ETV Bharat / state

ଓଡିଶା କ୍ରାଇମ୍ କ୍ୟାପିଟାଲ ସାଜିଛି: ବୈଜୟନ୍ତ ପଣ୍ଡା

author img

By

Published : Feb 16, 2023, 9:57 PM IST

ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ନେଇ ବିଜେପି ଗୁରୁବାର ରାଜଭବନ ଆଗରେ ଧାରଣା ଦେଇଥିବାବେଳେ ଓଡିଶା କ୍ରାଇମ୍ କ୍ୟାପିଟାଲ ସାଜିଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ରାଜ୍ୟରେ ଆମେ ସମସ୍ତେ ଅସୁରକ୍ଷିତ ବୋଲି କହିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପୋଲିସ କେବଳ ବିଜେଡିର ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଅଧିକ ପଢ଼ନ୍ତୁ

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ନେତାଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡ ନେଇ ବିଜେପି ଓ ବିଜେଡି ମଧ୍ୟରେ ରାଜନୀତି ଜୋର ଧରିଛି । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଅଭିଯୋଗରେ ବିଜେପି ଗୁରୁବାର ରାଜଭବନ ଆଗରେ ଆନ୍ଦୋଳନ କରିଥିବା ବେଳେ ରାଜ୍ୟର ଶାସନ କିଏ ଚଳାଉଛି ବୋଲି ପ୍ରଶ୍ନ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମଧ୍ୟ ପ୍ରଶ୍ନ କଲେ ବୈଜୟନ୍ତ । କହିଲେ ଓଡିଶା କ୍ରାଇମ୍ କ୍ୟାପିଟାଲ ସାଜିଛି ।

ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ ନେଇ ଗୁରୁବାର ରାଜଭବନ ସମ୍ମୁଖରେ ବିଜେପି ଧାରଣା ଦେଇଥିଲା । ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, "ଓଡ଼ିଶାରେ ଆଇନ ଶୃଙ୍ଖଳା ନାହିଁ । ଭୁଶୁଡି ଯାଇଛି ବୋଲି ସମସ୍ତେ ଜାଣିଛନ୍ତି । ଏତେ ସଂଖ୍ୟାରେ ମାଆ ଓ ଭଉଣୀମାନେ ଦୁଷ୍କର୍ମ ଓ ନିର୍ଯ୍ୟାତନାର ଶିକାର ହେଉଛନ୍ତି ଏବଂ ଏଥିରେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକ ମାନେ ସମ୍ପୃକ୍ତ ଅଛନ୍ତି । ଏମିତି କେତେ ହତ୍ୟା ହେଲାଣି । ଯେଉଁମାନେ ଏହା ପଛରେ ଅଛନ୍ତି ସେମାନଙ୍କ ବିରୋଧରେ କିଛି କାର୍ଯ୍ୟନୁଷ୍ଠାନ ହେଉନାହିଁ । ଅନ୍ୟ ଲୋକଙ୍କୁ ସାମ୍ନାକୁ ଆଣି ତାକୁ ଦୋଷୀ କରି ମାରି ଦିଆଯାଉଛି । ଯେତବେଳେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ହେଉଛି, ମୁଖ୍ୟ ଉଦ୍ଦେଶ୍ୟକୁ ଲୁଚେଇ ଦିଆଯାଉଥିବା ଆଶଙ୍କା ହେଉଛି । ଏ ହତ୍ୟା ପଛରେ କିଏ ଅଛନ୍ତି, ଷଡଯନ୍ତ୍ର କିଏ କରିଛି ? ନବ ଦାସଙ୍କୁ ହତ୍ୟା କରିବା ପାଇଁ ଆଦେଶ କିଏ ଦେଇଛି ? ତାକୁ କେମିତି ଦଣ୍ଡ ଦିଆଯିବ ସେ ଦିଗରେ କିଛି କାର୍ଯ୍ୟାନୁଷ୍ଠାନ ହେଇନାହିଁ । ଓଡିଶାରେ କିଏ ଶାସନ ଚଲାଉଛି ଏବେ ସ୍ପଷ୍ଟ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଚଳାଉନାହାନ୍ତି ।" ତେଣୁ ଆମେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛୁ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା ।

ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, "ଓଡ଼ିଶାରେ ଏବେ ଆମେ ସମସ୍ତେ ଅସୁରକ୍ଷିତ । ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆଜି ସାରା ଓଡ଼ିଶାବାସୀ ମର୍ମାହତ । ଅନେକ ବିଜେଡି କର୍ମୀ ମଧ୍ୟ ଅସୁରକ୍ଷିତ ମଣୁଥିବା କହିଛନ୍ତି । ଯଦି ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇପାରୁନ, ଆମେ କିଭଳି ସୁରକ୍ଷିତ ? ଆମେ ସମସ୍ତେ ଅସୁରକ୍ଷିତ । ମୁଁ ସାଂସଦ ଭାବେ ନିଜେ ମଧ୍ୟ ଅସୁରକ୍ଷିତ ଅନୁଭବ କରୁଛି । ୧୫ ଦିନ ହୋଇଗଲା, ନବ ଦାସଙ୍କ ହତ୍ୟାର ଉଦ୍ଦେଶ୍ୟ ଓଡ଼ିଶାବାସୀ ଜାଣିପାରୁ ନାହାନ୍ତି ।" ଜଷ୍ଟିସ ଜେପି ଦାସଙ୍କୁ ତଦନ୍ତ ଦାୟିତ୍ବ ନେଇ ମଧ୍ୟ ଅପରାଜିତା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, "କେଉଁ ଜୁଡିସିଆଲ ଅର୍ଡରରେ ଜେପି ଦାସଙ୍କୁ ଦାୟିତ୍ବ ଦିଆଯାଇଛି ? ଆମେ ସମସ୍ତେ ଅସୁରକ୍ଷିତ । ମୁଖ୍ୟମନ୍ତ୍ରୀ ଏହାର ଜବାବ ଦିଅନ୍ତୁ ।"

ସେହିପରି ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ କହିଛନ୍ତି, "ଓଡିଶାରେ କେହି ସୁରକ୍ଷିତ ନୁହନ୍ତି । ପିପିଲି ଠାରୁ ଆରମ୍ଭ କରି ନବ ଦାସ ଘଟଣା ପର୍ଯ୍ୟନ୍ତ ଘଟିଲା । ରାଜ୍ୟ ସରକାର ଜୟନାରାୟଣ ମିଶ୍ରଙ୍କୁ ସୁରକ୍ଷା ଦିଅନ୍ତୁ । ସେ ମଧ୍ୟ ଅସୁରକ୍ଷିତ ଭାବୁଛନ୍ତି । ବିଜେପି ଓଡିଶାବାସୀଙ୍କ ପାଇଁ ଲଢୁଛି, ନିଜ ପାଇଁ ନୁହଁ । ମନ୍ତ୍ରୀ ନବ ଦାସ ଘଟଣାରେ ମୁଖ୍ୟମନ୍ତ୍ରୀ ନିଜେ ଦାୟିତ୍ଵ ଗ୍ରହଣ କରିବା କଥା । ଏମିତି କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି, ଯିଏ ନିଜ ମନ୍ତ୍ରୀଙ୍କ ସୁରକ୍ଷା ଦେଇପାରୁ ନାହାନ୍ତି ? ଏହାର ଜବାବ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ଦିଅନ୍ତୁ ।" ସେହିପରି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, "ଆମେ ରାଜ୍ୟପାଳଙ୍କୁ ଭେଟିଲୁ । ଦାବିପତ୍ର ପ୍ରଦାନ କଲୁ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବିରୋଧି ଦଳର ନେତା ନିଜ ପିଏସଓ ଫେରାଇଲେ । ହେଲେ ପୋଲିସ ଡିଜି କିମ୍ବା ଡିଆଇଜି କିମ୍ବା ଏସପି କେହି ତାଙ୍କ ସହ କଥା ହେଲେନାହିଁ । ଏଥିରୁ ଜଣାପଡ଼ୁଛି ପୋଲିସ କେବଳ ବିଜେଡିର ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.