ETV Bharat / state

ରାଜ୍ୟରେ ଭ୍ରଷ୍ଟାଚାରୀ ସରକାର ବିଦା ହେବା ଦରକାର: ବିଜେପି

author img

By

Published : Dec 29, 2022, 10:21 PM IST

୨୦୨୪ ନିର୍ବାଚନ ଲାଗି ଅଣ୍ଟା ଭିଡ଼ିଛି ବିଜେପି । ରାଜ୍ୟକୁ ନିୟମିତ ଭାବେ କେନ୍ଦ୍ରମନ୍ତ୍ରୀ ଗସ୍ତ କରୁଥିବା ଦେଖିବାକୁ ମିଳିଛି । ତେବେ ରାଜ୍ୟରୁ ବିଜେଡି ସରକାରଙ୍କୁ ବିଦା କରିବା ପାଇଁ ରଣନୀତି ପ୍ରସ୍ତୁତ ହେଉଥିବା କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ (BJP Leader Prithviraj Harichandan) । ଅଧିକ ପଢନ୍ତୁ

Prithviraj Harichandan
Prithviraj Harichandan
ରାଜ୍ୟରେ ଭ୍ରଷ୍ଟାଚାରୀ ସରକାର ବିଦା ହେବା ଦରକାର: ବିଜେପି

ଭୁବନେଶ୍ବର: ୨୦୨୪ ନିର୍ବାଚନ (2024 General Election) ଲାଗି ଫୁଲ୍‌ଦମ୍‌ରେ ବିଜେପି । ଆଜି ୩ଜଣ କେନ୍ଦ୍ରମନ୍ତ୍ରୀ ରାଜ୍ୟକୁ ଗସ୍ତ କରିଥିବା ବେଳେ ନିକଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଆସିଥିଲେ । ବିଜେପିର ଚାଣକ୍ୟ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦି ବି ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ରାଜ୍ୟରେ ଭ୍ରଷ୍ଟାଚାରୀ ସରକାରଙ୍କୁ ବିଦା କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ (BJP Leader Prithviraj Harichandan) ।

ଏ ନେଇ ପୃଥ୍ବୀରାଜ କହିଛନ୍ତି, "ଆଜି ବି ୩ଜଣ କେନ୍ଦ୍ରମନ୍ତ୍ରୀ ଓଡି଼ଶା ଆସିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଫୋକସରେ ଓଡି଼ଶା କହିଲେ ଅତ୍ୟୁକ୍ତି ହେବନାହିଁ । ଆଗକୁ ବି କେନ୍ଦ୍ରରୁ ନେତା ଓ ମନ୍ତ୍ରୀମାନେ ନିୟମିତ ଓଡି଼ଶା ଆସିବେ । ବିଜେପିର ଚାଣକ୍ୟ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଓଡି଼ଶା ଆସିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ପାଇଁ ପ୍ରୟାସ ଜାରି ରଖିଛି ବିଜେପି ।" ସେପଟେ କେନ୍ଦ୍ରମନ୍ତ୍ରୀମାନଙ୍କ ଓଡି଼ଶା ଗସ୍ତକୁ କୌଣସି ଫରକ ପଡିବ ନାହିଁ ବୋଲି ଉଭୟ କଂଗ୍ରେସ ଓ ବିଜେଡି କହିଛନ୍ତି ।

ଏହା ବି ପଢନ୍ତୁ- ରାଜନୀତି ପଶାପାଲିରେ ପ୍ରଭୁ ଜଗନ୍ନାଥ, ବିରୋଧୀଙ୍କ କଡ଼ା ସମାଲୋଚନା

ରାଜ୍ୟ ବିଜେପି ୧୨୦ ମିଶନକୁ ଆଖିଆଗରେ ରଖି କେମିତି ଭୋଟରଙ୍କୁ ହାତେଇବା ତାହା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଅନ୍ୟପଟେ ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିଲିକା ଗସ୍ତ କରିଥିଲେ । ଏହି ଗସ୍ତକୁ ନେଇ ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି, "ବିଜେପି ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛି । ସାଂଗଠନିକ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ସଂଗଠନକୁ ସୁଦୃଢ଼ କରାଯାଇଛି । ଆନ୍ଦୋଳନକୁ ତୀବ୍ର କରାଯାଇଛି । ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ୍ୟ ସରକାରଙ୍କୁ ଯେଉଁ ଭଳି ଭାବେ ଆଟାକ୍‌ କଲେ ନିଶ୍ଚିତ ଭାବେ ଏକଥା ସ୍ପଷ୍ଟ କରୁଛି ବିଜେପି ୨୦୨୪ ପାଇଁ ତାର ବିଗୁଲ ବଜାଇ ସାରିଛି ।

୨୦୨୪ରେ ଆମେ ଏକ ବିଜୟ ସୂଚକ ଲଢ଼େଇ ପାଇଁ ସଂକଳ୍ପ ନେଇ ସାରିଛୁ । ଏହାର ଫଳାଫଳ ୨୦୨୪ରେ ନିଶ୍ଚିତ ଭାବେ ପ୍ରତିଫଳିତ ହେବ। ରାଜ୍ୟରେ ଭ୍ରଷ୍ଟାଚାରୀ ସରକାର ବିଦା ହେବା ଦରକାର" ବୋଲି ସେ କହିଛନ୍ତି । ସେହିପରି ଆଗୁଆ ନିର୍ବାଚନ ହେବ କି ନାହିଁ ତାହା ସମୟ କହିବ ବୋଲି କହିଛନ୍ତି ହରିଚନ୍ଦନ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ୨ଦିନିଆ ରାଜ୍ୟ ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ସେହିପରି ଆଜି ଅନୁଗୋଳକୁ କେନ୍ଦ୍ର ସରକାରଙ୍କ ୩ କେନ୍ଦ୍ରମନ୍ତ୍ରୀ ଆସି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.