ETV Bharat / state

ବିଜେଡି ଷଡ଼ଯନ୍ତ୍ରକୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛୁ: ଜୟନାରାୟଣ - Jaya Narayan Mishra

BJP prepares to Challenge BJD: ସାଧାରଣ ନିର୍ବାଚନରେ ବିଜେଡିକୁ କ୍ଷମତାରୁ ହଟାଇବାକୁ ରାଉରକେଲାରେ ଚାଲିଛି ବିଜେପିର ରଣନୀତି ପ୍ରସ୍ତୁତି ବୈଠକ । ଜୟନାରାୟଣ ମିଶ୍ର କହିଲେ ବିଜେଡି ଷଡ଼ଯନ୍ତ୍ରକୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛୁ । ଅଧିକ ପଢ଼ନ୍ତୁ...

ବିଜେଡି ଷଡ଼ଯନ୍ତ୍ରକୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛୁ

author img

By ETV Bharat Odisha Team

Published : Jan 5, 2024, 8:47 PM IST

ବିଜେଡି ଷଡ଼ଯନ୍ତ୍ରକୁ ଚ୍ୟାଲେଞ୍ଜ କରିବାକୁ ପ୍ରସ୍ତୁତ ହେଉଛୁ

ଭୁବନେଶ୍ବର: ୨୦୨୪ ପାଇଁ ରାଉରକେଲାରେ ରଣନୀତି ପ୍ରସ୍ତୁତ କରୁଛି ବିଜେପି । ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍‌ ସନ୍ତୋଷ ଏବଂ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଅଛନ୍ତି ଉପସ୍ଥିତ । ରାଜ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ଏବଂ ବିଭିନ୍ନ କମିଟି ସହ ଚାଲିଛି ରୁଦ୍ଧଦ୍ବାର ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମଧ୍ୟ ଉପସ୍ଥିତ ଅଛନ୍ତି । ଶାସକ ବିଜେଡିର ଟଙ୍କା, ସରକାରୀ କଳ, ପୋଲିସ ବଳକୁ ପ୍ରତିହତ କରିବାକୁ ରଣନୀତି ହେଉଥିବା କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ତେବେ ଅସୁସ୍ଥତା କାରଣରୁ ନିଜେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଭାଗ ନେବାକୁ ରାଉରକେଲା ଯାଇନାହାନ୍ତି ଜୟନାରାୟଣ ।

ରାଉରକେଲାରେ ରାଜ୍ୟ ବିଜେପିର ଆଗାମୀ ରଣନୀତି ନେଇ ଚାଲିଛି ଅଙ୍କକଷା । ସଙ୍ଗଠନ ମଜଭୁତ ଓ ବୁଥ ମ୍ୟାନେଜମେଣ୍ଟ ନେଇ ଚାଲିଛି ଆଲୋଚନା । ଦିଲ୍ଲୀରେ ପ୍ରସ୍ତୁତ ହୋଇଥିବା ରୋଡମ୍ୟାପ୍‌କୁ କାର୍ଯ୍ୟକାରୀ କରିବା ସହ ରାଜ୍ୟ ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ମନ୍ତ୍ର ଦେଉଛନ୍ତି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ । ଗତକାଲି ବିଳମ୍ବିତ ରାତି ଯାଏଁ ବୈଠକ ପରେ ଆଜି ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଶାସକ ବିଜେଡିର ଟଙ୍କା, ସରକାରୀ କଳ, ପୋଲିସ ବଳ ଭଳି ସବୁ ଷଡ଼ଯନ୍ତ୍ରକୁ ଚ୍ୟାଲେଞ୍ଜ କରିବାକୁ ଷ୍ଟ୍ରାଟେଜୀ ତିଆରି ହେଉଥିବା କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏପଟେ ୫ ଦିନ ହେବ ରାଉରକେଲାରେ ଡେରା ପକାଇଛନ୍ତି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ । ଅନ୍ୟପଟେ ଖୁବଶୀଘ୍ର ଓଡିଶା ଆସିବେ କେନ୍ଦ୍ରୀୟ ନେତା । ୨୧ ସଂସଦୀୟ କ୍ଷେତ୍ରକୁ ୨୧ କେନ୍ଦ୍ର ନେତୃତ୍ବ ଆସିବେ । ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅମିତ ଶାହ, ଯୋଗୀ ଆଦିତ୍ୟନାଥ ଆସିବା ନେଇ ମଧ୍ୟ କାର୍ଯ୍ୟକ୍ରମ ରହିଛି । ଜାତୀୟ କାଉନ୍‌ସିଲ ବୈଠକ ପରେ ଶୀର୍ଷ ନେତାଙ୍କର ଗସ୍ତ ଚାଲିବ ବୋଲି ଜୟନାରାୟଣ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପିର ୨୪ ଲଢେଇ; କାଲିଠୁ ହେବ ଆରମ୍ଭ, ରାଉରକେଲାରେ ବସିବ ବୈଠକ

ସେପଟେ ରାଜ୍ୟ କାର୍ଯ୍ୟାଳୟରେ ପୂର୍ବରୁ ବସିଥିବା ପଦାଧିକାରୀ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ ଗ୍ରାଉଣ୍ଡରେ ପହଞ୍ଚିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ପ୍ରତି ବୁଥରୁ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଁ ତିଆରି ହୋଇଛି ବ୍ଲୁ ପ୍ରିଣ୍ଟ । ବିଜେଡି ସହ କୌଣସି ମେଣ୍ଟ ହେବାର ସମ୍ଭାବନା ନଥିବା ଦଳର ନେତୃତ୍ବ ସ୍ପଷ୍ଟ କରିଛନ୍ତି । ଯାହା ଦ୍ବନ୍ଦ୍ବ ଥିଲା, ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ମଧ୍ୟ ତାହାକୁ ଦୂର କରିଛନ୍ତି । ବିଜେପି କର୍ମୀ ତଥା ଲୋକଙ୍କ ମନରେ ଥିବା ବିଜେଡି-ବିଜେପି ମେଣ୍ଟ ଦୂର କରିବାକୁ ବଂଶଲ ଗୁରୁମନ୍ତ୍ର ଦେଇଥିଲେ । କୌଣସି ପରିସ୍ଥିତିରେ ବଜେଡି ସହ ସାଲିସ କରିବାର ନାହିଁ ବୋଲି ସେ କହିଥିଲେ । ସେପଟେ ଜୟନାରାୟଣ କହିଛନ୍ତି, "୨୦୨୪ ନିର୍ବାଚନରେ ବିଜେଡି ସହ ଜୋରଦାର ଲଢେଇ ହେବ । ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବଜେଡି ସହ ବିଜେପିର ଲଢେଇ ହେବ । ୨୦୨୪ରେ ବିଜେଡି ସହ ୱାନ୍‌ ଟୁ ୱାନ୍‌ ଫାଇଟ୍‌ ହେବ । ସେଥିପାଇଁ ରାଉରକେଲାରେ ରଣନୀତି ଚାଲିଛି ।" ତେବେ ରଣନୀତି କଣ ଓ କିପରି ହୁଏ, ସେସବୁ ଗଣମାଧ୍ୟମ ଆଗରେ କୁହାଯାଏନି କହି ଏଡ଼ାଇ ଦେଇଛନ୍ତି ଜୟନାରାୟଣ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.