ETV Bharat / state

PMGKAY ନେଇ ମୁହାଁମୁହିଁ ବିଜେପି-ବିଜେଡି, ମୁଖ୍ୟମନ୍ତ୍ରୀଙ୍କ ସଦବୁଦ୍ଧି ଉଦୟ ହେଉ କହିଲେ ପୃଥ୍ୱୀରାଜ - ବିଜେଡି ବିଧାୟକ ଦେବୀ ମିଶ୍ର

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ କେନ୍ଦ୍ର ସରକାର ଗରିବ ହିତାଧିକାରୀଙ୍କ ୫ କେଜି ଚାଉଳ କାଟିଦେବା ନେଇ ବାରମ୍ବାର ଅଭିଯୋଗ କରୁଛି ବିଜେଡି । ଏହାର ପ୍ରତିକ୍ରିୟା ରଖି ଯଦି ବିପର୍ଯ୍ୟୟ ସମୟର କେନ୍ଦ୍ର ଯୋଜନା ପୁଣି ଆରମ୍ଭ ହେବ, ତେବେ ରାଜ୍ୟ ସରକାର ମଧ୍ୟ ସେ ସମୟର ଯୋଜନା ଗୁଡିକୁ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କର ସଦ୍‌ବୁଦ୍ଧି ଉଦୟ ହେଉ କହିଲା ବିଜେପି

author img

By

Published : Feb 11, 2023, 8:47 PM IST

ମୁଖ୍ୟମନ୍ତ୍ରୀଙ୍କର ସଦ୍‌ବୁଦ୍ଧି ଉଦୟ ହେଉ କହିଲା ବିଜେପି

ଭୁବନେଶ୍ବର: କେନ୍ଦ୍ର ସରକାର ରାଜ୍ୟରେ ଗରିବ ହିତାଧିକାରୀଙ୍କ ୫ କେଜି ଚାଉଳ କାଟିଦେବା ନେଇ ବାରମ୍ବାର ଅଭିଯୋଗ କରୁଛି ବିଜେଡି ଆଜି ଏନେଇ ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର କହିଥିଲେ, "ଓଡ଼ିଶା ଭଳି ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ୍ ଅଛି । ଓଡ଼ିଶାରେ କେହି ଭୋକିଲା ରହିବେନି କି କେହି ଭୋକରେ ଶୋଇବେନି । ହିତାଧିକାରୀଙ୍କୁ ଖାଦ୍ୟ ଯୋଗାଇଦେବା କଥା । କିନ୍ତୁ ବନ୍ଦ କରିବା କେତେ ଦୂର ଠିକ୍ ତାହା କେନ୍ଦ୍ର ସରକାର ଚିନ୍ତା କରନ୍ତୁ ।" ତେବେ ଏହାର ଜାବାବ ରଖିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ବିଜେଡି ଉପସଭାପତି ତଥା ବିଧାୟକ ଦେବୀ ମିଶ୍ରଙ୍କ ଏଭଳି ଅଭିଯୋଗର ଜବାବ ରଖିଛି ବିଜେପି । ପ୍ରତିକ୍ରିୟାରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "କଥାରେ ଅଛି ଅଲାଜୁକ ମୁହଁରେ ବଥ ଉଠିଲେ, ସେ କୁହେ ଛାଇ ହୋଇଛି । ଆଜି ବିଜେଡି ଅବସ୍ଥା ସେମିତି । ଏବେ କେନ୍ଦ୍ର ସରକାର ଚାଉଳକୁ ସମ୍ପୂର୍ଣ୍ଣ ମାଗଣା କରିଛନ୍ତି । ଏହାଦ୍ବାରା ନା ରାଜ୍ୟ ଉପରେ କୌଣସି ବୋଝ ରହିବ ନା ଲୋକଙ୍କ ଉପରେ ବୋଝ ରହିବ । ଏହି କଥାକୁ ନେଇ ବିଜେଡି ନେତାଙ୍କର ବହୁତ ଗାତ୍ରଦାହ ଆରମ୍ଭ ହୋଇଛି । ଆଉ ଲୋକଙ୍କୁ ମିଛ କହି ଭ୍ରମିତ କରିପାରିବେନି କି ଭୋଟ ନେଇପାରିବେନି । ସେଥିପାଇଁ ବିଜେଡି ନେତାମାନଙ୍କୁ ଭାରି କଷ୍ଟ ହେଉଛି । ତେଣୁ ଆଉ ଗୋଟିଏ ନୂଆ ମିଛ ଆରମ୍ଭ କରିଛନ୍ତି ଯେ, କାହିଁକି ସେ ବିପର୍ଯ୍ୟୟ ସମୟର ଚାଉଳ ବନ୍ଦ ହୋଇଗଲା ।"

ପୃଥ୍ବୀରାଜ କହିଛନ୍ତି, "ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାରଙ୍କର ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ଓଡିଶାରେ ମଧ୍ୟ ତାକୁ ତାଳ ଦେଇ ମୁଖ୍ୟମନ୍ତ୍ରୀ କିଛି ଯୋଜନା ଆରମ୍ଭ କରିଥିଲେ । ଯଦି ବିପର୍ଯ୍ୟୟ ସମୟର କେନ୍ଦ୍ର ଯୋଜନା ପୁଣି ଆରମ୍ଭ ହେବ, ତେବେ ରାଜ୍ୟ ସରକାର ମଧ୍ୟ ସେ ସମୟର ଯୋଜନା ଗୁଡିକୁ ଆରମ୍ଭ କରନ୍ତୁ । ମିଛ କହି ରାଜନୀତି କରିବାର ଗୋଟିଏ ସୀମା ଅଛି । ତେଣୁ ବିଜେଡି ସେ ସୀମା ପାର ନହେଉ । ଏଭଳି ମିଛ କହି ବିଜେଡି ଆନ୍ଦୋଳନ କରିବା ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କର ସଦ୍‌ବୁଦ୍ଧି ଉଦୟ ହେଉ ଏବଂ ଓଡିଶାର ବିକାଶ କେମିତି ହେବ ସେ ବିଷୟରେ ଅଧିକ ଚିନ୍ତା କରିବା ଦରକାର ।"

ପ୍ରକାଶ ଥାଉକି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY)ରେ କୋଭିଡ ମହାମାରୀ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୫ କେଜି ଚାଉଳ ବ୍ୟତୀତ ଅତିରିକ୍ତ ଭାବେ ଆଉ ୫ କେଜି ମାଗଣା ଚାଉଳ ଯୋଗାଇ ଦିଆଯାଉଥିଲା । ଏବେ ଏହାକୁ କେନ୍ଦ୍ର ସରକାର ବନ୍ଦ କରିଦେଇଛନ୍ତି । ଏହାଦ୍ୱାରା ଗରିବ ଏବଂ କୃଷକ ପରିବାରଙ୍କ ଖାଦ୍ୟ ସୁରକ୍ଷା ପ୍ରଭାବିତ ହେବ ବୋଲି ବାରମ୍ବାର ଅଭିଯୋଗ କରୁଛି ବିଜେଡି । ତେଣୁ କେନ୍ଦ୍ର ସରକାର ତୁରନ୍ତ PMGKAY ଯୋଜନା ପୁନଃ ଲାଗୁ କରିବା ସହ ଗରିବ ଲୋକଙ୍କୁ ଚାଉଳ ଯୋଗାଣ ପାଇଁ ବିଜେଡି ପକ୍ଷରୁ ଦାବି କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.