲିବା ଦ୍ବାରା ଡିଲର ଓ ଅସାଧୁ ମିଲର ମିଶି ଚାଷୀଙ୍କଠାରୁ କମ୍‌ ଟଙ୍କା ଦେଇ ଧାନ କିଣି ନିଅନ୍ତି । ତେଣୁ ସରକାର ଶୀଘ୍ର ମଣ୍ଡି ଖୋଲିଲେ ଚାଷୀଟିଏ ତାର ପରିଶ୍ରମର ଫଳ ପାଇ ପାରିବା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.