ETV Bharat / state

ଅଷ୍ଟମ ଦିନରେ ବିଜେପିର ସତ୍ୟାଗ୍ରହ, ବିଧାୟକ ସାଂସଦ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

author img

By

Published : Nov 25, 2022, 8:07 PM IST

ଚାଷୀ ପ୍ରସଙ୍ଗକୁ ନେଇ ରାଜରାସ୍ତାରେ ସତ୍ୟାଗ୍ରହରେ ବସିଛନ୍ତି ବିଜେପି ନେତାଏ। ଚାଷୀ ପ୍ରସଙ୍ଗକୁ ନେଇ ରାଜରାସ୍ତାରେ ସତ୍ୟାଗ୍ରହରେ ବସିଛନ୍ତି ବିଜେପି ନେତାଏ। ଅଧିକ ପଢ଼ନ୍ତୁ

BJP MLA and MP joined Satyagrah to Target state govt over farmer issue
ଅଷ୍ଟମ ଦିନରେ ବିଜେପିର ସତ୍ୟାଗ୍ରହ, ବିଧାୟକ ସାଂସଦ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

ଭୁବନେଶ୍ବର: ଚାଷୀ ପ୍ରସଙ୍ଗକୁ ନେଇ ରାଜରାସ୍ତାରେ ସତ୍ୟାଗ୍ରହରେ ବସିଛନ୍ତି ବିଜେପି ନେତାଏ । ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନ ମୁଲତବି ହେବାପରେ ଚାଷୀ ପ୍ରସଙ୍ଗକୁ ନେଇ ରାଜରାସ୍ତାରେ ସତ୍ୟାଗ୍ରହରେ ବସିଛନ୍ତି ବିଜେପି ନେତାଏ । ବିଜେପି ବିଧାୟକ ଓ ସାଂସଦ ବିଧାନସଭାରୁ ପଦାଯାତ୍ରାରେ ଆସି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ।

ସତ୍ୟାଗ୍ରହରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଛନ୍ତି ବିଜେପି ବିଧାୟକ ଓ ସାଂସଦ । ଏହାପୂର୍ବରୁ ଗୃହ ବାହାରେ ମଧ୍ୟ ବିଜେପି କଟନୀଛଟନୀ ପ୍ରସଙ୍ଗରେ ହାଲ୍ଲାବୋଲ କରିଥିଲା ବିଜେପି । ଶାସକ ଦଳ ଉପରେ ବର୍ଷିଛନ୍ତି ସାଂସଦ ଜୁଏଲ ଓରାମ । ସେପଟେ ମୋହନ ମାଝୀ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ମଉକା ଛାଡ଼ି ନାହାନ୍ତି ।

ମୋହନ ମାଝୀ କହିଛନ୍ତି, "ବାହାରେ କହିଲୁ କିଛି ଶୁଣିଲେନି, ଭିତରେ କହିଲୁ କିଛି ଶୁଣିଲେନି । ଆମେ ରାଜରାସ୍ତାକୁ ଆସିଛୁ ଏବେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଦୁଃଖ ଜଣାଇବୁ । ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି କାରଣରୁ ହନ୍ତସନ୍ତ ହେବା ସହିତ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛନ୍ତି ଚାଷୀ।"

ଏହାପରେ ବିଧାୟ ମୁକେଶ ମହାଲିଙ୍ଗ କହିଛନ୍ତି, "ଚାଷୀଙ୍କ ସ୍ବାର୍ଥ ଆମର ପ୍ରାଥମିକତା। ମୋଦି ସରକାର ଏଥି ପାଇଁ ପ୍ରତିଶୃତିବଦ୍ଧ । କୈାଣସି ପରିସ୍ଥିତିରେ ଚାଷୀଙ୍କ ପ୍ରତି ଅବହେଳାକୁ ପଶ୍ରୟ ଦିଆଯିବନାହିଁ । ବିଧାନସଭାରେ ଆମେ ଚାଷୀଙ୍କ ସ୍ବରକୁ ଉତ୍ତୋଳନ କରିବୁ।

ବିଜେପିର ସତ୍ୟାଗ୍ରହ ଶୁକ୍ରବାର ଅଷ୍ଟମ ଦିନରେ ପହଞ୍ଚିଛି। ବିଜେପି ନେତାଙ୍କୁ ବିଧାନସଭା ବାହାରେ ଚାଷୀଙ୍କ ସ୍ବାର୍ଥ ପାଇଁ ଲଢେଇ ଜାରି ରଖିବାକୁ ଆହ୍ବାନ ଦେଇଛନ୍ତି ମୋହନ ମାଝି। ତାସହିତ ଏହି ଲଢ଼େଇରେ ସାମିଲ ହେବାକୁ ବିଜେପି ନେତାଙ୍କୁ କହିଛନ୍ତି।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.